Posted inଜାତୀୟ

ପିଡିଏ, ସମ୍ବିଧାନ, ଆରକ୍ଷଣ ଏବଂ ମୁସଲମାନ… ଉତ୍ତରପ୍ରଦେଶରେ ବାଜି ପାଲଟାଇଲେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୬: କଥାରେ ଅଛି ଦିଲ୍ଲୀର ଶସନ କ୍ଷମତାର ରାସ୍ତା ଉତ୍ତର ପ୍ରଦେଶ ବାଟ ଦେଇ ଯାଇଥାଏ। ଭାଜପା ୨୦୧୪ ଏବଂ ୨୦୧୯ ରେ ୟୁପି ବାଟ ଦେଇ ଲଗାତର ଦଇ ଥର କେନ୍ଦ୍ରରେ ସରକାର ଗଢ଼ିବାରେ ସଫଳ ହୋଇଥିଲା। ହେଲେ ୨୦୨୪ରେ ‘ଦୁଇ ଯୁବକ’ଙ୍କ ଯୋଡ଼ି(ଅଖିଳେଶ ଯାଦବ ଏବଂ ରାହୁଲ ଗାନ୍ଧି) ଭାଜପା ବାଟରେ କଣ୍ଟା ସାଜିଛନ୍ତି। ଭାଜପାକୁ କ୍ଷମତାର ହାଟ୍ରିକ୍‌ରୁ ରୋକିବା ପାଇଁ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ହାତ ମିଳାଇବା ଯୋଜନା ଫଳପ୍ରଦ ହେବା ଭଳି ଲାଗୁଛି। ବିଶେଷକରି ୟୁପିରୁ ଭାଜପାକୁ ବଡ଼ ଝଟ୍‌କା ଲାଗୁଥିବା ଦେଖାଯାଉଛି। ଗୋଟିଏ ପଟେ ଅଖିଳେଶଙ୍କ ପିଡିଏ ଫର୍ମୁଲା କାମ କରିଥିବା ବେଳେ ରାହୁଲଙ୍କ ସମ୍ବିଧାନ, ଆରଂକ୍ଷଣ ଉପରେ ବିପଦର ସ୍ଲୋଗାନ ଜନସାଧାରଣଙ୍କ ହୃଦୟ ଜିତିଛି।

ଉତ୍ତରପ୍ରଦେଶର ୮୦ ଲୋକ ସଭା ଆସନରେ ରାଜନୈତିକ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏଯାବତର ପରିଣାମ ଅନୁଯାୟୀ ଭାଜପା ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଉଭୟ ଦଳର ଲୋକ ସଭା ଆସନ ବୃଦ୍ଧି ପାଇବାରେ ଲାଗିଛି। କେବଳ ଏତିକି ନୁହେଁ ଭାଜପାର ସହଯୋଗୀ ଦଳର ଆସନ ସଂଖ୍ୟା କମ୍‌ ହେଉଛି। ବିଏସ୍‌ପି ଖାତା ଖୋଲିବାରେ ସଫଳ ହୋଇପାରିବ ନାହିଁ ବୋଲି କୁହାଯାଉଛି।

ରାଜ୍ୟରେ ସମାଜବାଦୀ ଦଳ ୩୦ରୁ ଅଧିକ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୬ରୁ ୭ ଆସନରେ ଆଗୁଆ ରହିଛି। ଭାଜପା ୩୪ ଆସନରେ ଆଗୁଆ ଥିଲେ ହେଁ କମ୍‌ ଭୋଟ ବ୍ୟବଧାନ ଥିବାରୁ ନିର୍ଣ୍ଣାୟକ ଫଳାଫଳ ଭିନ୍ନ ହୋଇପାରେ ବୋଲି ଅନୁମାନ କରାଯାଉଛି। ମୋଟ ଉପରେ କହିବାକୁ ଗଲେ ଭାଜପା ରଣନୀତି ଉପରେ ଅଖିଳେଶ ଏବଂ ରାହୁଲଙ୍କ ରଣନୀତି ଭାରି ପଡ଼ୁଥିବା ଦେଖାଯାଉଛି। ବିଶେଷ କରି ଦୁହିଁଙ୍କ ମେଣ୍ଟ ପରେ ମୁସଲମାନ ପ୍ରାର୍ଥୀ ଏକଜୁଟ୍‌ ହେବା ଖେଳ ବିଗାଡ଼ି ଦେଇଛି।
ୟୁପିରେ ୨୦% ମୁସଲମାନ ଭୋଟର ଅଛନ୍ତି। ସମାଜବାଦୀ ଏବଂ କଂଗ୍ରେସ ମେଣ୍ଟ ପରେ ମୁସଲମାନଙ୍କ ଦ୍ୱନ୍ଦ୍ୱ ସମାପ୍ତ ହୋଇଯାଇଥିଲା। ଏମାନଙ୍କ ଭୋଟ ‘ଇଣ୍ଡିଆ’ ମେଣ୍ଟ ପକ୍ଷରେ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri