Posted inଜାତୀୟ

ମୋଦି ମନ୍ତ୍ରିମଣ୍ଡଳ ୩.୦ରେ କେତେଜଣ ମହିଳାଙ୍କୁ ମିଳିଲା ସ୍ଥାନ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ,୯।୬: ରବିବାର (ଜୁନ ୯) ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୋଦି ୩.୦ ସରକାରରେ ଅନେକ ମହିଳାଙ୍କୁ ମନ୍ତ୍ରୀ ମଧ୍ୟ କରାଯାଇଛି। ଏଥିମଧ୍ୟରୁ ନିର୍ମଳା ସୀତାରମଣ ଏବଂ ଅନ୍ନପୂର୍ଣ୍ଣା ଦେବୀ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ନିର୍ମଳା ସୀତାରମଣ: ମୋଦି ସରକାର ୨.୦ ରେ ୬୪ ବର୍ଷିୟ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ରହିଛନ୍ତି। ସେ ବର୍ତ୍ତମାନ ରାଜ୍ୟ ସଭାର ଏମପି। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାର ସମୟରେ ତାଙ୍କୁ ଜାତୀୟ ମହିଳା ଆୟୋଗରେ ମନୋନୀତ କରାଯାଇଥିଲା। ସୀତାରମଣ ୨୦୦୮ରେ ଭାଜପାରେ ଯୋଗ ଦେଇଥିଲେ ଏବଂ ପରବର୍ତ୍ତୀ ବର୍ଷ ଦଳର ମୁଖପାତ୍ର ହୋଇଥିଲେ। ୨୦୧୪ରେ ସେ ରାଜ୍ୟ ସଭା ଏମପି ହୋଇଥିଲେ। ସେ ଦେଶର ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୯ରେ ଅର୍ଥମନ୍ତ୍ରୀ ଭାବରେ ନିର୍ମଳା ସୀତାରମଣ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ।

ନିର୍ମଳା ସୀତାରମଣ: ମୋଦି ସରକାର ୨.୦ ରେ ୬୪ ବର୍ଷିୟ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ରହିଛନ୍ତି। ସେ ବର୍ତ୍ତମାନ ରାଜ୍ୟ ସଭାର ଏମପି। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାର ସମୟରେ ତାଙ୍କୁ ଜାତୀୟ ମହିଳା ଆୟୋଗରେ ମନୋନୀତ କରାଯାଇଥିଲା। ସୀତାରମଣ ୨୦୦୮ରେ ଭାଜପାରେ ଯୋଗ ଦେଇଥିଲେ ଏବଂ ପରବର୍ତ୍ତୀ ବର୍ଷ ଦଳର ମୁଖପାତ୍ର ହୋଇଥିଲେ। ୨୦୧୪ରେ ସେ ରାଜ୍ୟ ସଭା ଏମପି ହୋଇଥିଲେ। ସେ ଦେଶର ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୯ରେ ଅର୍ଥମନ୍ତ୍ରୀ ଭାବରେ ନିର୍ମଳା ସୀତାରମଣ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ।
ଅନ୍ନପୂର୍ଣ୍ଣା ଦେବୀ: ୫୪ ବର୍ଷିୟ ଅନ୍ନପୂର୍ଣ୍ଣା ଦେବୀ ଝାଡ଼ଖଣ୍ଡର କୋଡରମା ସହରର ଏମପି ଏବଂ ଓବିସି ସମ୍ପ୍ରଦାୟର ଅଟନ୍ତି। ସେ ପୂର୍ବ ସରକାରରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ଥିଲେ ଏବଂ ଦ୍ୱିତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ଜିତିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାରରେ ଅନ୍ନପୂର୍ଣ୍ଣା ଦେବୀ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ଅନୁପ୍ରିୟା ପଟେଲ: ଅପନା ଦଳ (ଏସ) ନେତା ଅନୁପ୍ରିୟା ପଟେଲ ମୋଦି ସରକାର ୩.୦ରେ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନୁପ୍ରିୟା ପଟେଲ କ୍ରମାଗତ ତୃତୀୟ ଥର ପାଇଁ ୟୁପିର ମିର୍ଜାପୁର ଲୋକ ସଭା ଆସନରୁ ଜିତିଛନ୍ତି। ସେ ମୋଦି ୧.୦, ୨.୦ ସରକାରରେ ମଧ୍ୟ ମନ୍ତ୍ରୀ ରହିଛନ୍ତି। ୨୦୧୪ ଲୋକ ସଭା ନିର୍ବାଚନରେ ଅନୁପ୍ରିୟା ପଟେଲଙ୍କ ଦଳ କେବଳ ଗୋଟିଏ ଆସନ ଜିତିଛି।
ସୂଚନାଯୋଗ୍ୟ, ମୋଦି ୩.୦ ରେ ଅମିତ ଶାହା, ରାଜନାଥ ସିଂ, ଜେପି ନଡ୍ଡା, ଏସ ଜୟଶଙ୍କର, ଶିବରାଜ ସିଂ ଚୌହାନ ଏବଂ ଏଚଡି କୁମାରସ୍ବାମୀ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri