Posted inଜାତୀୟ

କିପରି ହୋଇଥିଲା ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’…

ନୂଆଦିଲ୍ଲୀ,୬।୯ : ଭାରତୀୟ ସମ୍ବିଧାନର ଧାରା ୧ ଉପରେ ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’ନେଇ ବିସ୍ତୃତ ଭାବରେ ବିତର୍କ ହୋଇଥିଲା। ସମ୍ବିଧାନ ସଭା ସଦସ୍ୟ ଏଚ ଭି କାମାଥ ୧୮ ସେପ୍ଟେମ୍ବର ୧୯୪୯ ରେ ବିତର୍କ ଆରମ୍ଭ କରିଥିଲେ ଏବଂ ଧାରା ୧ ରେ ସଂଶୋଧନ ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ ଭାରତ କିମ୍ବା ବିକଳ୍ପ ଭାବରେ ହିନ୍ଦ ଦେଶର ମୂଳ ନାମ ଭାବରେ ରଖାଯାଇଥିଲା ଏବଂ ଇଂଲିଶ ଭାଷାରେ ଇଣ୍ଡିଆ ଭାବେ ରଖିବାକୁ ସହମତି ପ୍ରକାଶ ପାଇଥିଲା।

ସଂସଦୀୟ ରେକର୍ଡ ଅନୁସାରେ କାମାଥ ଭାରତ ଗଣତନ୍ତ୍ରକୁ ଉପଯୁକ୍ତ ନାମ ଦେବା ପାଇଁ ଅନେକ ପରାମର୍ଶ ଦିଆଯାଇଥିବା ଗୁରୁତ୍ୱାରୋପ କରିଥିଲେ ଭାରତ, ହିନ୍ଦୁସ୍ତାନ, ହିନ୍ଦ ଏବଂ ଭାରତଭୂମି କିମ୍ବା ଭାରତବର୍ଷ ଭଳି ପ୍ରମୁଖ ପ୍ରସ୍ତାବ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେଉଁମାନେ ଭାରତ କିମ୍ବା ଭାରତ,ଭାରତବର୍ଷ କିମ୍ବା ଭାରତଭୂମି ପ୍ରସ୍ତାବ ଦେଇଛନ୍ତି, ସେମାନେ ଏହି ଭୂମିର ସବୁଠାରୁ ପ୍ରାଚୀନ ନାମ ବୋଲି ସେହି ଆଧାରରେ କହିଛନ୍ତି। କାମଥ ଭରେତ ନାମର ଉତ୍ପତ୍ତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ, କିନ୍ତୁ ଆମ୍ବେଡକର ତାଙ୍କୁ ବାଧା ଦେଇଥିଲେ ଏବଂ ଏସବୁ ଜାଣିବା ଆବଶ୍ୟକ କି ବୋଲି ପଚାରିଥିଲେ। ଏଥିପାଇଁ କାମଥ ଉତ୍ତର ଦେଇଥିଲେ ଗୃହର କାର୍ଯ୍ୟକୁ ନିୟନ୍ତ୍ରଣ କରିବା ଆମ୍ବେଡକରଙ୍କ କାମ ନୁହେଁ।

ଆଲୋଚନାରେ ସେଠ ଗୋବିନ୍ଦ ଦାସ ଧାରା ୧ ରେ ଥିବା ଶବ୍ଦକୁ ବିରୋଧ କରି କହିଥିଲେ ଇଣ୍ଡିଆ ଅର୍ଥାତ ଭାରତ ଏକ ଦେଶର ନାମ ପାଇଁ ସୁନ୍ଦର ଶବ୍ଦ ନୁହେଁ। ସେ ପରାମର୍ଶ ଦେଇଥିଲେ ବିଦେଶରେ ଭାରତ ଇଣ୍ଡିଆ ନାମରେ ପରିଚିତ । ଦାସ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଥିଲେ ଆମର ପ୍ରାଚୀନ ପୁସ୍ତକଗୁଡ଼ିକରେ ଇଣ୍ଡିଆ ଶବ୍ଦ ମିଳୁନାହିଁ। ଗ୍ରୀକମାନେ ଭାରତ ଆସିବା ପରେ ଏହାର ବ୍ୟବହାର ଆରମ୍ଭ ହୋଇଥିଲା।

ବେଦ, ଉପନିଷଦ, ବ୍ରାହ୍ମଣ ଏବଂ ମହାଭାରତ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଏସବୁ ଗ୍ରନ୍ଥ ମଧ୍ୟରେ ଭାରତ ନାମର ଉଲ୍ଲେଖ ମିଳିଥାଏ। ସେ ହ୍ୟୁଏନ-ସାଙ୍ଗ ନାମକ ଜଣେ ଚାଇନା ପରିବ୍ରାଜକଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ କରି କହିଥିାଲ ସେ ତାଙ୍କ ଯାତ୍ରା ପୁସ୍ତକରେ ଏହି ଦେଶକୁ ଭାରତ ବୋଲି କହିଥିଲେ। ତାଙ୍କର ଧାରଣା ଥିଲା ଆମ ଦେଶକୁ ଏପରି ଏକ ନାମ ଦେବା ଉଚିତ ଯାହା ଆମ ଇତିହାସ ଏବଂ ଆମ ସଂସ୍କୃତି ଅନୁଯାୟୀ ସାବ୍ୟସ୍ତ ହେବ। ‘ଭାରତ ମାତା କି ଜୟ’ର ସ୍ଲୋଗାନ ଉଠାଇ ସେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଦେଶର ସ୍ବାଧୀନତା ସଂଗ୍ରାମର ଉଲ୍ଲେଖ କରିଥିଲେ।

ଭାରତ ନାମର ଅନ୍ୟ ଜଣେ ପ୍ରସ୍ତାବକ ଥିଲେ କାଲୁର ସୁବା ରାଓ। ସେ କହିଥିଲେ ମୁଁ ଭାରତ ନାମକୁ ହୃଦୟରୁ ସମର୍ଥନ କରେ, ଯାହା ପ୍ରାଚୀନ ଅଟେ। ସେ କହିଥିଲେ ଭରେତ ନାମ ଋଗବେଦ(ଋଗ ,୩,୪, ୨୩.୪)ରେ ଅଛି । ସଂସଦୀୟ ରେକର୍ଡରେ ସେ ଉଲ୍ଲେଖ କରିଥିଲେ, ଭାରତ ନାମ ସିନ୍ଧୁ ନଦୀରୁ ଆସିଛି ଏବଂ ବର୍ତ୍ତମାନ ଆମେ ପାକିସ୍ତାନକୁ ହିନ୍ଦୁସ୍ଥାନ ବୋଲି କହିପାରିବା କାରଣ ସିନ୍ଧୁ ନଦୀ ସେଠାରେ ଅଛି। ସିନ୍ଧ ହିନ୍ଦ ହୋଇଯାଇଛନ୍ତି। ସଂସ୍କୃତରେ ସ କୁ ହ ଭାବରେ ଉଚ୍ଚାରଣ କରାଯାଏ। ଗ୍ରୀକମାନେ ହିନ୍ଦକୁୁ ଇଣ୍ଡ ବୋଲି କହିଥିଲେ। ତା’ପରେ, ଭାରତକୁ ଇଣ୍ଡିଆ ବୋଲି କୁହାଯାଇଥିଲା।

ବି.ଏମ. ଗୁପ୍ତେ, ରାମ ସହାୟ, କମଲାପତି ତ୍ରିପାଠୀ ଏବଂ ହରଗୋବିନ୍ଦ ପନ୍ଥ ସମ୍ବିିଧାନସଭାର ଅନ୍ୟ ସଦସ୍ୟ ଥିଲେ ଯେଉଁମାନେ ଭାରତର ନାମକୁ ଦୃଢ଼ ସମର୍ଥନ କରିଥିଲେ। ଅପରପକ୍ଷରେ, ସଦସ୍ୟ କମଲାପତି ତ୍ରିପାଠୀ କହିଥିଲେ ’ଯଦି ଆମ ସମ୍ମୁଖରେ ଉପସ୍ଥାପିତ ହୋଇଥିବା ପ୍ରସ୍ତାବରେ ସେହି ଶବ୍ଦଗୁଡ଼ିକ ଆବଶ୍ୟକ ହୋଇଥାନ୍ତା, ତେବେ ‘ଭାରତ ଅର୍ଥାତ ଇଣ୍ଡିଆ’ ଶବ୍ଦ ବ୍ୟବହାର କରିବା ଅଧିକ ଉପଯୁକ୍ତ ହୋଇଥାନ୍ତା। ଯେତେବେଳେ କାମାଥଙ୍କ ସଂଶୋଧନକୁ ଭୋଟ ଦିଆଗଲା, ସେତେବେଳେ ସମସ୍ତ ଯୁକ୍ତି ନଷ୍ଟ ହୋଇଗଲା। ହାତ ଉଠାଇ ଭୋଟ ପ୍ରକିୟାରେ ସଦସ୍ୟଙ୍କ ମତ ବିଭାଜିତ ହୋଇଥିଲା। ଭାରତ ସପକ୍ଷରେ ୩୮ ଭୋଟ ଏବଂ ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’ ସପକ୍ଷରେ ୫୧ ଭୋଟ ଦିଆଯାଇଥିଲା। ପ୍ରସ୍ତାବିତ ସଂଶୋଧନକୁ କାଟ ଖାଇଥିଲା ଏବଂ ’‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’ ଅକ୍ଷୁର୍ଣ୍ଣ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

‘ଶ୍ରେଷ୍ଠତା ପଦ ଦ୍ୱାରା ନୁହେଁ ଆଚରଣ ଦ୍ୱାରା ପ୍ରତିଷ୍ଠିତ ହୋଇଥାଏ’,‘ସଦୈବ ଅଟଳ’ରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ସଦୈବ ଅଟଳ ସ୍ମାରକ ପରିଦର୍ଶନ...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri