Posted inଜାତୀୟ

କିପରି ହୋଇଥିଲା ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’…

ନୂଆଦିଲ୍ଲୀ,୬।୯ : ଭାରତୀୟ ସମ୍ବିଧାନର ଧାରା ୧ ଉପରେ ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’ନେଇ ବିସ୍ତୃତ ଭାବରେ ବିତର୍କ ହୋଇଥିଲା। ସମ୍ବିଧାନ ସଭା ସଦସ୍ୟ ଏଚ ଭି କାମାଥ ୧୮ ସେପ୍ଟେମ୍ବର ୧୯୪୯ ରେ ବିତର୍କ ଆରମ୍ଭ କରିଥିଲେ ଏବଂ ଧାରା ୧ ରେ ସଂଶୋଧନ ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ ଭାରତ କିମ୍ବା ବିକଳ୍ପ ଭାବରେ ହିନ୍ଦ ଦେଶର ମୂଳ ନାମ ଭାବରେ ରଖାଯାଇଥିଲା ଏବଂ ଇଂଲିଶ ଭାଷାରେ ଇଣ୍ଡିଆ ଭାବେ ରଖିବାକୁ ସହମତି ପ୍ରକାଶ ପାଇଥିଲା।

ସଂସଦୀୟ ରେକର୍ଡ ଅନୁସାରେ କାମାଥ ଭାରତ ଗଣତନ୍ତ୍ରକୁ ଉପଯୁକ୍ତ ନାମ ଦେବା ପାଇଁ ଅନେକ ପରାମର୍ଶ ଦିଆଯାଇଥିବା ଗୁରୁତ୍ୱାରୋପ କରିଥିଲେ ଭାରତ, ହିନ୍ଦୁସ୍ତାନ, ହିନ୍ଦ ଏବଂ ଭାରତଭୂମି କିମ୍ବା ଭାରତବର୍ଷ ଭଳି ପ୍ରମୁଖ ପ୍ରସ୍ତାବ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେଉଁମାନେ ଭାରତ କିମ୍ବା ଭାରତ,ଭାରତବର୍ଷ କିମ୍ବା ଭାରତଭୂମି ପ୍ରସ୍ତାବ ଦେଇଛନ୍ତି, ସେମାନେ ଏହି ଭୂମିର ସବୁଠାରୁ ପ୍ରାଚୀନ ନାମ ବୋଲି ସେହି ଆଧାରରେ କହିଛନ୍ତି। କାମଥ ଭରେତ ନାମର ଉତ୍ପତ୍ତି ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ, କିନ୍ତୁ ଆମ୍ବେଡକର ତାଙ୍କୁ ବାଧା ଦେଇଥିଲେ ଏବଂ ଏସବୁ ଜାଣିବା ଆବଶ୍ୟକ କି ବୋଲି ପଚାରିଥିଲେ। ଏଥିପାଇଁ କାମଥ ଉତ୍ତର ଦେଇଥିଲେ ଗୃହର କାର୍ଯ୍ୟକୁ ନିୟନ୍ତ୍ରଣ କରିବା ଆମ୍ବେଡକରଙ୍କ କାମ ନୁହେଁ।

ଆଲୋଚନାରେ ସେଠ ଗୋବିନ୍ଦ ଦାସ ଧାରା ୧ ରେ ଥିବା ଶବ୍ଦକୁ ବିରୋଧ କରି କହିଥିଲେ ଇଣ୍ଡିଆ ଅର୍ଥାତ ଭାରତ ଏକ ଦେଶର ନାମ ପାଇଁ ସୁନ୍ଦର ଶବ୍ଦ ନୁହେଁ। ସେ ପରାମର୍ଶ ଦେଇଥିଲେ ବିଦେଶରେ ଭାରତ ଇଣ୍ଡିଆ ନାମରେ ପରିଚିତ । ଦାସ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଥିଲେ ଆମର ପ୍ରାଚୀନ ପୁସ୍ତକଗୁଡ଼ିକରେ ଇଣ୍ଡିଆ ଶବ୍ଦ ମିଳୁନାହିଁ। ଗ୍ରୀକମାନେ ଭାରତ ଆସିବା ପରେ ଏହାର ବ୍ୟବହାର ଆରମ୍ଭ ହୋଇଥିଲା।

ବେଦ, ଉପନିଷଦ, ବ୍ରାହ୍ମଣ ଏବଂ ମହାଭାରତ ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଏସବୁ ଗ୍ରନ୍ଥ ମଧ୍ୟରେ ଭାରତ ନାମର ଉଲ୍ଲେଖ ମିଳିଥାଏ। ସେ ହ୍ୟୁଏନ-ସାଙ୍ଗ ନାମକ ଜଣେ ଚାଇନା ପରିବ୍ରାଜକଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ କରି କହିଥିାଲ ସେ ତାଙ୍କ ଯାତ୍ରା ପୁସ୍ତକରେ ଏହି ଦେଶକୁ ଭାରତ ବୋଲି କହିଥିଲେ। ତାଙ୍କର ଧାରଣା ଥିଲା ଆମ ଦେଶକୁ ଏପରି ଏକ ନାମ ଦେବା ଉଚିତ ଯାହା ଆମ ଇତିହାସ ଏବଂ ଆମ ସଂସ୍କୃତି ଅନୁଯାୟୀ ସାବ୍ୟସ୍ତ ହେବ। ‘ଭାରତ ମାତା କି ଜୟ’ର ସ୍ଲୋଗାନ ଉଠାଇ ସେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଦେଶର ସ୍ବାଧୀନତା ସଂଗ୍ରାମର ଉଲ୍ଲେଖ କରିଥିଲେ।

ଭାରତ ନାମର ଅନ୍ୟ ଜଣେ ପ୍ରସ୍ତାବକ ଥିଲେ କାଲୁର ସୁବା ରାଓ। ସେ କହିଥିଲେ ମୁଁ ଭାରତ ନାମକୁ ହୃଦୟରୁ ସମର୍ଥନ କରେ, ଯାହା ପ୍ରାଚୀନ ଅଟେ। ସେ କହିଥିଲେ ଭରେତ ନାମ ଋଗବେଦ(ଋଗ ,୩,୪, ୨୩.୪)ରେ ଅଛି । ସଂସଦୀୟ ରେକର୍ଡରେ ସେ ଉଲ୍ଲେଖ କରିଥିଲେ, ଭାରତ ନାମ ସିନ୍ଧୁ ନଦୀରୁ ଆସିଛି ଏବଂ ବର୍ତ୍ତମାନ ଆମେ ପାକିସ୍ତାନକୁ ହିନ୍ଦୁସ୍ଥାନ ବୋଲି କହିପାରିବା କାରଣ ସିନ୍ଧୁ ନଦୀ ସେଠାରେ ଅଛି। ସିନ୍ଧ ହିନ୍ଦ ହୋଇଯାଇଛନ୍ତି। ସଂସ୍କୃତରେ ସ କୁ ହ ଭାବରେ ଉଚ୍ଚାରଣ କରାଯାଏ। ଗ୍ରୀକମାନେ ହିନ୍ଦକୁୁ ଇଣ୍ଡ ବୋଲି କହିଥିଲେ। ତା’ପରେ, ଭାରତକୁ ଇଣ୍ଡିଆ ବୋଲି କୁହାଯାଇଥିଲା।

ବି.ଏମ. ଗୁପ୍ତେ, ରାମ ସହାୟ, କମଲାପତି ତ୍ରିପାଠୀ ଏବଂ ହରଗୋବିନ୍ଦ ପନ୍ଥ ସମ୍ବିିଧାନସଭାର ଅନ୍ୟ ସଦସ୍ୟ ଥିଲେ ଯେଉଁମାନେ ଭାରତର ନାମକୁ ଦୃଢ଼ ସମର୍ଥନ କରିଥିଲେ। ଅପରପକ୍ଷରେ, ସଦସ୍ୟ କମଲାପତି ତ୍ରିପାଠୀ କହିଥିଲେ ’ଯଦି ଆମ ସମ୍ମୁଖରେ ଉପସ୍ଥାପିତ ହୋଇଥିବା ପ୍ରସ୍ତାବରେ ସେହି ଶବ୍ଦଗୁଡ଼ିକ ଆବଶ୍ୟକ ହୋଇଥାନ୍ତା, ତେବେ ‘ଭାରତ ଅର୍ଥାତ ଇଣ୍ଡିଆ’ ଶବ୍ଦ ବ୍ୟବହାର କରିବା ଅଧିକ ଉପଯୁକ୍ତ ହୋଇଥାନ୍ତା। ଯେତେବେଳେ କାମାଥଙ୍କ ସଂଶୋଧନକୁ ଭୋଟ ଦିଆଗଲା, ସେତେବେଳେ ସମସ୍ତ ଯୁକ୍ତି ନଷ୍ଟ ହୋଇଗଲା। ହାତ ଉଠାଇ ଭୋଟ ପ୍ରକିୟାରେ ସଦସ୍ୟଙ୍କ ମତ ବିଭାଜିତ ହୋଇଥିଲା। ଭାରତ ସପକ୍ଷରେ ୩୮ ଭୋଟ ଏବଂ ‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’ ସପକ୍ଷରେ ୫୧ ଭୋଟ ଦିଆଯାଇଥିଲା। ପ୍ରସ୍ତାବିତ ସଂଶୋଧନକୁ କାଟ ଖାଇଥିଲା ଏବଂ ’‘ଇଣ୍ଡିଆ ଦ୍ୟାଟ ଇଜ ଭାରତ’ ଅକ୍ଷୁର୍ଣ୍ଣ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri