ରିଅଲିଟି ଶୋ’ ପୂର୍ବରୁ ହୋଷ୍ଟଙ୍କ ଦୁର୍ଘଟଣା

ସୋନି ଟିଭିରେ ଆରମ୍ଭ ହେବାକୁ ଯାଉଥିବା ରିଅଲିଟି ଶୋ ଇଣ୍ଡିଆଜ୍‌ ଲାପ୍ଟର୍‌ ଚାମ୍ପିଅନ୍‌ର ଶୁଟିଂ ଆରମ୍ଭ ହୋଇଯାଇଛି। ହେଲେ ଶୋ’ର ହୋଷ୍ଟ ପରିଜାଦ କୋଲହାଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ଗୋଡରେ ଆଘାତ ଲାଗିଥିବାରୁ ସେ ଶୁଟିଂରେ ଆଉ କିଛି ଦିନ ରହି ପାରିବେ ନାହିଁ।

ପରିଜାଦ କହିଛନ୍ତି, ମୁଁ କ୍ୟାମେରା ଆଗରେ ଫେରିବାକୁ ବହୁତ ଉତ୍ସାହିତ ଥିଲି। ଇଣ୍ଡିଆଜ ଲାପ୍ଟର୍‌ ଚାମ୍ପିଅନ ପରି ଶୋ’ରେ ଆସିବା ମୋତେ ସର୍ବଦା ପସନ୍ଦ ଥିଲା। ଦୁର୍ଭାଗ୍ୟବଶତଃ ମୁଁ ବହୁତ ଖରାପ ଭାବରେ ପଡିଯାଇଛି। ଯେଉଁଥିପାଇଁ ପାଇଁ ମୋତେ ଅଧିକ ସମୟ ଲାଗିବ। ତଥାପି ମୁଁ ଶୀଘ୍ର ଫେରିବାକୁ ଆଶା କରୁଛି।

Share