ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ କୃଷି ଯୋଗୁ ଅଧିକାଂଶ ଉଦ୍ୟାନ ଚାଷୀ ବର୍ତ୍ତମାନ ଉପକୃତ ହେଉଛନ୍ତି। ଏଥିରେ ଉଦ୍ୟାନ ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଉଦ୍ୟାନ କୃଷିକୁ ପ୍ରଧାନ୍ୟ ମଧ୍ୟ ଦେଇ କୋଟି କୋଟି ଟଙ୍କାରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ସେ ଅନୁପାତରେ ବିଭିନ୍ନ ବ୍ଳକରେ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ନିଜସ୍ବ ଗୃହ ଅଭାବ ସାଙ୍ଗକୁ ଏବେ ଶୋଚନୀୟ ଅବସ୍ଥାରେ ରହିଛି କିଛି ବ୍ଳକରେ ଅଫିସ୍‌। କାର୍ଯ୍ୟାଳୟ ନିର୍ମାଣ ହୋଇଛି ସତ କିନ୍ତୁ ତାକୁ କାର୍ଯ୍ୟକ୍ଷମ କରିବାରେ ବିଭାଗ ପକ୍ଷରୁ ଅବହେଳା କରାଯାଉଛି, ଯାହାଫଳରେ କର୍ମଚାରୀମାନେ ବିଭିନ୍ନ ସମୟରେ ନିଜ କର୍ତ୍ତବ୍ୟକୁ ଠକିବାରେ ବସିଛନ୍ତି। କିଛି ବ୍ଲକରେ କାର୍ଯ୍ୟାଳୟ ନିର୍ମାଣର କିଛି ବର୍ଷ ବିତିଯାଇଥିଲେ ସୁଦ୍ଧା ଉକ୍ତ କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରାଯାଇନାହିଁ। ଯାହା ଫଳରେ କୋଠାର ଅବସ୍ଥା ଧିରେ ଧିରେ ନଷ୍ଟ ହେବାକୁ ବସିଥିବା ବେଳେ ଏକ ପରିତ୍ୟକ୍ତ ଅବସ୍ଥାକୁ ଆସିଯିବା ସମ୍ଭାବନା ରହିଛି। ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ କୋଠା ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ଏପର୍ଯ୍ୟନ୍ତ କରାଯାଇ ପାରିଲା ନାହିଁ, ଏହାର ସୁଯୋଗ ନେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସେଠାରେ ରହୁ ନ ଥିବା ଦେଖାଯାଉଛି। ଉକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ନିୟମିତ ନ ରହିଲେ ଉଦ୍ୟାନ କୃଷି କିଭଳି ଚାଲିବ ସେନେଇ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ କର୍ମଚାରୀ ଯଦି ସେଠାରେ ନ ରହିବେ ତେବେ ଉଦ୍ୟାନ ଚାଷୀ କୌଣସି ପରାମର୍ଶ ପାଇବା ପାଇଁ ଗଲେ ତାହାରି ସୁବିଧା ମିଳୁ ନ ଥିବା ବିଷୟରେ ଅଭିଯୋଗ କରୁଥିବା ଜଣାପଡ଼ିଛି।

ଏଭଳି ସମସ୍ୟାର ଜର୍ଜରିତ ଏକ ବ୍ଲକ ରହିଛି ଯାହାକି କଳାହାଣ୍ତି ଜିଲା ଥୁଆମୂଳ ରାମପୁର ବ୍ଲକଠାରେ ଏକ ଉଦ୍ୟାନ କୃଷି ପାଇଁ ଉପଯୁକ୍ତ ଅଞ୍ଚଳ ଭାବରେ ପରିଚିତ। ଏଠାରେ ପ୍ରାୟତଃ ଧାନ ଚାଷ କମ୍‌ ହେଉଥିବା ବେଳେ ଉଦ୍ୟାନ କୃଷି ଉପରେ ଅଧିକ ନିର୍ଭର କରୁଛନ୍ତି। ହେଲେ କର୍ମଚାରୀ ଅଭାବ ସାଙ୍ଗକୁ ସରକାରୀ ଉଦ୍ୟାନ କୃଷି କାର୍ଯ୍ୟାଳୟ ନିର୍ମାଣର ପ୍ରାୟ ୩/୪ ବର୍ଷ ହେଲାଣି ତଥାପି ସେହି ନୂତନ କାର୍ଯ୍ୟାଳୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ପାରିନାହିଁ। ଏମିତି କି ଏହି କାର୍ଯ୍ୟାଳୟ କିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିବା ସହ ଏଣେ ତେଣେ ମଦ ବୋତଲ ସହ ଅପରିଷ୍କାରରେ ପରିପୂର୍ଣ୍ଣ ହୋଇଛି କାର୍ଯ୍ୟାଳୟ। ଏହା ଦ୍ବାରା ଅଞ୍ଚଳର ଉଦ୍ୟାନ କୃଷି ହିତାଧିକାରୀ ପ୍ରଭାବିତ ହୋଉଥିବା ଜଣାପଡ଼ିଛି। ଏଦିଗରେ ସ୍ଥାନୀୟ ଜନ ପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀ କୌଣସି ପ୍ରକାରରେ ଏହାର ସମାଧାନ କରିବାରେ ଚେଷ୍ଟା କରୁ ନଥିବା ଉଦ୍‌ବେଗ ଜନକ ପରିସ୍ଥିତି ହୋଇଛି। ତେବେ ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ଓ ରାଜନୈତିକ ଦଳର କର୍ମକର୍ତ୍ତା ଉକ୍ତ କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରି ବ୍ଲକର ଉଦ୍ୟାନ କୃଷି ଓ କୃଷକମାନଙ୍କ ଉନ୍ନତି ପ୍ରତି ଧ୍ୟାନ ଦେବେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି। ଏନେଇ ବ୍ଲକ ଉଦ୍ୟାନ ଅଧିକାରିଣୀ ସୌମ୍ୟ ସେହେତାଙ୍କୁ ବହୁବାର ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ।

ଫଳରେ ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀ ବନଦୁର୍ଗା ହରିଜନଙ୍କୁ ପଚାରିବାରୁ ଆମ କାର୍ଯ୍ୟାଳୟରେ ବିଦ୍ୟୁତ୍‌ ଏବଂ ପାଣିର ସମସ୍ୟା ରହିଛି, ଆମ ଉଚ୍ଚ ଅଧିକାରୀଙ୍କୁ ଜଣାଉଛୁ ସେମାନେ କାର୍ଯ୍ୟାଳୟ କୋଠା ଆସି ଦେଖି କି ଯାଇଛନ୍ତି ଏବଂ ବିଦ୍ୟୁତ୍‌ ସଂଯୋଗ ପାଇଁ ମଧ୍ୟ ବିଭାଗକୁ ଚିଠି କରିଛୁ ବୋଲି କହିଥିବା ବେଳେ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଶୁଭଜିତ୍‌ ଜେନାଙ୍କୁ ପଚାରିବାରୁ ନା ସେଭଳି କିଛି ଚିଠି କିମ୍ବା ଉଦ୍ୟାନ ବିଭାଗରେ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ଅନ୍ୟ ଆବେଦନ ମଧ୍ୟ ଆସିନାହିଁ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri