୧୦ ହଜାର ଟଙ୍କାର SIP କଲେ କେତେ ଦିନରେ ହେବେ କୋଟିପତି? ଜାଣନ୍ତୁ …

ନୂଆଦିଲ୍ଲୀ,୩୧।୮: ଆଜିକାଲି ଅଧିକାଂଶ ଲୋକ ନିଜ ପୋର୍ଟଫୋଲିଓରେ ମ୍ୟୁଚୁଆଲ ଫଣ୍ଡକୁ ସାମିଲ କରୁଛନ୍ତି। କାରଣ ସ୍ପଷ୍ଟ। ଏଥିରେ କମ୍‌ ଟଙ୍କା ଦୀର୍ଘ ଅବଧି ଯାଏ ନିବେଶ କରି ଏକ ବଡ଼ ପାଣ୍ଠି ତିଆରି କରାଯାଇପାରେ। ଯଦି ଆପଣ ମଧ୍ୟ ମ୍ୟୁଚୁଆଲ ଫଣ୍ଡରେ SIP (ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ) ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ମନରେ ନିଶ୍ଚିତ ଭାବେ ଏହା ପ୍ରଶ୍ନ ଆସିଥିବ ଯେ, ପ୍ରତି ମାସରେ ୧୦,୦୦୦ ଟଙ୍କାର SIP କଲେ କେତେ ଦିନରେ ଆପଣ କୋଟିପତି ହୋଇପାରିବେ?

SIP ରୁ କେବେ ହେବେ କୋଟିପତି?
ଯଦି ଆପଣ ପ୍ରତି ମାସରେ ୧୦,୦୦୦ ଟଙ୍କାର SIP କରନ୍ତି ଏବଂ ହାରାହାରି ୧୨% ବାର୍ଷିକ ରିଟର୍ନ ମିଳେ, ତେବେ ପ୍ରାୟ ୨୫ ବର୍ଷରେ ଆପଣଙ୍କ ପାଣ୍ଠି ୨ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ସମୟରେ ଆପଣଙ୍କ ମୋଟ ନିବେଶ ରାଶି ପ୍ରାୟ ୩୦ ଲକ୍ଷ ଟଙ୍କା ହେବ, କିନ୍ତୁ କମ୍ପାଉଣ୍ଡିଂର ଶକ୍ତି ଯୋଗୁ ୧.୪୦ କୋଟି ଟଙ୍କାରୁ ଅଧିକ ସୁଧ(ଗ୍ରୋଥ) ମିଳିବ। ଅର୍ଥାତ ମ୍ୟାଚୁରିଟି ସମୟରେ ଆପଣଙ୍କୁ ପ୍ରାୟ ୧.୭୦ ରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଟଙ୍କା ମିଳିବ।

କୋଟିପତି ହେବାକୁ କେତେ ସମୟ ଲାଗିବ?
ଯଦି ଆପଣଙ୍କ ଲକ୍ଷ୍ୟ କେବଳ ୧ କୋଟି ଟଙ୍କା , ତେବେ ଏଥିପାଇଁ ଆପଣଙ୍କୁ ପ୍ରାୟ ୨୦ ରୁ ୨୧ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ହେବ। ଅର୍ଥାତ ଧୌର୍ଯ୍ୟ ଏବଂ ନିୟମିତତା ବଜାୟ ରଖିଲେ, ୧୦,୦୦୦ ଟଙ୍କାର ଛୋଟ SIP ମଧ୍ୟ ଆପଣଙ୍କୁ କୋଟିପତି କରିପାରେ।

କିପରି କରିବେ ହିସାବ?
ଆଜି ଇଣ୍ଟରନେଟରେ ଅନେକ SIP କାଲକୁଲେଟର ଉପଲବ୍ଧ। ଏଗୁଡ଼ିକ ମାଧ୍ୟମରେ ଆପଣ ସହଜରେ ଜାଣିପାରିବେ ଯେ, ଆପଣଙ୍କ ନିବେଶ କେତେ ସମୟରେ କେତେ ରାଶି ପର୍ଯ୍ୟନ୍ତ ପହଞ୍ଚିବ।

– ପ୍ରଥମେ କୌଣସି SIP କାଲକୁଲେଟର ଓ୍ବେବସାଇଟ (ଯେପରିକି Groww) କୁ ଯାଆନ୍ତୁ।
– ସେଠାରେ ଆପଣଙ୍କ ମାସିକ ନିବେଶ (୧୦,୦୦୦ ଟଙ୍କା), ଅନୁମାନିତ ରିଟର୍ନ (୧୨%) ଏବଂ ନିବେଶ ଅବଧି (ବର୍ଷରେ) ପୂରଣ କରନ୍ତୁ।
– ଏହାପରେ ଆପଣଙ୍କୁ ତୁରନ୍ତ ଜଣାପଡ଼ିବ ଯେ, ଆପଣଙ୍କ ଟଙ୍କା କେତେ ବର୍ଷରେ କେତେ ବଢ଼ିବ।

SIP କାହିଁକି ଜରୁରୀ?
SIP ର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଯେ ଆପଣ କମ ରାଶିରୁ ଆରମ୍ଭ କରିପାରନ୍ତି। ଏଥିରେ ବଜାରର ରିସ୍କ ସମୟ ସହିତ ସନ୍ତୁଳିତ ହୋଇଯାଏ ଏବଂ ଦୀର୍ଘ ଅବଧିରେ କମ୍ପାଉଣ୍ଡିଂ ଯୋଗୁ ଏକ ବଡ଼ ପାଣ୍ଠି ତିଆରି ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ମୁଣ୍ଡନ ପୂଜା ପାଇଁ ଯାଉଥିଲେ ଘଟିଲା ଭୟଙ୍କର ଦୁର୍ଘଟଣା: ୫ ଜଣଙ୍କ ଅବସ୍ଥା ଗୁରୁତର

ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ପିଲିକାଢ଼ିଅ ଗ୍ରାମ ନିକଟ କେରାଣ୍ଡି ମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟି ରାସ୍ତାରେ ରବିବାର…

ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବେପରୁଆ ନୀତି : ବିଭାଗକୁ ସିଧା ସଳଖ ଦାୟୀ

ଗଞ୍ଜାମ,୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା ସମାପନ ହେବା ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା । ପ୍ରତି ବର୍ଷ ଭଳି…

“ମୁଁ ଚାହୁଁଛି ଫାଇନାଲରେ ଭାରତ ହାରିଯାଉ” ବିସ୍ଫୋରକ ବୟାନ ଦେଲେ…

ନୂଆଦିଲ୍ଲୀ,୮।୩: ଦକ୍ଷିଣ ଆଫ୍ରିକାର କିମ୍ୱଦନ୍ତୀ ଦ୍ରୁତ ବୋଲର ଡେଲ ଷ୍ଟେନ, ଯିଏ ୪୦୦ ରୁ ଅଧିକ ଟେଷ୍ଟ ୱିକେଟ ନେଇଛନ୍ତି, ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲ ପୂର୍ୱରୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ଫାଇନାଲ ପୂର୍ୱରୁ ICCର ନିଷ୍ପତ୍ତିକୁ ନେଇ ହଇଚଇ; ଭାରତ ଛାଡିବାକୁ ଜିଦ୍‌ ଧରିଲେଣି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ୨୦୨୬ ଟି୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ, ଭାରତରେ…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ଯୁଦ୍ଧ ମଇଦାକୁ ଓହ୍ଲାଇଲା ରୁଷିଆ! ଏବେ ବିଶ୍ୱଯୁଦ୍ଧ ଥୟ

ମସ୍କୋ,୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନକୁ ରୁଷିଆର ସହାୟତା ଆମେରିକାରେ ଉତ୍ତେଜନା ସୃଷ୍ଟି କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦୂତଙ୍କ ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏକ ବାର୍ତ୍ତା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri