ରାଜ୍ୟ ସରକାର କେତେ ଲୋକଙ୍କୁ ଚାଉଳ ଦେଉଛନ୍ତି ଉତ୍ତର ଦିଅନ୍ତୁ: ଭାଜପା

ଭୁବନେଶ୍ୱର, ୧୦।୧(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରିବା ସହ ଲୋକଙ୍କ ବିକାଶ ପାଇଁ କାର୍ଯ୍ୟ କରିଛନ୍ତି। କିନ୍ତୁ ବିଜେଡି ତାହା ଓଡ଼ିଶାରେ ସଫଳ କରିବାରେ ବାଧା ସୃଷ୍ଟି କରୁଛି। କେନ୍ଦ୍ର ଯୋଜନାକୁ ହଡ଼ପକରି ନିଜ ନାଁରେ ପୋଷ୍ଟର ଲଗାଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି। ମୋଦି ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେଉଥିବା ବେଳେ ରାଜ୍ୟ ସରକାର କେତେ ଲୋକଙ୍କୁ ଦେଉଛନ୍ତି ତାହାର ଉତ୍ତର ଦିଅନ୍ତୁ। ମୋଦି ସରକାର ଲୋକଙ୍କୁ ଚାଉଳ ଦେଲା ପରେ ବି ପୋଷ୍ଟର ମାରିବା କଥା ଚିନ୍ତା କରିନାହାନ୍ତି। ହେଲେ ଓଡ଼ିଶା ସରକାର ୨୪ ବର୍ଷ ଶାସନ କଲା ପରେ ୫ ଲକ୍ଷ ଲୋକଙ୍କୁ ଗରିବ କରିଦେଇଛନ୍ତି। ଅର୍ଥାତ୍‌ ବିଜେଡି ସରକାରରେ ଓଡ଼ିଶାରେ ଗରିବି ବଢ଼ିଛି ବୋଲି ଭାଜପା ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗୋଲକ କହିଛନ୍ତି , ଏବେ ସେହି ଗରିବ ୫ ଲକ୍ଷ ଲୋକଙ୍କୁ ଚାଉଳ ଦେବେ ବୋଲି ବିଜେଡି କର୍ମୀମାନେ ବ୍ୟାନର ଓ ପୋଷ୍ଟର ମାରୁଛନ୍ତି। ମୋଦି ମାଗଣା ଚାଉଳ ଦେଉଛନ୍ତି। ବିଜେଡି ଯଦି ଷଡ଼ଯନ୍ତ୍ର କରି ପୋଷ୍ଟର ଲଗାଏ ତା’ହେଲେ ଭାଜପାର କାର୍ଯ୍ୟକର୍ତ୍ତା ଏହାକୁ ବରଦାସ୍ତ କରିବେ ନାହିଁ। ଭାଜପା ବର୍ଷକ ବାରମାସ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରେ ଏବଂ ଏହା ଏକ ସଙ୍ଗଠନ ଆଧାରିତ ଦଳ। ଓଡ଼ିଶାରେ କଂଗ୍ରେସ ଦଳ କିଛି କାର୍ଯ୍ୟ କରେନାହିଁ ଏବେ ସେମାନେ କୁଆଡ଼େ ‘ତୁଳସୀ ଯାତ୍ରା’ କରୁଛନ୍ତି। ଠିକ୍‌ ସେମିତି କେବଳ ପ୍ରଚାର ପ୍ରସାରରେ ବିଶ୍ୱାସ ରଖୁଥିବା ବିଜେଡି କୌଣସି କାର୍ଯ୍ୟ କରେ ନାହିଁ ବରଂ ମୋଦି ସରକାର ଓଡ଼ିଶାକୁ ଯାହା ଦିଅନ୍ତି ତାହା କିପରି ଘୋଟାଲା ହେବ ସେନେଇ ଲାଗିଥାନ୍ତି। କଂଗ୍ରେସ ଓ ବିଜେଡି ‘ନେତା ଆଧାରିତ ଦଳ’ କିନ୍ତୁ ଭାଜପା ‘ସଙ୍ଗଠନ ଆଧାରିତ ଦଳ’ ବୋଲି ଗୋଲକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri