Posted inଜାତୀୟ

ଏକ୍‌ଜିଟ ପୋଲ୍‌ କେତେ ଠିକ୍‌? ଫଳାଫଳକୁ ଦେଖିଲେ…

ନୂଆଦିଲ୍ଲୀ,୨ା୬: ୨୦୨୪ ଲୋକ ସଭା ନିର୍ବାଚନ ଶନିବାର ଶେଷ ହେବା ପରେ ସନ୍ଧ୍ୟାରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବହୁପ୍ରତୀକ୍ଷିତ ଏକ୍‌ଜିଟ ପୋଲ୍‌ ବା ବୁ୍‌ଥ୍‌ଫେରନ୍ତା ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ପ୍ରାୟ ସବୁ ସଂସ୍ଥା ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସର୍ବାଧିକ ଆସନ ଜିତିବ ବୋଲି ପୂର୍ବାନୁମାନ କରିଛନ୍ତି। ଆସନ୍ତା ୪ ତାରିଖରେ ଭୋଟଗଣତି କରାଯାଇ ପ୍ରକୃତ ଫଳାଫଳ ପ୍ରକାଶ ପାଇବ। ତେବେ ଏକ୍‌ଜିଟ ପୋଲ୍‌ ପୂର୍ବାନୁମାନ ଅନେକ ସମୟରେ ଠିକ୍‌ ହୋଇ ନ ଥାଏ। ଅତୀତରେ ଏଭଳି ଦେଖାଯାଇଛି। ୨୦୧୪ ଏବଂ ୨୦୧୯ ଲୋକ ସଭା ନିର୍ବାଚନର ଏକ୍‌ଜିଟ ପୋଲ୍‌ ପୂର୍ବାନୁମାନ ଏବଂ ପ୍ରକୃତ ଫଳାଫଳକୁ ଦେଖିଲେ, ତାହା ସ୍ପଷ୍ଟ ବାରିହୁଏ।

୨୦୧୪ରେ ଅଧିକାଂଶ ଏକ୍‌ଜିଟ ପୋଲ୍‌ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଗଢ଼ିବେ ବୋଲି ପୂର୍ବାନୁମାନ କରିଥିଲେ ମଧ୍ୟ ଏତେ ସଂଖ୍ୟାରେ ଆସନ ଜିତି ଐତିହାସିକ ବିଜୟ ହାସଲ କରିବ ବୋଲି ଠିକ୍‌ ଆକଳନ କେହି କରିପାରି ନ ଥିଲେ। ଏହି ପର୍ଯ୍ୟାୟରେ ଏନ୍‌ଡିଏ ୨୭୨ ଆସନ ପାଇବ ବୋଲି ଇଣ୍ଡିଆ ଟୁଡେ-ସିସେରୋ କହିଥିବାବେଳେ ନ୍ୟୁଜ୍‌ ୨୪-ଚାଣକ୍ୟ ଏନ୍‌ଡିଏକୁ ୩୬୦ ଆସନ, ସିଏନ୍‌ଏନ୍‌-ଆଇବିଏନ୍‌-ସିଏସ୍‌ଡିଏସ୍‌ ୨୮୦ ଆସନ, ଟାଇମ୍ସ ନାଓ ଓଆର୍‌ଜି ୨୪୯ ଆସନ, ଏବିପି ନ୍ୟୁଜ-ନିଏଲସେନ୍‌ ୨୭୪ ଏବଂ ଏନ୍‌ଡିଟିଭି-ହଂସା ରିସର୍ଚ୍ଚ ୨୭୯ ଆସନ ଦେଇଥିଲା। ଅନ୍ୟପକ୍ଷରେ ଏହି ସଂସ୍ଥାଗୁଡ଼ିକ କଂଗ୍ରେସ ନେତୃତ୍ୱାଧୀନ ଉପାକୁ ୯୭ରୁ ୧୪୮ ଆସନ ଦେଇଥିଲେ। ସେହି ନିର୍ବାଚନର ପ୍ରକୃତ ଫଳାଫଳରେ ଏନ୍‌ଡିଏକୁ ୩୩୬ ଆସନ ମିଳିଥିବାବେଳେ କେବଳ ଭାଜପା ୧୮୨ ଆସନରେ ଜିତିଥିଲା। କଂଗ୍ରେସ ମାତ୍ର ୪୪ ଆସନ ଜିତିବାକୁ ସକ୍ଷମ ହୋଇଥିବାବେଳେ ଉପାକୁ ୬୦ ଆସନରେ ସୀମିତ ରହିବାକୁ ପଡ଼ିଥିଲା।

୨୦୧୯ ନିର୍ବାଚନରେ ଇଣ୍ଡିଆ ଟୁଡେ-ଆକ୍ସିସ୍‌ ଏନ୍‌ଡିଏକୁ ୩୩୯-୩୬୫ ଆସନ ଦେଇଥିବାବେଳେ ନ୍ୟୁଜ୍‌ ୨୪-ଟୁଡେସ୍‌ ଚାଣକ୍ୟ ଏହି ମେଣ୍ଟ ୩୫୦ ଆସନ ଜିତିବ ବୋଲି ପୂର୍ବାନୁମାନ କରିଥିଲା। ନ୍ୟୁଜ୍‌ ୧୮-ଆଇପିଏସ୍‌ଓଏସ୍‌ ୩୩୬ ଆସନ, ଟାଇମ୍ସ ନାଓ ଭିଏମ୍‌ଆର୍‌ ୩୦୬ ଆସନ, ଇଣ୍ଡିଆ ଟିଭି-ସିଏନ୍‌ଏକ୍ସ ୩୦୦ ଆସନ ଏବଂ ସୁଦର୍ଶନ ନ୍ୟୁଜ୍‌ ୩୦୫ ଆସନ ଦେଇଥିଲା। ଅନ୍ୟପକ୍ଷରେ ଉପା ୭୭ରୁ ୧୩୨ ଆସନ ମଧ୍ୟରେ ସୀମିତ ରହିବ ବୋଲି ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ରେ ପ୍ରକାଶ ପାଇଥିଲା। ପ୍ରକୃତ ଫଳାଫଳରେ ଭାଜପା ୩୦୩ ଆସନ ଜିତିଥିବାବେଳେ ଏନ୍‌ଡିଏକୁ ୩୫୨ ଆସନ ମିଳିଥିଲା। ସେହିପରି କଂଗ୍ରେସ ୫୨ ଆସନ ପାଇଥିବାବେଳେ ଉପା ୯୧ ଆସନରେ ସୀମିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri