୩୦ କୋଟି ଟଙ୍କାର ଘର କିଣିଲେ ରାମ ଚରଣ

ମୁମ୍ବାଇ: ଆରଆରଆର ମୁଭିର ଆକ୍ଟର ରାମ ଚରଣ ତଥା ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ରାମ ଚରଣ ଏବେ ଖୁବ ଚର୍ଚ୍ଚାରେ। ଦୀର୍ଘ ୧୧ ବର୍ଷ ପରେ ପିତା ହୋଇଥିବା ଏହି ଅଭିନେତା ଏବେ ଏକ ଲଗ୍ଜରି ବଙ୍ଗଳା କିଣି ପୁଣି ଆସିଛନ୍ତି ଚର୍ଚ୍ଚାକୁ।
ସାଉଥ ଷ୍ଟାର ରାମ ଚରଣ ତାଙ୍କ ପତ୍ନୀ ଉପାସନା କାମିନେନିଙ୍କ ସହ ମିଶି ନିକଟରେ ହାଇଦ୍ରାବାଦରେ ଏକ ନୂଆ ଘର କିଣିଛନ୍ତି। ଏହି ନୂଆ ଘର ଖୁବ୍‌ ସୁନ୍ଦର ହୋଇଥିବା କୁହାଯାଉଛି।

ଅଭିନେତାଙ୍କ ଏହି ଘର ହାଇଦ୍ରାବାଦର ଜୁବଲି ହିଲ୍ସରେ ଅବସ୍ଥିତ। ଏହା ଏକଦମ ମର୍ଡନ ଷ୍ଟାଇଲରେ ନିର୍ମାଣ କରାଯାଇଛି। ଏହାକୁ ପ୍ରସିଦ୍ଧ ଡିଜାଇନର ତରୁଣ ତହଲିୟାନି ଡିଜାଇନ କରିଛନ୍ତି।
ଓସ୍କାର ଓ୍ବିନର ମୁଭି ଆରଆରଆରର ଆକ୍ଟର ରାମ ଚରଣଙ୍କ ଏହି ଘର ୨୫ ହଜାର ବର୍ଗ ଫୁଟରେ ତିଆରି କରାଯାଇଛି। ଏଥିରେ ସେ ତାଙ୍କ ପରିବାର ସହ ରହୁଛନ୍ତି। ଏଥିରେ ଜିମ ସହ ବହୁ ଅତ୍ୟାଧୁନିକ ସୁବିଧା ଥିଲେ ବି ପରମ୍ପରାକୁ ଭୁଲି ନାହାନ୍ତି ଅଭିନେତା। ଏହା ଆଧୁନିକତା ସହ ପରମ୍ପରାର ସଙ୍ଗମ ବୋଲି କୁହାଯାଉଛି।
ଏଥିରେ ଗ୍ରିନେରିକୁ ବିଶେଷ ଧ୍ୟାନ ଦିଆଯାଇଛି। ଏହି ବଙ୍ଗଳାରେ ଏକ ବଡ ଗାର୍ଡନ ଥିବା ବେଳେ ଇଣ୍ଟରିୟରେ ବି ଗ୍ରୀନେରିକୁ ପ୍ରାଧାନ୍ୟ ଦିଆଯାଇଛି। ଏଥିରେ ଏକ ସୁନ୍ଦର ପୂଜା ଘର ରହିଛି। କୁହାଯାଉଛି କି ରାମଚରଣ ଓ ଉପାସନାଙ୍କର ହାଇଦ୍ରାବାଦର ଏହି ଘରକୁ ୩୦ କୋଟି ଟଙ୍କାରେ କ୍ରୟ କରାଯାଇଛି। ଏବେ ରାମ ଚରଣଙ୍କ ନେଟଓ୍ବର୍ଥ ପ୍ରାୟ ୧,୩୫୦ କୋଟି ହୋଇଥିବା ବେଳେ ଉପାସନାଙ୍କ ନେଟଓ୍ବର୍ଥ ୧,୨୦୦ କୋଟି ପାଖାପାଖି।

 


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri