ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ କୃଷି ଯୋଗୁ ଅଧିକାଂଶ ଉଦ୍ୟାନ ଚାଷୀ ବର୍ତ୍ତମାନ ଉପକୃତ ହେଉଛନ୍ତି। ଏଥିରେ ଉଦ୍ୟାନ ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଉଦ୍ୟାନ କୃଷିକୁ ପ୍ରଧାନ୍ୟ ମଧ୍ୟ ଦେଇ କୋଟି କୋଟି ଟଙ୍କାରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ସେ ଅନୁପାତରେ ବିଭିନ୍ନ ବ୍ଳକରେ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ନିଜସ୍ବ ଗୃହ ଅଭାବ ସାଙ୍ଗକୁ ଏବେ ଶୋଚନୀୟ ଅବସ୍ଥାରେ ରହିଛି କିଛି ବ୍ଳକରେ ଅଫିସ୍‌। କାର୍ଯ୍ୟାଳୟ ନିର୍ମାଣ ହୋଇଛି ସତ କିନ୍ତୁ ତାକୁ କାର୍ଯ୍ୟକ୍ଷମ କରିବାରେ ବିଭାଗ ପକ୍ଷରୁ ଅବହେଳା କରାଯାଉଛି, ଯାହାଫଳରେ କର୍ମଚାରୀମାନେ ବିଭିନ୍ନ ସମୟରେ ନିଜ କର୍ତ୍ତବ୍ୟକୁ ଠକିବାରେ ବସିଛନ୍ତି। କିଛି ବ୍ଲକରେ କାର୍ଯ୍ୟାଳୟ ନିର୍ମାଣର କିଛି ବର୍ଷ ବିତିଯାଇଥିଲେ ସୁଦ୍ଧା ଉକ୍ତ କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରାଯାଇନାହିଁ। ଯାହା ଫଳରେ କୋଠାର ଅବସ୍ଥା ଧିରେ ଧିରେ ନଷ୍ଟ ହେବାକୁ ବସିଥିବା ବେଳେ ଏକ ପରିତ୍ୟକ୍ତ ଅବସ୍ଥାକୁ ଆସିଯିବା ସମ୍ଭାବନା ରହିଛି। ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ କୋଠା ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ଏପର୍ଯ୍ୟନ୍ତ କରାଯାଇ ପାରିଲା ନାହିଁ, ଏହାର ସୁଯୋଗ ନେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସେଠାରେ ରହୁ ନ ଥିବା ଦେଖାଯାଉଛି। ଉକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ନିୟମିତ ନ ରହିଲେ ଉଦ୍ୟାନ କୃଷି କିଭଳି ଚାଲିବ ସେନେଇ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ କର୍ମଚାରୀ ଯଦି ସେଠାରେ ନ ରହିବେ ତେବେ ଉଦ୍ୟାନ ଚାଷୀ କୌଣସି ପରାମର୍ଶ ପାଇବା ପାଇଁ ଗଲେ ତାହାରି ସୁବିଧା ମିଳୁ ନ ଥିବା ବିଷୟରେ ଅଭିଯୋଗ କରୁଥିବା ଜଣାପଡ଼ିଛି।

ଏଭଳି ସମସ୍ୟାର ଜର୍ଜରିତ ଏକ ବ୍ଲକ ରହିଛି ଯାହାକି କଳାହାଣ୍ତି ଜିଲା ଥୁଆମୂଳ ରାମପୁର ବ୍ଲକଠାରେ ଏକ ଉଦ୍ୟାନ କୃଷି ପାଇଁ ଉପଯୁକ୍ତ ଅଞ୍ଚଳ ଭାବରେ ପରିଚିତ। ଏଠାରେ ପ୍ରାୟତଃ ଧାନ ଚାଷ କମ୍‌ ହେଉଥିବା ବେଳେ ଉଦ୍ୟାନ କୃଷି ଉପରେ ଅଧିକ ନିର୍ଭର କରୁଛନ୍ତି। ହେଲେ କର୍ମଚାରୀ ଅଭାବ ସାଙ୍ଗକୁ ସରକାରୀ ଉଦ୍ୟାନ କୃଷି କାର୍ଯ୍ୟାଳୟ ନିର୍ମାଣର ପ୍ରାୟ ୩/୪ ବର୍ଷ ହେଲାଣି ତଥାପି ସେହି ନୂତନ କାର୍ଯ୍ୟାଳୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ପାରିନାହିଁ। ଏମିତି କି ଏହି କାର୍ଯ୍ୟାଳୟ କିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିବା ସହ ଏଣେ ତେଣେ ମଦ ବୋତଲ ସହ ଅପରିଷ୍କାରରେ ପରିପୂର୍ଣ୍ଣ ହୋଇଛି କାର୍ଯ୍ୟାଳୟ। ଏହା ଦ୍ବାରା ଅଞ୍ଚଳର ଉଦ୍ୟାନ କୃଷି ହିତାଧିକାରୀ ପ୍ରଭାବିତ ହୋଉଥିବା ଜଣାପଡ଼ିଛି। ଏଦିଗରେ ସ୍ଥାନୀୟ ଜନ ପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀ କୌଣସି ପ୍ରକାରରେ ଏହାର ସମାଧାନ କରିବାରେ ଚେଷ୍ଟା କରୁ ନଥିବା ଉଦ୍‌ବେଗ ଜନକ ପରିସ୍ଥିତି ହୋଇଛି। ତେବେ ଏହାକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ଓ ରାଜନୈତିକ ଦଳର କର୍ମକର୍ତ୍ତା ଉକ୍ତ କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରି ବ୍ଲକର ଉଦ୍ୟାନ କୃଷି ଓ କୃଷକମାନଙ୍କ ଉନ୍ନତି ପ୍ରତି ଧ୍ୟାନ ଦେବେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି। ଏନେଇ ବ୍ଲକ ଉଦ୍ୟାନ ଅଧିକାରିଣୀ ସୌମ୍ୟ ସେହେତାଙ୍କୁ ବହୁବାର ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ।

ଫଳରେ ଦାୟିତ୍ୱରେ ଥିବା ଅନ୍ୟ ଅଧିକାରୀ ବନଦୁର୍ଗା ହରିଜନଙ୍କୁ ପଚାରିବାରୁ ଆମ କାର୍ଯ୍ୟାଳୟରେ ବିଦ୍ୟୁତ୍‌ ଏବଂ ପାଣିର ସମସ୍ୟା ରହିଛି, ଆମ ଉଚ୍ଚ ଅଧିକାରୀଙ୍କୁ ଜଣାଉଛୁ ସେମାନେ କାର୍ଯ୍ୟାଳୟ କୋଠା ଆସି ଦେଖି କି ଯାଇଛନ୍ତି ଏବଂ ବିଦ୍ୟୁତ୍‌ ସଂଯୋଗ ପାଇଁ ମଧ୍ୟ ବିଭାଗକୁ ଚିଠି କରିଛୁ ବୋଲି କହିଥିବା ବେଳେ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ଶୁଭଜିତ୍‌ ଜେନାଙ୍କୁ ପଚାରିବାରୁ ନା ସେଭଳି କିଛି ଚିଠି କିମ୍ବା ଉଦ୍ୟାନ ବିଭାଗରେ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ଅନ୍ୟ ଆବେଦନ ମଧ୍ୟ ଆସିନାହିଁ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri