ବଦଳୁଛି ଘରଚଟିଆଙ୍କ ବାସ ଠିକଣା

ମହାକାଳପଡ଼ା, ୨୪ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ, ଅସନ୍ତୁଳିତ ପରିବେଶ, ପ୍ରାକୃତିକ ବିପର୍ଯ୍ୟୟ, ଜଙ୍ଗଲ ଅବକ୍ଷୟ ଓ ଜନବସତିରେ ଚାଳଛପର ଘର ପରିବର୍ତ୍ତେ ପକ୍କାଘର ନିର୍ମାଣ ସାଜିଛି କାଳ। ୧୯୯୯ ମହାବାତ୍ୟା ପୂର୍ବରୁ ଗଁାଗଣ୍ଡାଗୁଡ଼ିକରେ ଥିବା ଚାଳଛପର ଓଳି ମୂଳେ ଘର ଚଟିଆଙ୍କ ଘର ପାଲଟିଥିଲା। ଏହି ସେଠି ଘରେ ଡିମ୍ବ ଦେଇ ଛୁଆ ଫୁଟିବା ପର୍ଯ୍ୟନ୍ତ ନିଜକୁ ସୁରକ୍ଷିତ ଭାବେ ଜୀବନ ନିର୍ବାହ କରୁଥିଲେ। ବିପର୍ଯ୍ୟୟ ପାଇଁ ଘରଚଟିଆ ବଂଶ ହ୍ରାସ ପାଇବାରେ ଲାଗିଛି। ସମୟ ଥିଲା ଘରଚଟିଆ ଚାଳଛପର ଓଳି ମୂଳେ ବାସକଲେ ଶୁଭ ମନାଯାଏ ବୋଲି ବିଶ୍ୱାସ ରହିଛି। ଘରଚଟିଆଙ୍କ କିଚିରିମିଚିରି ଶବ୍ଦ ବେଶ୍‌ ମନକୁ ପ୍ରଫୁଲ୍ଲିତ କରିଥାଏ। ପ୍ରାକ୍‌ ବିପର୍ଯ୍ୟୟ ଢେର ଅଧିକ ପୂର୍ବରୁ ଏମାନେ ସଙ୍ଗ ବଦ୍ଧ ହୋଇ ନୀଳ ଆକାଶରେ ଚକ୍କର କାଟିଥାନ୍ତି। ଏବେ ପୂର୍ବଭଳି ଗଁା ଗଣ୍ଡାରେ ଚାଳ ଛପର ପରିବର୍ତ୍ତେ ବହୁଳ ସଂଖ୍ୟାରେ ପକ୍କାଘର ନିର୍ମାଣ ହେବା ଦ୍ୱାରା ବଦଳିଯାଇଛି ଘରଚଟିଆଙ୍କ ବଞ୍ଚତ୍ବାର ଠିକଣା। ଏଭଳି ଅଭାବନୀୟ ପରିସ୍ଥିତିରେ ନିଜର ବଞ୍ଚତ୍ବାକୁ ସଂଗ୍ରାମ କରୁଥିବା ଘରଚଟିଆଟି ବାସସ୍ଥାନ ଅଭାବରୁ ବିପଦପୂର୍ଣ୍ଣ ସ୍ଥାନରେ କାଠିକୁଟା ସଂଗ୍ରହକରି ନିଡ଼ ତିଆରି କରିବାରେ ବ୍ୟସ୍ତ ଅଛି। କୁନି ପକ୍ଷୀଟି କାହିଁ ଜାଣିବ ଯେଉଁ ବସାରେ ବାସ ତିଆରି ପାଇଁ ବସା ବାନ୍ଧୁଛି ତାହା ଭବିଷ୍ୟତ ପାଇଁ ବିପଦ। ତଥାପି ନିଜର ଭବିଷ୍ୟତ ପାଇଁ ୨ ପକ୍ଷୀ ଯମ ଦୁଆରେ ବସା ତିଆରି କରିବାରେ ନିମଗ୍ନ ଅଛନ୍ତି। କେଉଁ ମୁହୂର୍ତ୍ତରେ ଚାଲିଯାଇପାରେ ଜୀବନ। ଏହାର ଏକ ଉଦାହରଣ ଦେଖିବାକୁ ମିଳୁଛି, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଗୋବରୀ ନଦୀ କୂଳ ମହାକାଳପଡ଼ା-ଅଳାଇଲୋ ମୁଖ୍ୟ ରାସ୍ତାର ହନୁମାନ ମନ୍ଦିର ସନ୍ନିକଟରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଭିତରେ କୁଟାକାଠି ସଂଗ୍ରହକରି ଘରଚଟିଆ ବସା ତିଆରି କରିଥିବା ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ପକ୍ଷୀପ୍ରେମୀ ତଥା ପରିବେଶବିତ୍‌ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି, ୯୦ ଦଶକ ପୂର୍ବରୁ ଆମ ଅଞ୍ଚଳର ଗଁାରେ ଚାଳଛପର ଘରେ ବହୁଳ ଭାବେ ଏମାନଙ୍କ ବସା ବାନ୍ଧିବା ଦେଖିବାକୁ ମିଳୁଥିଲା। ଏମାନଙ୍କ କିଚିରିମିଚିରି ଶବ୍ଦରେ ଆରମ୍ଭ ହେଉଥିଲା ସକାଳ। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କର ବେଶ୍‌ ଭୂମିକା ଥିଲା। ଏମାନଙ୍କର ମୁଖ୍ୟ ଖାଦ୍ୟ ଝିଣ୍ଟିକା, ପୋକ, ଜୋକ, ସୁଆଁ, ଧାନ ଚାଉଳ, ସୋରିଷ, ଚଣା ଆଦି ଖାଇଥାନ୍ତି। ଦୁର୍ବିପାକ, କଂକ୍ରିଟ ଜଙ୍ଗଲ ଓ କୃଷି କ୍ଷେତ୍ରରେ ବ୍ୟାପକ ପରିମାଣରେ ବ୍ୟବହାର ହେଉଥିବା କୀଟନାଶକ ପ୍ରୟୋଗ ଦ୍ୱାରା ଏମାନଙ୍କ ବଂଶ ଧୀରେ ଧୀରେ ଲୋପପାଇବାକୁ ବସିଛି। ସମୟ ଆସିବ ଏମାନଙ୍କର ବଂଶକୁ ସୁରକ୍ଷା ଦିଆ ନ ଗଲେ ଭବିଷ୍ୟତରେ ଏହାକୁ ଚିତ୍ରରେ ଦେଖିବା ସାର ହେବ ବୋଲି ସ୍ବାଇଁ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri