ଲଘୁଚାପ ବର୍ଷାରେ ଭାଙ୍ଗିଲା ଘରଦ୍ୱାର, ରାସ୍ତାରେ ପଡ଼ିଲା ଗଛ, ଯୋଗାଯୋଗ ବିଚ୍ଛିନ୍ନ

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): ସମଗ୍ର କଳାହାଣ୍ଡି ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜିଲାର କେସିଙ୍ଗା ବ୍ଲକରେ ବର୍ଷାର ପରିମାଣ ବୃଦ୍ଧି ପାଇଛି। କେସିଙ୍ଗାସ୍ଥିତ ସିଡବ୍ଲ୍ୟୁସି ପକ୍ଷରୁ ପାଣିପାଗ ବିଭାଗର ରେକର୍ଡ ଅନୁଯାୟୀ ଗତ ସେପ୍ଟେମ୍ବର ୨୩ ତାରିଖରୁ ଚଳିତ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ କେସିଙ୍ଗାରେ ସମୁଦାୟ ୧୮୧.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଓ ସେପ୍ଟେମ୍ବର ମାସରେ ସମୁଦାୟ ୨୧୩.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏତେ ବର୍ଷାରେ ବ୍ଲକର ଏନ୍‌ଏଚ୍‌ ୨୬କୁ ସଂଯୋଗ କରୁଥିବା ଯୋଲକୋରୁ କାଣ୍ଡେଲ ଯିବା ବରଘାଟ ଜୋର ନିକଟରେ ନିର୍ମିତ ବାଇପାସ୍‌ ରାସ୍ତା ଉପରେ ୩ ଫୁଟ ଉଚ୍ଚତାରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ସୂଚନା ପାଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ, ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ନାଳର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍‌ ନିର୍ମାଣ ସହିତ ଜେସିବି ମାଧ୍ୟମରେ ପଥର ପକାଇ ରାସ୍ତା ବନ୍ଦ କରିଥିଲେ ଏବଂ ଲୋକଙ୍କୁ ଯିବାଆସିବାକୁ ବାରଣ କରିଥିଲେ। ଏହାସହିତ ଆର୍‌ଡି ବିଭାଗ ପକ୍ଷରୁ ବ୍ରିଜ୍‌ ନିର୍ମାଣ କରୁଥିବା ଠିକାସଂସ୍ଥା ଉପରେ ତୁରନ୍ତ ନିର୍ମାଣ କରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ସୂଚନାନୁସାରେ ଦୀର୍ଘବର୍ଷ ଧରି ବରଘାଟ ବ୍ରିଜ ନିର୍ମାଣ ହେଉଥିବାବେଳେ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ନିର୍ମାଣ କାମ ଚାଲୁଥିବାରୁ ଲୋକଙ୍କ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ଦେଖାଯାଉଥିବାରୁ ସାଧାରଣଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଯେନତେନ ପ୍ରକାରେ ବାଇପାସ୍‌ ରାସ୍ତା ନିର୍ମାର କରି ଚୁପ୍‌ ରହିଥିବାବେଳେ ଲଗାଣ ବର୍ଷାରେ ଉଭୟ ପ୍ରଶାସନ ଏବଂ ଅଞ୍ଚଳବାସୀଙ୍କୁ ହଇରାଣ ହେବାକୁ ପଡ଼ିଛି। ଏପଟେ ସୂଚନା ଅନୁଯାୟୀ ଗତକାଲିର ଲଗାଣ ବର୍ଷାରେ କାଣ୍ଡେଲ ଗ୍ରାମର ଅସହାୟ କୈକେୟୀ ମାଝୀଙ୍କ ଘର ସମ୍ପର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ସେ ଏବଂ ତାଙ୍କ ୩ ବର୍ଷର ନାତୁଣୀ। ଖବର ପାଇ ସ୍ଥାନୀୟ ତହସିଲଦାର ତ୍ୱରାନ୍ବିତ କରିବା ପାଇଁ ରାଜସ୍ବ ନିରୀକ୍ଷକଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି। ଲଇତରା ଆର୍‌ଆଇ ମଧ୍ୟ କାଣ୍ଡେଲ ଆସି କୈକେୟୀଙ୍କ ଭଙ୍ଗା ଘରେ ପହଞ୍ଚି ପଲିଥିନର ବ୍ୟବସ୍ଥା କରିଛନ୍ତି। କାଣ୍ଡେଲ ପଞ୍ଚାୟତ ପିଇଓ ଚିନ୍ମୟୀ ନାୟକ ଏବଂ ସରପଞ୍ଚ ପାର୍ବତୀ ଶର୍ମା ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ ବ୍ଲକ ପାଷ୍ଟିକୁଡ଼ି ପଞ୍ଚାୟତର ଠେମରା ଗ୍ରାମରେ ମଧ୍ୟ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ସେଠାରେ ମଧ୍ୟ ଦୁଇଦିନ ତଳେ ହୋଇଥିବା ବର୍ଷାରେ ଚାଷବାସ ସହିତ ଅନେକ ଘରଦ୍ୱାର ମଧ୍ୟ ଭାଙ୍ଗି ଯାଇଛି। ବିଦ୍ୟୁତ୍‌ ପୋଲ୍‌ ସହିତ ଅନେକ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତା ବନ୍ଦ ହୋଇଯାଇଛି। ଖବର ପାଇ ସଦର ବିଧାୟକ ସାଗର ଚରଣ ଦାସ ଜିଲା ପ୍ରଶାସନ ଓ ଏସ୍‌ଆର୍‌ସିକୁ ଯଥାଶୀଘ୍ର ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri