Posted inଜାତୀୟ

ମୋଦି ମନ୍ତ୍ରିମଣ୍ଡଳ ୩.୦ରେ କେତେଜଣ ମହିଳାଙ୍କୁ ମିଳିଲା ସ୍ଥାନ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ,୯।୬: ରବିବାର (ଜୁନ ୯) ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ମୋଦି ୩.୦ ସରକାରରେ ଅନେକ ମହିଳାଙ୍କୁ ମନ୍ତ୍ରୀ ମଧ୍ୟ କରାଯାଇଛି। ଏଥିମଧ୍ୟରୁ ନିର୍ମଳା ସୀତାରମଣ ଏବଂ ଅନ୍ନପୂର୍ଣ୍ଣା ଦେବୀ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ନିର୍ମଳା ସୀତାରମଣ: ମୋଦି ସରକାର ୨.୦ ରେ ୬୪ ବର୍ଷିୟ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ରହିଛନ୍ତି। ସେ ବର୍ତ୍ତମାନ ରାଜ୍ୟ ସଭାର ଏମପି। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାର ସମୟରେ ତାଙ୍କୁ ଜାତୀୟ ମହିଳା ଆୟୋଗରେ ମନୋନୀତ କରାଯାଇଥିଲା। ସୀତାରମଣ ୨୦୦୮ରେ ଭାଜପାରେ ଯୋଗ ଦେଇଥିଲେ ଏବଂ ପରବର୍ତ୍ତୀ ବର୍ଷ ଦଳର ମୁଖପାତ୍ର ହୋଇଥିଲେ। ୨୦୧୪ରେ ସେ ରାଜ୍ୟ ସଭା ଏମପି ହୋଇଥିଲେ। ସେ ଦେଶର ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୯ରେ ଅର୍ଥମନ୍ତ୍ରୀ ଭାବରେ ନିର୍ମଳା ସୀତାରମଣ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ।

ନିର୍ମଳା ସୀତାରମଣ: ମୋଦି ସରକାର ୨.୦ ରେ ୬୪ ବର୍ଷିୟ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ରହିଛନ୍ତି। ସେ ବର୍ତ୍ତମାନ ରାଜ୍ୟ ସଭାର ଏମପି। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାର ସମୟରେ ତାଙ୍କୁ ଜାତୀୟ ମହିଳା ଆୟୋଗରେ ମନୋନୀତ କରାଯାଇଥିଲା। ସୀତାରମଣ ୨୦୦୮ରେ ଭାଜପାରେ ଯୋଗ ଦେଇଥିଲେ ଏବଂ ପରବର୍ତ୍ତୀ ବର୍ଷ ଦଳର ମୁଖପାତ୍ର ହୋଇଥିଲେ। ୨୦୧୪ରେ ସେ ରାଜ୍ୟ ସଭା ଏମପି ହୋଇଥିଲେ। ସେ ଦେଶର ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୯ରେ ଅର୍ଥମନ୍ତ୍ରୀ ଭାବରେ ନିର୍ମଳା ସୀତାରମଣ ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ।
ଅନ୍ନପୂର୍ଣ୍ଣା ଦେବୀ: ୫୪ ବର୍ଷିୟ ଅନ୍ନପୂର୍ଣ୍ଣା ଦେବୀ ଝାଡ଼ଖଣ୍ଡର କୋଡରମା ସହରର ଏମପି ଏବଂ ଓବିସି ସମ୍ପ୍ରଦାୟର ଅଟନ୍ତି। ସେ ପୂର୍ବ ସରକାରରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ଥିଲେ ଏବଂ ଦ୍ୱିତୀୟ ଥର ପାଇଁ ଲୋକ ସଭା ନିର୍ବାଚନରେ ଜିତିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାରରେ ଅନ୍ନପୂର୍ଣ୍ଣା ଦେବୀ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ଅନୁପ୍ରିୟା ପଟେଲ: ଅପନା ଦଳ (ଏସ) ନେତା ଅନୁପ୍ରିୟା ପଟେଲ ମୋଦି ସରକାର ୩.୦ରେ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅନୁପ୍ରିୟା ପଟେଲ କ୍ରମାଗତ ତୃତୀୟ ଥର ପାଇଁ ୟୁପିର ମିର୍ଜାପୁର ଲୋକ ସଭା ଆସନରୁ ଜିତିଛନ୍ତି। ସେ ମୋଦି ୧.୦, ୨.୦ ସରକାରରେ ମଧ୍ୟ ମନ୍ତ୍ରୀ ରହିଛନ୍ତି। ୨୦୧୪ ଲୋକ ସଭା ନିର୍ବାଚନରେ ଅନୁପ୍ରିୟା ପଟେଲଙ୍କ ଦଳ କେବଳ ଗୋଟିଏ ଆସନ ଜିତିଛି।
ସୂଚନାଯୋଗ୍ୟ, ମୋଦି ୩.୦ ରେ ଅମିତ ଶାହା, ରାଜନାଥ ସିଂ, ଜେପି ନଡ୍ଡା, ଏସ ଜୟଶଙ୍କର, ଶିବରାଜ ସିଂ ଚୌହାନ ଏବଂ ଏଚଡି କୁମାରସ୍ବାମୀ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ଗୋଚରରେ ଏହି ୩ରାଶିଙ୍କ ବଦଳିଯିବ ଜୀବନ, ଟଙ୍କାରେ ଭର୍ତ୍ତି ହୋଇଯିବ ସିନ୍ଦୁକ!

ବୈଦିକ ଜ୍ୟୋତିଷ ଅନୁସାରେ, କେତୁ ଏକ ଛାୟା ଗ୍ରହ। ଏହାକୁ ଜ୍ଞାନ, ମୋକ୍ଷ ଏବଂ ବିଚ୍ଛିନ୍ନତାର କାରକ ଭାବରେ ବିବେଚନା କରାଯାଏ। ଜାନୁଆରୀରେ କ୍ରୁର ଗ୍ରହ...

ପାଣ୍ଡିଆନଙ୍କୁ ନେଇ ଏମିତି କହିଲେ ଗଣେଶ୍ୱର, କ୍ରାଇମବ୍ରାଞ୍ଚ ଛାଡ଼ି…

ଭୁବନେଶ୍ୱର,୩ା୧: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ଗଣେଶ୍ୱର ବେହେରା। ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ଛାଡ଼ି...

ମନ୍ତ୍ରୀଙ୍କ ବଡ଼ ସୂଚନା: ଚିଲିକାର ପୁନରୁଦ୍ଧାର ପାଇଁ ହେବ DPR

ଭୁବନେଶ୍ୱର,୨।୧: ମନ୍ତ୍ରୀ ପୃଥୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜୈବ ବିବିଧତା ଏବଂ ଚିଲିକା ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ...

India ODI Squad vs NZ: ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ଶ୍ରେୟସ ଆୟାର

ନୂଆଦିଲ୍ଲୀ,୩।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ଚୟନକର୍ତ୍ତାମାନେ ତିଲକ ବର୍ମା ଏବଂ...

ବ୍ଲକ କାର୍ଯ୍ୟାଳୟରେ ପଶି ବିଡିଓଙ୍କୁ ଆକ୍ରମଣ: ପ୍ରତିବାଦରେ…

ରାଜନଗର,୩ା୧(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ଭାଜପା ନେତା ଓ କର୍ମୀମାନେ ଆକ୍ରମଣ ଘଟଣାରେ ଶନିବାର ଦିନତମାମ ବ୍ଲକ ପରିସରରେ ଉତ୍ତେଜନା...

ଥାନା ଅଧିକାରୀଙ୍କ ଦରମା ବନ୍ଦ: ମହଙ୍ଗା ପଡ଼ିଲା…

ତିର୍ତ୍ତୋଲ,୩।୧(ଗୌରାଙ୍ଗ ସ୍ବାଇଁ):ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଦେଶ ଅବମାନନା କାରଣରୁ ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦୀପ କୁମାର ସେଠୀଙ୍କ ଦରମା ବନ୍ଦ କରାଯାଇଛିି। ଜଗତସିଂହପୁର ଜିଲାପାଳ, କିଲିପାଳ...

ଦୂତି ଚାନ୍ଦଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ପରିବାର ସହ ଆସୁଥିବାବେଳେ…

କଟକ,୩ା୧: ଦୌଡ଼ରାଣୀ ଦୂତି ଚାନ୍ଦଙ୍କ କାର୍‌ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ତାଙ୍କ ପରିବାର ସହ ଆସୁଥିବାବେଳେ କଟକର ତ୍ରିଶୂଳିଆ ବ୍ରିଜ୍‌ ନିକଟରେ କାର୍‌ ଦୁର୍ଘଟଣାର...

ଶୀତଦିନେ ଅମୃତଭଣ୍ଡା ଖାଇବା ଉଚିତ ନା ନୁହେଁ? ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ….

ଅମୃତଭଣ୍ଡା ଏପରି ଏକ ଫଳ ଯାହା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଏହାର ଅନେକ ଲାଭ ରହିଛି । ଏହା ପାଚନ ଶକ୍ତିକୁ ଶକ୍ତିଶାଳୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri