ଘରକରଣା

ପାଣିରେ ଲେମ୍ବୁ ରସ ମିଶାଇ ମାଇକ୍ରୋୱେବ୍‌ ଭିତରେ ରଖି ଅନ୍‌ କରି ଦିଅନ୍ତୁ। ଏହାପରେ ଏକ କପଡ଼ାରେ ମାଇକ୍ରୋୱେବ୍‌ ଭିତରକୁ ସଫା କରନ୍ତୁ, ଭଲଭାବେ ସଫା ହୋଇଯିବ।
ଚିମିନି, ବଲ୍‌ବ, ଏଗ୍‌ଜଷ୍ଟ ଫ୍ୟାନ୍‌କୁ ସଫା କରିବା ପାଇଁ ଗରମ ପାଣିରେ ଭିନେଗାର ଓ ବ୍ଲିଚିଂ ପାଉଡର ମିଶାଇ କପଡ଼ାରେ ସଫା କରନ୍ତୁ।
ପାଣିରେ ଭିନେଗାର ମିଶାଇ କପଡ଼ାରେ ଆଣି ଫ୍ରିଜ୍‌ ହ୍ୟାଣ୍ଡେଲ ତଥା ଝରକା, କବାଟର ହ୍ୟାଣ୍ଡେଲ ଆଦିକୁ ସଫା କରନ୍ତୁ। ବେଶ୍‌ ସୁନ୍ଦର ଦେଖାଯିବ। ରୋଷେଇ ଘରେ ଥିବା ଡବା ସବୁ ଚିକ୍କଣ ହୋଇ ଯାଇଥିଲେ ତାକୁ ଗରମପାଣି ବାଲ୍‌ଟିରେ ଡିଟରଜେଣ୍ଟ ଓ ବେକିଂ ସୋଡ଼ା ମିଶାଇ ପକାଇ ଦିଅନ୍ତୁ। ୩୦ ମିନିଟ୍‌ ପରେ ଡବା ସବୁକୁ କାଢ଼ି ସଫା କରି ଦିଅନ୍ତୁ। ଡବାରେ ଲାଗିଥିବା ଚିକ୍କଣ ଦୂର ହୋଇଯିବ। ରୋଷେଇ ଘରେ ବ୍ୟବହୃତ ହେଉଥିବା କପଡ଼ା ଯେପରି କି ଆପ୍ରନ, ରୁଟି ରଖିବା ନାପକିନ୍‌, କିଚେନ୍‌ ଟାୱେଲ ସବୁକୁ ସପ୍ତାହକୁ ତିନି ଥର ସଫା କରନ୍ତୁ। ଏକ ବଡ଼ ପାତ୍ରରେ ଉଷୁମ ପାଣି ଆଣି ସେଥିରେ ଏକ ଚାମଚ ବେକିଂ ସୋଡ଼ା ମିଶାଇ ସବୁ କପଡ଼ାକୁ ୧୫ ମିନିଟ୍‌ ଭିଜାଇ ରଖି ଦିଅନ୍ତୁ। ଏହାପରେ ସବୁ କପଡ଼ାକୁ ଡିଟରଜେଣ୍ଟ ପାଣିରେ ଲେମ୍ବୁ ରସ ମିଶାଇ ସଫା କରନ୍ତୁ। ସଫା କରିବା ପରେ ସବୁ କପଡ଼ାକୁ ଖରାରେ ଶୁଖାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri