ଗୃହିଣୀ ଓ ସ୍ବାସ୍ଥ୍ୟ

ଗୃହିଣୀଟିଏ ହେଉଛି ପରିବାରର ମୂଳଦୁଆ। ଯିଏ ସାରା ପରିବାରର ସମସ୍ତ ସଦସ୍ୟମାନଙ୍କୁ ସ୍ନେହ ଓ ମମତାର ଏକ ରେଶମୀ ସୂତାରେ ଏକତ୍ର କରି ରଖିବାର କ୍ଷମତା ରଖିଥାଏ। ହେଲେ ପରିବାରର ସମସ୍ତ କାର୍ଯ୍ୟ ମଧ୍ୟରେ ନିଜର ଯନତ୍ ନ କରି ଏବଂ ଅନ୍ୟମାନଙ୍କଠାରୁ ଯନତ୍ ନ ପାଇ କେବେ କେବେ ଗୃହିଣୀଟିଏ ଅବହେଳିତା ହୋଇଥାଏ ଏବଂ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ବି ସମ୍ମୁଖୀନ ହୋଇଥାଏ। ତେଣୁ ଗୃହିଣୀଙ୍କ ସ୍ବାସ୍ଥ୍ୟ ଠିକ୍‌ ରଖିବା ଲାଗି ନିଜ ସହିତ ପରିବାର ସଦସ୍ୟମାନେ ବି ସଜାଗ ରହିବା ଆବଶ୍ୟକ …

ଗୃହିଣୀଟିଏ ଘରର କେନ୍ଦ୍ରବିନ୍ଦୁ ଏବଂ ସାରା ପରିବାରର ଆଇନା, ଯାହା ଭିତର ଦେଇ ସମସ୍ତଙ୍କର ମୁହଁ ଦିଶେ ।
ସେ ଗୋଟିଏ ହାତରେ ଧରିଥାଏ ଧୈର୍ଯ୍ୟ, କ୍ଷମା ଓ ଦୟାର ଅମୋଘ ଅସ୍ତ୍ର ଏବଂ ଆର ହାତରେ ଧରିଥାଏ ସହନଶୀଳତାର ଢାଲ, ଓଠ ନିରନ୍ତର ଜପୁଥାଏ ସାଲିସ୍‌ର ମନ୍ତ୍ର। ସକାଳୁ ରାତିଯାଏଁ ଅନବରତ କାମକରିବା ଏବଂ ସମସ୍ତଙ୍କୁ ସୁଖୀରଖିବା ତା’ର ଯେପରି ଏକ ପରମ ଧର୍ମ ବୋଲି ସେ ମାନିନେଇଥାଏ। ହେଲେ ‘ଗୃହିଣୀ’ ଶବ୍ଦଟି ଉଚ୍ଚାରିତ ହେବା ମାତ୍ରେ କାହିଁକି ନାରୀଟିଏ ମ୍ରିୟମାଣ ହୋଇପଡେ?଼ ଏତେ ପାଠ ପଢ଼ି ମଧ୍ୟ କାହିଁକି ହୀନମନ୍ୟତାର ଚାଦରଟିରେ ସେ ନିଜ ଶରୀରକୁ ଘୋଡ଼ାଇ ଦିଏ? ‘କ’ଣ କରୁଛ’ ବୋଲି ପ୍ରଶ୍ନ କଲେ ସେ ନିଜ ମୁହଁକୁ ତଳକୁ ନୁଆଁଇ ଦେଇ ମନ ଦୁଃଖରେ କହେ ”ମ୍ୟାଡମ୍‌ ମୁଁ କିଛି କରୁନାହିଁ, କେବଳ ହାଉସ୍‌ ୱାଇଫ୍‌“ା କର୍ମଜୀବୀ ମହିଳା ନ ହୋଇପାରିବାର ଗ୍ଲାନି ତାକୁ ବିଷାଦଗ୍ରସ୍ତ କରିଦିଏ, ନିଜକୁ ଖୁବ୍‌ ଅପଦାର୍ଥଟିଏ ମନେକରେ ସେ। ଅନେକ ଥର ସ୍ବାମୀମାନେ ମଧ୍ୟ ହେୟଜ୍ଞାନ କରି ପନତ୍ୀଙ୍କୁ ଆକ୍ଷେପ କରି କହିଥାନ୍ତି। ଅନେକ ସ୍ବାମୀଙ୍କୁ ଯଦି ପଚରାଯାଏ ସ୍ତ୍ରୀ କ’ଣ କରୁଛନ୍ତି ବୋଲି-ଅତିଦୁଃଖର ସହ ବେଦନାରେ ମ୍ରିୟମାଣ ହୋଇ ମୁଣ୍ଡନୁଆଁଇ ସେ ଘୋଷଣା କରନ୍ତି ଯେ, ସ୍ତ୍ରୀ ଜଣକ କିଛି କରନ୍ତି ନାହିଁ, ସେ ଜଣେ ଗୃହିଣୀ ଏବଂ କେବଳ ଘରେ ବସିରହି ଅନ୍ନଧ୍ୱଂସ କରନ୍ତି। ସେ ଯଦି ଘରେ ବସିରହନ୍ତି, ତେବେ ଘର କାମ କିଏ କରେ, ଯଥା ରାନ୍ଧିବା, ଘରସଫା କରିବା, ଲୁଗା ସଫା କରିବା ଇତ୍ୟାଦି । ଆଉ ସ୍ବାମୀ, ସ୍ତ୍ରୀ ଉଭୟ କର୍ମଜୀବୀ ହୋଇଥିଲେ, ବେଳେବେଳେ ଘର ଓ ପିଲାମାନଙ୍କ ରକ୍ଷଣାବେକ୍ଷଣ ପାଇଁ ଉଚ୍ଚ ପଦାଧିକାରୀ ପତ୍ନୀଙ୍କୁ ଚାକିରି ଛାଡିବାକୁ ହୋଇଥାଏ ା ଅଥଚ ସମସ୍ତେ ନିଜ
ନିଜର ଡେଣା ଲଗାଇ ଉଡ଼ିଗଲା ପରେ ମା’ଟି ଅବହେଳିତା ହୋଇଯାଏ ା
ପରିବାରର ସମସ୍ତ ଦାୟିତ୍ୱ ତୁଲାଇବା ନିଶାରେ ଗୃହିଣୀଟିଏ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବସେ। ପ୍ରଥମେ ଖାଦ୍ୟ ଓ ନ୍ୟୁଟ୍ରିସନ୍‌ ବିଷୟ ବିଚାରକୁ ନେଲେ ଆମେ ଜାଣିପାରିବା ଯେ, ମା’ଟିଏ ସବାଶେଷରେ ଖାଏ ଓ ସବୁଠାରୁ କମ୍‌ ଖାଏ, ସମସ୍ତେ ଖାଇ ସାରିବାପରେ ଯାହା ଅବଶିଷ୍ଟ ରହେ, ତାହା ହିଁ ଖାଇଥାଏ ା ନିମ୍ନ ମଧ୍ୟବିତ୍ତ ପରିବାରର ମହିଳାମାନେ ପ୍ରାୟ ପୁଷ୍ଟିସାର ଖାଦ୍ୟର ଅଭାବ ଭୋଗିଥାନ୍ତି ା ଏହାଛଡ଼ା ରକ୍ତହୀନତା, ଅଗ୍ନିମାନ୍ଦ୍ୟ ସେମାନଙ୍କୁ ବିଶେଷ ଭାବରେ ଦୁର୍ବଳ କରିଦିଏ । ବିଶେଷ ଭାବରେ ଗାଁ ଗହଳିରେ ଏଇ
ଅସୁବିଧା ବେଶି ହୋଇଥାଏ ା ଏହାଛଡ଼ା ଅଳ୍ପ ସମୟରେ ବାରମ୍ବାର ଗର୍ଭଧାରଣ କଲେ ସେମାନେ ରୁଗ୍‌ଣ ହୋଇଯାନ୍ତି । ଗ୍ରାମାଞ୍ଚଳରେ ଅନେକ ଗୃହିଣୀ ନିରକ୍ଷର ହୋଇଥିବାରୁ ପରିବାର ନିୟନ୍ତ୍ରଣର ବ୍ୟବସ୍ଥା ଜାଣିପାରନ୍ତି ନାହିଁ ା ଗର୍ଭାବସ୍ଥାରେ ମଧ୍ୟ ଗୃହିଣୀମାନେ ନିଜର ଯନତ୍ ନେଇପାରନ୍ତି ନାହିଁ, ଫଳରେ ପ୍ରଥମ ୩ ମାସରେ ଅବଶ୍ୟମ୍ଭାବୀ ଗର୍ଭପାତ ଏବଂ ଅସମ୍ପୂର୍ଣ୍ଣ ଗର୍ଭପାତ ହେବାର ଚାନ୍‌ସ ଥାଏ। ଗୃହିଣୀଟିଏ ନିଜକୁ ଅବହେଳା କଲେ ତଥା ଆଗରୁ ପ୍ରିନାଟାଲ୍‌ କାଉନ୍‌ସେଲିଂ କରାଇ ନ ଥିଲେ ଶିଶୁର ବର୍ଦ୍ଧନ, ଘୂର୍ଣ୍ଣନ ଆଦି ଜାଣିବା କଷ୍ଟକର ହୋଇପଡ଼େ । ଗର୍ଭାବସ୍ଥାରେ ଜଟିଳତା ଆସ୍ତେ ଆସ୍ତେ ବଢିଚାଲେ, ଫଳରେ ମା’ ଓ ଶିଶୁ ଉଭୟ ଅସୁସ୍ଥ ହୋଇପଡ଼ନ୍ତି ା ଆହୁରି କେତେକ ଗୃହିଣୀ ଅଛନ୍ତି, ଯେଉଁମାନେ ସାରା ପରିବାରର କାମକରିବା ସହ ଭାରି ଜିନିଷ ଉଠାଇଥାନ୍ତି ଓ ବିଶେଷ ପରିଶ୍ରମ କରିଥାନ୍ତି ଫଳରେ ଜରାୟୁ ତଳକୁ ଖସିଆସେ (ପ୍ରୋଲାପ୍‌ସ ଅଫ୍‌ ୟୁଟେରସ୍‌) ଏଥିରେ ମଧ୍ୟ ବାରମ୍ବାର ସଂକ୍ରମଣ ହୋଇ ଧଳା ସ୍ରାବହୁଏ। ନିଜର ଯନତ୍ ନ କରି ଏବଂ ଅନ୍ୟମାନଙ୍କଠାରୁ ଯନତ୍ ନ ପାଇ ଗୃହିଣୀଟିଏ ରୁଗ୍‌ଣା ହୋଇଥାଏ। ଅନ୍ୟର ସ୍ବାସ୍ଥ୍ୟ କଥା ବୁଝୁବୁଝୁ ନିଜେ ଦୁରାରୋଗ୍ୟ ରୋଗରେ ପୀଡିତ ହୋଇଯାଏ,ଏପରି କି ଅନେକ ଲକ୍ଷଣ ଯଥା ସାଦାସ୍ରାବ, ଦୁର୍ଗନ୍ଧ ଯୁକ୍ତ ସ୍ରାବ ଏବଂ ରକ୍ତମିଶା ସ୍ରାବକୁ ଅଣଦେଖା କରି ଜରାୟୁ ମୁଖ କର୍କଟରୋଗ ଓ ଜରାୟୁ କର୍କଟ ରୋଗରେ ପୀଡ଼ିତା ହୁଏ ା ବେଳେବେଳେ ଗୃହିଣୀମାନେ ମାନସିକ ଅବସନ୍ନତାର ଶିକାର ହୁଅନ୍ତି ା ନିଜେ ଉପାର୍ଜନକ୍ଷମ ହୋଇ ପାରି ନ ଥିବାରୁ ସେମାନେ ହୀନମନ୍ୟତା ଭୋଗନ୍ତି ଏବଂ ଭାବନ୍ତି ଯେ, ଘରେ ସମସ୍ତେ ତାଙ୍କୁ ଅବହେଳା କରୁଛନ୍ତି ା
ବିଶେଷ ଭାବରେ ସେମାନେ ମାନସିକ ବିଷଣ୍ଣତା ବା ଅବସାଦର ଶିକାର
ହୋଇଥାନ୍ତି ା ଏମିତି କି ହୃଦ୍‌ରୋଗ ଓ ଅନ୍ୟାନ୍ୟ ଦୁରାରୋଗ୍ୟ ହେଲେ ଗୃହିଣୀମାନେ ଅବହେଳାର ଶିକାର ହୋଇଥାନ୍ତି ।
ଆଉ ଗୋଟିଏ ଦିଗକୁ ବିଚାରକୁ ନେଲେ ଆମେ ଜାଣିପାରିବା ଯେ, ଅନେକ ଗୃହିଣୀ ଅଛନ୍ତି; ଯେଉଁମାନେ କୌଣସି ଖାଦ୍ୟ ନଷ୍ଟ କରିବାକୁ ଚାହାନ୍ତି ନାହିଁ, ଫଳରେ ଘରର ଯେକୌଣସି ସଦସ୍ୟ ଖାଇବାପରେ କିଛି ଖାଦ୍ୟ ବଳିଗଲେ ବା ଛାଡ଼ିଦେଲେ ସେମାନେ ନଷ୍ଟ ନ କରି ଖାଇ ଦିଅନ୍ତି, ଫଳରେ କ୍ୟାଲୋରୀ ଇନ୍‌ଟେକ୍‌ ବହୁତ ବଢିଯାଏ। ଛୁଆ, ସ୍ବାମୀ ଓ ଶାଶୁଶ୍ୱଶୁରଙ୍କର ବଳକା ଖାଦ୍ୟ ଖାଇ ସେମାନେ ନିଜର ଓଜନ ବଢାଇ ଦିଅନ୍ତି ା ତା’ପରେ ଘରକାମ କରୁ କରୁ ଜଣଜଣଙ୍କର ଅନବରତ ପାଟି ଚାଲିଥାଏ, ତେଣୁ ଫାଷ୍ଟଫୁଡ୍‌, ଚେନାଚୁର ଆଦି ଖାଇ ସେମାନେ ଅତ୍ୟଧିକ ମୋଟା ହୋଇଯାନ୍ତି ।
ସେମାନେ ଭାବିବା ଉଚିତ ଯେ, ଘରକାମ ଛଡା ନିଜ ମୋଟା ପଣିଆକୁ କମାଇବାକୁ ସେମାନେ କିଛି ବ୍ୟାୟାମ୍‌ ମଧ୍ୟ କରିବା ଆବଶ୍ୟକ ଯଥା ଚାଲିବା, ସାଇକେଲ୍‌ ଚଳାଇବା, ସ୍କିପିଂ ବା ଦଉଡ଼ି ଡିଆଁ, ଜଗିଂ ବା ଟ୍ରେଡ୍‌ ମିଲ୍‌ରେ ଚାଲିବା ଆଦି। ବେଳେବେଳେ ଗୃହିଣୀମାନଙ୍କର ଶାରୀରିକ ସମସ୍ୟାଠାରୁ ବେଶି ଭୟଙ୍କର ହୋଇଉଠେ ମାନସିକ ସ୍ବାସ୍ଥ୍ୟର ଅବନତି ା
ତେଣୁ ଗୃହିଣୀଙ୍କୁ ହେୟ ମନେକରିବା ଠିକ୍‌ ନୁହେଁ ଏବଂ ତା’ର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟର ଯନତ୍ନେବା ଉଚିତ ା
ଗୋଟିଏ ଗୃହକର୍ତ୍ତାଙ୍କ ସଫଳ କର୍ମ ଜୀବନ ପଛରେ ଗୃହିଣୀର ଦାୟିତ୍ୱଶୀଳତା ଥାଏ ା ଗୃହିଣୀଟିର ଅକ୍ଳାନ୍ତ ପରିଶ୍ରମ , ଅବର୍ଣ୍ଣନୀୟ ଦୂରଦର୍ଶିତା, ଅକଳ୍ପନୀୟ ସ୍ବାର୍ଥତ୍ୟାଗ ତଥା ଅତୁଳନୀୟ ପାରଦର୍ଶିତା ହିଁ ଗୋଟିଏ ପରିବାରକୁ ସରସ ସୁନ୍ଦର କରିତୋଳେ, ତେଣୁ ଗୃହିଣୀଟିକୁ ସମ୍ମାନ ଦେବା ସାରା ପରିବାରର କର୍ତ୍ତବ୍ୟ ା ଏହା ସହ ସବୁ ଗୃହିଣୀମାନେ ନିଜେ ନିଜର ଯନତ୍ ନେବାପାଇଁ କିଛି ସମୟ ବାହାର କରିବା ଆବଶ୍ୟକ। ସେଥିରେ ସେମାନେ ନିଜ ଶରୀର ଓ ମନର ଯନତ୍ ନେବା ସହ ନିଜର ‘ହବି’ ପାଇଁ ମଧ୍ୟ ସମୟ ଦେବା ଦରକାର। ଅଧିକାଂଶ ଗୃହିଣୀ ଏକ ଏକ ଅନନ୍ୟ ପ୍ରତିଭାର ଅଧିକାରିଣୀ ହୋଇଥାନ୍ତି। କେଉଁମାନେ ଗୀତ ଗାଆନ୍ତି ତ କିଏ ଲେଖିବାକୁ ଭଲ ପାଆନ୍ତି, ଆଉ କେହି ନୃତ୍ୟ କରନ୍ତି ତ ଅନ୍ୟ କେଉଁ ଗୃହିଣୀ ମାନେ ତୁଳୀ ରଙ୍ଗନେଇ ଚିତ୍ର ଆଙ୍କିବାରେ ଲାଗିପଡ଼ନ୍ତି। ମୋଟ ଉପରେ ଏଇ ପ୍ରତିଭାର ଅଧିକାରିଣୀମାନେ ନିଜ ସ୍ବପ୍ନକୁ ଓ ଅଭିଳାଷକୁ ପରି ପୂରଣ କରିବାକୁ ସୁଯୋଗ ପାଇବା ଦରକାର।
ଡା. ସରୋଜିନୀ ଷଡ଼ଙ୍ଗୀ

– ଲିଙ୍କ୍‌ ରୋଡ୍‌, କଟକ,
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

ମହାଶିବରାତ୍ରିରୁ ଉତ୍ତର ଦିଗକୁ ଗତି କରିବେ ବୁଧ ଗ୍ରହ: ଏହି ୩ ରାଶିର ଭଲ ହେବ ନା ଖରାପ, ଜାଣନ୍ତୁ…

ବୈଦିକ ଜ୍ୟୋତିଷରେ, ବୁଧ ଗ୍ରହ ହେଉଛି ବୁଦ୍ଧି, ବାଣୀ, ତର୍କ, ଗଣିତ, ବ୍ୟବସାୟ ଏବଂ ଯୋଗାଯୋଗ ପାଇଁ ଦାୟୀ। ଏହା ଜଣେ ବ୍ୟକ୍ତିଙ୍କ ବିଶ୍ଳେଷଣାତ୍ମକ କ୍ଷମତା, ନିଷ୍ପତ୍ତି…

କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ, ଦୁର୍ଲଭ ସଂଯୋଗରୁ ଲାଭବାନ୍ ହେବେ ଏହି ୩ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନେ ସମୟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗୋଚର କରନ୍ତି । ଏହି ସମୟ ମଧ୍ୟରେ, ଗ୍ରହମାନେ ଅନ୍ୟ ଗ୍ରହମାନଙ୍କ…

ହଠାତ୍ ଭୋକ ଲାଗିବା ବନ୍ଦ ହୋଇଯାଉଛି କି? ସାବଧାନ! ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ

କିଛି ଲୋକଙ୍କର ହଠାତ୍ ସ୍ୱାଭାବିକ ଭୋକ କମିଯାଏ । ଏହାକୁ ପ୍ରାୟତଃ ଥକ୍କାପଣ, ପାଗ କିମ୍ବା ଦିନଚର୍ଯ୍ୟାରେ ପରିବର୍ତ୍ତନ ବୋଲି ଖାରଜ କରାଯାଏ । ଭୋକ ଆମ…

ସୂର୍ଯ୍ୟ ପରାଗରେ ଶନିଙ୍କ ରାଶିରେ ଖରାପ ପ୍ରଭାବ, ଏହି ୩ଟି ରାଶିରେ ଘୋଟିଯିବ ବିପଦ!

ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଏହା ଫେବୃଆରୀ ୧୩ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବ ଏବଂ ତା’ପରେ ଫେବୃଆରୀ ୧୭ ତାରିଖରେ ସୂର୍ଯ୍ୟଗ୍ରହଣ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri