Categories: Rasifala

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ
ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେବ। ବ୍ୟବସାୟ ଚିନ୍ତାଜନକ ସ୍ଥିତିକୁ ଆସିବ। ଷଷ୍ଠାଧିପ ବୁଧାଦିତ୍ୟ ଯୋଗ ଯୋଗୁ ବିବାଦୀୟ ଘଟଣାଠାରୁ ଦୂରେଇ ରହିବା ଭଲ ହେବ।
ବୃଷ
ପୂର୍ବ ସ୍ଥିରୀକୃତ ନୂତନ ଯୋଜନା ସକାଶେ ମନ ବଳାଇବେ। ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ କରିବାକୁ ପଡ଼ିବ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇପାରେ। ବୁଧ ଯୁକ୍ତ ମଙ୍ଗଳଙ୍କ ଯୋଗୁ କାର୍ଯ୍ୟହାନି ସାଙ୍ଗକୁ ସାମୟିକ ପୁରାତନ ରୋଗରୁ ପୀଡ଼ା ଅନୁଭବ କରିପାରନ୍ତି।
ମିଥୁନ
ଚତୁର୍ଥାଧିପ ବୁଧଙ୍କ ଉପରେ ଶନିଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ହେତୁ ପାରିବାରିକ କ୍ଷେତ୍ର ଅଶାନ୍ତ ରହିପାରେ। ଜମିଜମା ସଂକ୍ରାନ୍ତୀୟ ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିରତା ରହି ନ ପାରେ। ବ୍ୟବସାୟ ଓ ପରିବହନ ମଧ୍ୟ ସାମୟିକ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିବେ ।
କର୍କଟ
ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ଫେରନ୍ତା ବାଟରେ କୌଣସି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବାର ସୂଚନା ରହିଛି। ପିଲାମାନଙ୍କ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ସ୍ବଗୃହୀ ଚତୁର୍ଥସ୍ଥ ବୁଧଙ୍କ ଯୋଗୁ ଜଣେ ପୁରୁଣା ବନ୍ଧୁଙ୍କ ଦେଖା ପାଇ ମନ ହାଲୁକା କରିବେ।
ସି˚ହ
କର୍ମାଧିପ ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ସହକର୍ମୀଙ୍କ ସହ ଉଚ୍ଚବାଚ୍ଚ ଘଟିପାରେ। ଶିଳ୍ପ,ବାଣିଜ୍ୟ ଓ ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ। ବନ୍ଧୁମାନଙ୍କ ସହ ଭ୍ରମଣରେ ଯିବାକୁ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ।
କନ୍ୟା
କର୍ମକ୍ଷେତ୍ରରେ ଧୀରସ୍ଥିର ମନ ନେଇ କାମକଲେ ସମସ୍ୟା ସମାଧାନ ହେବ। ସ୍ବାର୍ଥର ବଶବର୍ତ୍ତୀ ହୋଇ ଆତ୍ମୀୟମାନେ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ ସମସ୍ୟାର ସମ୍ମୁଖୀନ ହେବେ। ମଙ୍ଗଳ ସହ ବୃହସ୍ପତି ରହିଥିବାରୁ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ତୁଳା
ରାଶିରେ ରାଶ୍ୟାଧିପ ଶୁକ୍ର ଅବସ୍ଥାନ କରିଥିବାରୁ ସ୍ବାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବ। କୌଣସି ଜିନିଷ କ୍ରୟ ସକାଶେ ହଠାତ୍‍ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ, ସଭା ସମିତିରେ, ରାଜନୈତିକ ସ୍ଥିତିରେ ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ବିଛା
ପାରିବାରିକ ପ୍ରତିରୋଧ ଚେଷ୍ଟା କରୁଥିବା କାମକୁ ବିଶୃଙ୍ଖଳିତ କରିପାରେ। ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟିର କାରଣ ହେବ। ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତୃତୀୟସ୍ଥ ଶନିଙ୍କ ଦୁର୍ବଳତା ଜନିତ ପଡ଼ୋଶୀ ବିଭିନ୍ନ କଥା କହିପାରନ୍ତି ା
ଧନୁ
ପରିବାରର ଆବଶ୍ୟକତାକୁ ଉପଲବ୍ଧି କରି ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କ୍ରୀଡ଼ା, ସାହିତ୍ୟ ଓ ରଚନାତ୍ମକ କାର୍ଯ୍ୟରେ ସାମାନ୍ୟ ଅଗ୍ରଗତି ଘଟିବ। ବ୍ୟବସାୟ, ପରିବହନ, ଅର୍ଥ ସମ୍ପର୍କ, ସଭା ସମିତିରୁ ମନ ଖୁସି ରହିବ। କର୍ମଭାବସ୍ଥ ବୁଧାଦିତ୍ୟ ଯୋଗ ପ୍ରଭାବରେ ପ୍ରଶାସନିକ ସମସ୍ୟା ସମାଧାନରେ ସଫଳ ହେବେ।
ମକର
କେନ୍ଦ୍ରକୋଣାଧିପ କର୍ମଭାବରେ ରହିଥିବାରୁ ଆଜିର କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। ପଡ଼ୋଶୀ ମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍‍ସନ ଲାଗି ରହିବ । ଟିକିଏ ଟିକିଏ କଥାରେ ରାଗିଗଲେ ସମସ୍ୟା ଆସିପାରେ।
କୁମ୍ଭ
ରାହୁ ସହିତ ଚନ୍ଦ୍ର ଥିବାରୁ ଆଜି ମାନସିକ ସ୍ଥିତି ଭଲ ରହି ନ ପାରେ। ନିଜର ଲୋକ ଯେତେ ସମସ୍ୟା ସୃଷ୍ଟି କଲେ ଆପଣଙ୍କର କୌଣସି ଅସୁବିଧା ହେବନାହିଁ। ସମୟାନ୍ତରେ ଆଜି ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପାରିବାରିକ ସ୍ତରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ ।
ମୀନ
ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। କଠିନ ଶ୍ରମ ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ଅଟକି ରହିଥିବା କାମଟି ବହୁଳାଂଶରେ ସମ୍ପୂର୍ଣ୍ଣ ହୋଇଯିବାର ସମ୍ଭାବନା ରହିଛି। ସନ୍ତାନଙ୍କ ଗୌରବରେ ନିଜକୁ ଗୌରବାନ୍ବିତ ମନେ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.