Categories: Rasifala

ରାଶିଫଳ: ଗୁରୁବାର, ନଭେମ୍ବର ୯ ତାରିଖ – Daily Horoscope

ମେଷ
ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କୃତ୍ତିକା ନକ୍ଷତ୍ର ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟ ସମସ୍ୟା ହେତୁ ମାନସିକ ସ୍ତରରେ ଅସୁଖୀ ରହିବେ।
ବୃଷ
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ରୋହିଣୀ ନକ୍ଷତ୍ର ମୌଳିକ ଚିନ୍ତାଧାରାକୁ ଆଧାର କରି ଖୁବ୍‌ ଆଶାବାଦୀ ହେବେ। ସମସ୍ତ ପ୍ରକାର ସୁବିଧା ଥାଇ ମଧ୍ୟ ସୁଯୋଗ ହାତଛଡ଼ା ହୋଇପାରେ।
ମିଥୁନ
ଆଜି ପୁନର୍ବସୁ ନକ୍ଷତ୍ର ବହୁତ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବାକୁ ପଡ଼ିବ। ଗୃହ ସମସ୍ୟାର ସମାଧାନ, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଧୈର୍ଯ୍ୟହରା ନ ହୋଇ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରନ୍ତୁ, ଅବଶ୍ୟ ସଫଳ ହେବେ। ଛୋଟକଥାକୁ ବଡ଼ ଆକାରରେ ଚିନ୍ତାକରି ଅସ୍ଥିର ରହିପାରନ୍ତି।
କର୍କଟ
ମାନସିକ ସ୍ଥିରତା ଅବ୍ୟାହତ ରଖିଲେ ବହୁତ ଉପକାର ପାଇବେ। ପୁଷ୍ୟା ନକ୍ଷତ୍ର ବରାଦ ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ବିଦେଶରେ ରହୁଥିବା ବ୍ୟକ୍ତିମାନେ ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ଘଟଣା ଟିକିଏ ଜଟିଳଆଡ଼କୁ ଗତି କରିପାରେ।
ସି˚ହ
ଆଜି ଦିନଟିରେ ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। ଋଣଭାରରେ ଅତିଷ୍ଠ ହୋଇ ପାରନ୍ତି ଏବଂ ଅନ୍ୟକୁ ସରଳ ବିଶ୍ୱାସ କରି ଠକିଯାଇ ପାରନ୍ତି। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର ନୂଆ ଯୋଜନା ଉପରେ ଗୁରୁତ୍ୱ ଦେଲେ ସଫଳତା ମିଳିବ। ଆକସ୍ମିକ ଆବଶ୍ୟକତା ପରିପ୍ରେକ୍ଷୀରେ ବହୁତ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।
କନ୍ୟା
ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ସକାଶେ ଆଜିର ପ୍ରତ୍ୟୁଷ ଯାତ୍ରା ନିଶ୍ଚିତ ଫଳପ୍ରଦ ହେବ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ ସଫଳତା ପାଇବେ। ଆଶା କରୁଥିବା ଦିଗରୁ ହାତକୁ ଦି’ ପଇସା ଆସିବ। ପରିବାରରେ ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
ତୁଳା
ଚିନ୍ତା କରୁଥିବା କାମରେ ସଫଳତା ବିଳମ୍ବରେ ପାଇବେ। ବ୍ୟବସାୟିକ କ୍ଷେତ୍ରରୁ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇ ରହିବ। ସ୍ବାତୀ ନକ୍ଷତ୍ର ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ। ଗବେଷଣା, ଅନୁସନ୍ଧାନ, ଆନୁଷ୍ଠାନିକ ଆଲୋଚନା କ୍ଷେତ୍ରରେ କିଛିଟା ସମସ୍ୟା ଭିତରେ ଚଳିବାକୁ ବାଧ୍ୟହେବେ।
ବିଛା
ଆଜିର ବିଚାରଧାରା ଅନୁଯାୟୀ ଅନୁରାଧା ନକ୍ଷତ୍ର ଅଯଥା ମାନସିକ ଅଶାନ୍ତିକୁ ବଢ଼ାଇବା ବ୍ୟତୀତ କିଛି ଲାଭ ହେବନି। ତଥାପି ବିଶ୍ୱସ୍ତ ସୂତ୍ରରୁ ଆଶା କରୁଥିବା ଖବର ପାଇ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ସ୍ନାୟବିକ ଦୁର୍ବଳତା ଦେଖାଦେବା କାରଣରୁ ଆଳସ୍ୟ ଅନୁଭବ କରିବେ। ସଭାସମିତିରେ ଆଲୋଚନା ଅସମାପ୍ତ ରହିପାରେ।
ଧନୁ
ଆଜି ଆପଣ ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ଜମିଜମା ସମସ୍ୟା କ୍ରମଶଃ ଜଟିଳ ହୋଇପାରେ। ନିଜସ୍ବ ଚିନ୍ତାଧାରାକୁ ଆଧାରକରି ଖୁବ୍‌ ଆଶାବାଦୀ ହେବେ। ବନ୍ଧୁ ଗହଣରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତିି।
ମକର
ଆଜି ଚେଷ୍ଟା କରୁଥିବା କାର୍ଯ୍ୟରେ ଅବଶ୍ୟ ସଫଳତା ପାଇବେ। ପାଖ ପଡ଼ୋଶୀଙ୍କ ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାକୁ ଭାବିଚିନ୍ତି କରିବା ଭଲ ହେବ। ଶ୍ରବଣା ନକ୍ଷତ୍ର କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବେ। ବହୁ ଦିନର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
କୁମ୍ଭ
ପୂର୍ବଭାଦ୍ରବ ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ମାନସିକ ଅସ୍ଥିରତାକୁ ବୃଦ୍ଧି କରିପାରେ। କର୍ମକ୍ଷେତ୍ରରେ ସ୍ବାଧୀନ ଭାବେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ। ନିର୍ମାଣ, ଶେୟାର ବଜାର, ଜମିଜମା କାରବାର ତଥା ଏଜେନ୍ସି ଏବଂ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଯେକୌଣସି କାର୍ଯ୍ୟ ପରିବାରର ସହମତିରେ କରିବା ଭଲ ହେବ।
ମୀନ

ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ପଶନ୍ତୁ ନାହିଁ, କାରଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ରେବତୀ ନକ୍ଷତ୍ର ସକାଶେ ଆପୋଷ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ନୂତନ କର୍ମାରମ୍ଭ କ୍ଷେତ୍ରରେ ବନ୍ଧୁଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ।