ବେଜିଂ୧୯।୧୨ : ହଠାତ ଜୋରରେ ଝଟକା ଲାଗି ଘରର କାନ୍ଥଗୁଡ଼ିକ ଥରିବାରେ ଲାଗିଲା। ଏହା ସହିତ ବଡ଼ ବଡ଼ କୋଠା ଗୁଡ଼ିକ ଭୁଶୁଡ଼ି ପଡ଼ିଲା। ଯାନବାହନ ଚଳାଚଳ ଆରମ୍ଭ କଲା, ଘରର କାନ୍ଥରେ ଫାଟ ସୃଷ୍ଟି ହେଲା । ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡିବାକୁ ଳାଗିଲେ। ସୋମବାର ବିଳମ୍ବିତ ରାତିରେ ଚାଇନାରେ ଏପରି ବିନାଶର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ଲୋକେ ଭଙ୍ଗା ଆବର୍ଜନା ତଳୁ ନିଜ ପ୍ରିୟଜନଙ୍କୁ ଖୋଜିବାରେ ବ୍ୟସ୍ତ ଅଛନ୍ତି। ଆଖିରେ ଲୁହ ଥିବାବେଳେ ମନରେ କୋହ ଭରି ରହିଛି। ଦେଶରେ ୬.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ୧୧୧ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୨୦୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଅନେକ ଘର ଓ କୋଠା ଭୁଶୁଡି ପଡିଛି। ରାସ୍ତାରେ ମୃତଦେହ ଓ ଆବର୍ଜନା ଗଦା ହୋଇଛି। ଲୋକମାନେ ଖୋଲା ଆକାଶ ତଳେ ରହିଛନ୍ତି।
ଭୂକମ୍ପବିଜ୍ଞାନୀମାନେ ଭୂକମ୍ପର କେନ୍ଦ୍ରସ୍ଥଳ ଗାନସୁର ପ୍ରାଦେଶିକ ରାଜଧାନୀ ଲାନଜୋରେ ଥିବା ଆକଳନ କରିଛନ୍ତି। ଲାନଜୋରୁ ୧୦୨ କିଲୋମିଟର ପଶ୍ଚିମ-ଦକ୍ଷିଣ ଅଞ୍ଚଳରୁ ଭୂକମ୍ପ ତରଙ୍ଗ ସୃଷ୍ଟି ହୋଇ କମ୍ପନ ସୃଷ୍ଟି ହୋଇଥିଲା। ଭୂକମ୍ପ ଉତ୍ତର-ପଶ୍ଚିମ ଚାଇନାର ଗାନସୁ-କିଘଂଇ ପ୍ରଦେଶରେ ଭୟଙ୍କର ରୂପ ନେଇଥିଲା। ୬.୨ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଚାଇନାକୁ କିପରି ଥରାଇ ଦେଇଛି ତାହାର କିଛି ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
https://twitter.com/The5HbK/status/1736939878703911338?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1736939878703911338%7Ctwgr%5E6047bb6768b715cf478e31184b5a9b0513c40657%7Ctwcon%5Es1_&ref_url=https%3A%2F%2Fhindi.news24online.com%2Fworld%2Fchina-earthquake-china-earthquake-cctv-footage-viral-on-social-media%2F497482%2F


