ନନ୍ଦପୁର,୧୫ା୯(ତୁଷାରକାନ୍ତ ମହାନ୍ତି): ବର୍ଷା ଯୋଗୁ କୋରାପୁଟ ଜିଲା ନନ୍ଦପୁର ତହସିଲ ଅଧୀନ ଥୁବା ପଞ୍ଚାୟତ ସାତସମିଳି ଗ୍ରାମର ଜୟସେନ ଗୁଣ୍ଠାଙ୍କ ଘର ଭାଙ୍ଗିଯାଇଛି। ହେଲେ ପରିବାର ସଦସ୍ୟ ସୁରକ୍ଷିତ ଅଛନ୍ତି।
ଅନ୍ୟପକ୍ଷେ ପରିବାର ଲୋକେ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ନନ୍ଦପୁର ତହସିଲ ପକ୍ଷରୁ ମଙ୍ଗଳବାର ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରା ଗୃହର ସ୍ଥିତି ପରୀକ୍ଷଣ ପରେ ତ୍ୱରିତ ସହାୟତା ପୂର୍ବକ ପଲିଥିନ୍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
ଜିଲା ଜରୁରିକାଳୀନ ବିଭାଗକୁ ଘରଭଙ୍ଗା ସମ୍ପର୍କରେ ରିପୋର୍ଟ ପ୍ରଦାନ କରାଯାଇ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା କରାଯିବ ବୋଲି ତହସିଲଦାର ଦେବବ୍ରତ ମହାରଣା ସୂଚନା ଦେଇଛନ୍ତି।


