ବଦଳୁଛି ଘରଚଟିଆଙ୍କ ବାସ ଠିକଣା

ମହାକାଳପଡ଼ା, ୨୪ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ, ଅସନ୍ତୁଳିତ ପରିବେଶ, ପ୍ରାକୃତିକ ବିପର୍ଯ୍ୟୟ, ଜଙ୍ଗଲ ଅବକ୍ଷୟ ଓ ଜନବସତିରେ ଚାଳଛପର ଘର ପରିବର୍ତ୍ତେ ପକ୍କାଘର ନିର୍ମାଣ ସାଜିଛି କାଳ। ୧୯୯୯ ମହାବାତ୍ୟା ପୂର୍ବରୁ ଗଁାଗଣ୍ଡାଗୁଡ଼ିକରେ ଥିବା ଚାଳଛପର ଓଳି ମୂଳେ ଘର ଚଟିଆଙ୍କ ଘର ପାଲଟିଥିଲା। ଏହି ସେଠି ଘରେ ଡିମ୍ବ ଦେଇ ଛୁଆ ଫୁଟିବା ପର୍ଯ୍ୟନ୍ତ ନିଜକୁ ସୁରକ୍ଷିତ ଭାବେ ଜୀବନ ନିର୍ବାହ କରୁଥିଲେ। ବିପର୍ଯ୍ୟୟ ପାଇଁ ଘରଚଟିଆ ବଂଶ ହ୍ରାସ ପାଇବାରେ ଲାଗିଛି। ସମୟ ଥିଲା ଘରଚଟିଆ ଚାଳଛପର ଓଳି ମୂଳେ ବାସକଲେ ଶୁଭ ମନାଯାଏ ବୋଲି ବିଶ୍ୱାସ ରହିଛି। ଘରଚଟିଆଙ୍କ କିଚିରିମିଚିରି ଶବ୍ଦ ବେଶ୍‌ ମନକୁ ପ୍ରଫୁଲ୍ଲିତ କରିଥାଏ। ପ୍ରାକ୍‌ ବିପର୍ଯ୍ୟୟ ଢେର ଅଧିକ ପୂର୍ବରୁ ଏମାନେ ସଙ୍ଗ ବଦ୍ଧ ହୋଇ ନୀଳ ଆକାଶରେ ଚକ୍କର କାଟିଥାନ୍ତି। ଏବେ ପୂର୍ବଭଳି ଗଁା ଗଣ୍ଡାରେ ଚାଳ ଛପର ପରିବର୍ତ୍ତେ ବହୁଳ ସଂଖ୍ୟାରେ ପକ୍କାଘର ନିର୍ମାଣ ହେବା ଦ୍ୱାରା ବଦଳିଯାଇଛି ଘରଚଟିଆଙ୍କ ବଞ୍ଚତ୍ବାର ଠିକଣା। ଏଭଳି ଅଭାବନୀୟ ପରିସ୍ଥିତିରେ ନିଜର ବଞ୍ଚତ୍ବାକୁ ସଂଗ୍ରାମ କରୁଥିବା ଘରଚଟିଆଟି ବାସସ୍ଥାନ ଅଭାବରୁ ବିପଦପୂର୍ଣ୍ଣ ସ୍ଥାନରେ କାଠିକୁଟା ସଂଗ୍ରହକରି ନିଡ଼ ତିଆରି କରିବାରେ ବ୍ୟସ୍ତ ଅଛି। କୁନି ପକ୍ଷୀଟି କାହିଁ ଜାଣିବ ଯେଉଁ ବସାରେ ବାସ ତିଆରି ପାଇଁ ବସା ବାନ୍ଧୁଛି ତାହା ଭବିଷ୍ୟତ ପାଇଁ ବିପଦ। ତଥାପି ନିଜର ଭବିଷ୍ୟତ ପାଇଁ ୨ ପକ୍ଷୀ ଯମ ଦୁଆରେ ବସା ତିଆରି କରିବାରେ ନିମଗ୍ନ ଅଛନ୍ତି। କେଉଁ ମୁହୂର୍ତ୍ତରେ ଚାଲିଯାଇପାରେ ଜୀବନ। ଏହାର ଏକ ଉଦାହରଣ ଦେଖିବାକୁ ମିଳୁଛି, କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଗୋବରୀ ନଦୀ କୂଳ ମହାକାଳପଡ଼ା-ଅଳାଇଲୋ ମୁଖ୍ୟ ରାସ୍ତାର ହନୁମାନ ମନ୍ଦିର ସନ୍ନିକଟରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଭିତରେ କୁଟାକାଠି ସଂଗ୍ରହକରି ଘରଚଟିଆ ବସା ତିଆରି କରିଥିବା ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ପକ୍ଷୀପ୍ରେମୀ ତଥା ପରିବେଶବିତ୍‌ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି, ୯୦ ଦଶକ ପୂର୍ବରୁ ଆମ ଅଞ୍ଚଳର ଗଁାରେ ଚାଳଛପର ଘରେ ବହୁଳ ଭାବେ ଏମାନଙ୍କ ବସା ବାନ୍ଧିବା ଦେଖିବାକୁ ମିଳୁଥିଲା। ଏମାନଙ୍କ କିଚିରିମିଚିରି ଶବ୍ଦରେ ଆରମ୍ଭ ହେଉଥିଲା ସକାଳ। ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କର ବେଶ୍‌ ଭୂମିକା ଥିଲା। ଏମାନଙ୍କର ମୁଖ୍ୟ ଖାଦ୍ୟ ଝିଣ୍ଟିକା, ପୋକ, ଜୋକ, ସୁଆଁ, ଧାନ ଚାଉଳ, ସୋରିଷ, ଚଣା ଆଦି ଖାଇଥାନ୍ତି। ଦୁର୍ବିପାକ, କଂକ୍ରିଟ ଜଙ୍ଗଲ ଓ କୃଷି କ୍ଷେତ୍ରରେ ବ୍ୟାପକ ପରିମାଣରେ ବ୍ୟବହାର ହେଉଥିବା କୀଟନାଶକ ପ୍ରୟୋଗ ଦ୍ୱାରା ଏମାନଙ୍କ ବଂଶ ଧୀରେ ଧୀରେ ଲୋପପାଇବାକୁ ବସିଛି। ସମୟ ଆସିବ ଏମାନଙ୍କର ବଂଶକୁ ସୁରକ୍ଷା ଦିଆ ନ ଗଲେ ଭବିଷ୍ୟତରେ ଏହାକୁ ଚିତ୍ରରେ ଦେଖିବା ସାର ହେବ ବୋଲି ସ୍ବାଇଁ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri