ଐଶ୍ୱର୍ଯ୍ୟା ରାୟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି ୪୯ ବର୍ଷରେ ପାଦ ଥାପିଛନ୍ତି। ବଚ୍ଚନ ପରିବାରର ବୋହୂ ତଥା ନୀଳନୟନା ଐଶ୍ୱର୍ଯ୍ୟା ତାଙ୍କ ଅଭିନୟ ସହିତ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା। ୧୯୯୪ରେ, ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ। ନିକଟରେ ସେ ଫିଲ୍ମ ‘ପୋନିୟାନ ସେଲଭାନ’ ଜରିଆରେ ପ୍ରାୟ ଚାରି ବର୍ଷ ପରେ ବଲିଉଡ୍‌କୁ ଫେରିଥିଲେ। ଏହି ଫିଲ୍ମ ବକ୍ସଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଐଶ୍ୱର୍ଯ୍ୟା ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି। ସେ ବି-ଟାଉନର ସବୁଠାରୁ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ।
ନଭେମ୍ବର ୧, ୧୯୭୩ରେ କର୍ନାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିବା ଐଶ୍ୱର୍ଯ୍ୟା ୧୯୯୭ ରେ ମଣିରତ୍ନମଙ୍କ ଫିଲ୍ମ ‘ଇରୁଭର୍‌’ ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ଫିଲ୍ମ ‘ଔର ପ୍ୟାର ହୋ ଗୟା’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତେବେ ଫିଲ୍ମଟି ଭଲ ଚାଲି ନ ଥିଲା। ୧୯୯୯ ଫିଲ୍ମ ହମ ଦିଲ ଦେ ଚୁକେ ସନମ ଜରିଆରେ ଐଶ୍ୱର୍ଯ୍ୟା ବଲିଉଡରେ ତାଙ୍କର ପ୍ରକୃତ ସଫଳତା ପାଇଥିଲେ। ଏହା ପରେ ଐଶ୍ୱର୍ଯ୍ୟା ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ।
ଐଶ୍ୱର୍ଯ୍ୟା ପ୍ରାୟ ୭୭୫ କୋଟିର ମାଲିକ ଅଟନ୍ତି। ସେ ଗୋଟିଏ ପାଇଁ ୧୦ ରୁ ୧୨ କୋଟି ଟଙ୍କା ନିଅନ୍ତି। ଐଶ୍ୱର୍ଯ୍ୟା ମଧ୍ୟ ବଡ ବ୍ରାଣ୍ଡ ପାଇଁ ବିଜ୍ଞାପନ କରନ୍ତି। ସେ କେବଳ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବାର୍ଷିକ ୮୦ ରୁ ୯୦ କୋଟି ରୋଜଗାର କରନ୍ତି। ଐଶ୍ୱର୍ଯ୍ୟା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ଦିନକୁ ପ୍ରାୟ ୬-୭ କୋଟି ଟଙ୍କା ରୋଜଗାର କରନ୍ତି। ଅଭିନେତ୍ରୀ ହେବା ବ୍ୟତୀତ ଐଶ୍ୱର୍ଯ୍ୟା ଜଣେ ବ୍ୟବସାୟୀ ମଧ୍ୟ ଅଟନ୍ତି। ସେ ପୁଷ୍ଟିକର ଭିତ୍ତିକ ସ୍ବାସ୍ଥ୍ୟସେବା ଷ୍ଟାର୍ଟଅପରେ ମଧ୍ୟ ଜଣେ ନିବେଶକ।
ଐଶ୍ୱର୍ଯ୍ୟାଙ୍କର ମଧ୍ୟ ଦାମୀ କାର ସଉକ ରହିଛି। ତାଙ୍କ କାର ସଂଗ୍ରହରେ ୭.୯୫ କୋଟି ଟଙ୍କା ମୂଲ୍ୟର ରୋଲ୍ସ ରୋଏସ ଘୋଷ୍ଟ, ୧.୬୦ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ-ବେଞ୍ଜ ଏସ୍‌୩୫୦ଡି କୁପ, ୧.୫୮ କୋଟି ମୂଲ୍ୟର ଅଡି ଏ୮ଏଲ୍‌, ୨.୩୩ କୋଟି ମୂଲ୍ୟର ଲେକ୍ସସ ଏଲ୍‌ଏକ୍ସ ୫୭୦ ଏବଂ ୧.୯୮କୋଟି ଟଙ୍କା ମୂଲ୍ୟର ମର୍ସିଡିଜ-ବେଞ୍ଜ ଏ୫୦୦ ରହିଛି। ଐଶ୍ୱର୍ଯ୍ୟା ତାଙ୍କ ପରିବାର ସହିତ ‘ଜଲସା’ରେ ରୁହନ୍ତି, ଯାହାର ମୂଲ୍ୟ ପ୍ରାୟ ୧୧୨ କୋଟି ଟଙ୍କା। ଏହା ବ୍ୟତୀତ ଐଶ୍ୱର୍ଯ୍ୟା ଏବଂ ତାଙ୍କ ସ୍ବାମୀ ଅଭିଷେକ ବଚ୍ଚନ ଦୁବାଇର ଜୁମିରାହ ଗଲ୍ଫ ଏଷ୍ଟେଟସ ସ୍ଥିତ ଏକ ପ୍ରାସାଦ ପରି ଭିଲା କିଣିଛନ୍ତି। ଏହା ସହିତ ଐଶ୍ୱର୍ଯ୍ୟାଙ୍କର ମଧ୍ୟ ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଅଛି, ଯାହା ୫,୫୦୦ ବର୍ଗ ଫୁଟ ଉପରେ ବ୍ୟାପିଛି। ସେ ଏହି ଆପାର୍ଟମେଣ୍ଟକୁ ବର୍ଗଫୁଟ ପିଛା ୩୮,୦୦୦ ଟଙ୍କା ମୂଲ୍ୟରେ କିଣିଥିଲେ, ଯାହାର ମୋଟ ମୂଲ୍ୟ ଆଜି ୨୧ କୋଟି ଟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri