Categories: Rasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ
ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ କାରଣରୁ ମାନସିକ ଦୁଶ୍ଚିନ୍ତା ଦୂର ହୋଇଯିବ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟାର ଅନ୍ତ ଘଟିବ।
ବୃଷ
ଚତୁର୍ଥଭାବରେ କେତୁଗ୍ରହ ଥିବାରୁ ପାରିବାରିକ ମନୋମାଳିନ୍ୟ ଆଶଙ୍କା ରହିଛି। ପଡୋଶୀମାନେ ସହଯୋଗର ହାତ ବଢାଇବା ଯୋଗୁ ସ୍ଥଗିତ କାମଟି ସୁବିଧାରେ ହୋଇଯିବ । ଅନଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ସନ୍ତାନ ହେତୁକ ପୀଡା କିମ୍ବା ଅନୁପସ୍ଥିତିର ଅଭାବ ଅନୁଭବ କରିବେ।
ମିଥୁନ
ସ୍ବଗୃହୀ ଶୁକ୍ର ପ୍ରଭାବରୁ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ପାରସ୍ପରିକ ଉତ୍ତମ ବୁଝାମଣା ଯୋଗୁ ପାରିବାରିକ ଜୀବନ ସୁଖରେ କଟିବ। ଉତ୍ତେଜିତ ହୋଇ ଯେସାକୁ ତେସା ନୀତିରେ କାମ କଲେ ଓଲଟାଫଳ ଭୋଗିବାକୁ ପଡିପାରେ।
କର୍କଟ
ରାଶିରେ ମଙ୍ଗଳ ଯୋଗୁ କର୍ମକ୍ଷେତ୍ରର ବିବାଦୀୟ ପରିସ୍ଥିତି ଚିନ୍ତା କରି ମନରେ ଅସ୍ଥିରତା ସୃଷ୍ଟି ହେବ। ଆମତ୍ୀୟସ୍ବଜନ ଓ କୁଟୁମ୍ବ ଲୋକଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ। ଜଣେ ପ୍ରତିଷ୍ଟାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆମତ୍ବିଭୋର ହୋଇପାରନ୍ତି। କଚେରି ମାମଲାରେ ଜୟଲାଭ କରିବାର କ୍ଷୀଣ ଆଶା ରହିଛି।
ସି˚ହ
କାର୍ଯ୍ୟସମ୍ପନ୍ନର ଶେଷ ପର୍ଯ୍ୟାୟରେ ବିବାଦୀୟ ସ୍ଥିତିି ଯୋଗୁ ମାନସିକ ସ୍ଥିରତା ହରାଇବେ। ଶୁକ୍ର ପ୍ରଭାବରୁ କ୍ରୀଡ଼ା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି। ବାଣିଜ୍ୟ ବ୍ୟବସାୟରେ ପ୍ରତିବନ୍ଧକ ଦୂର ହେବାରୁ ଦୁଶ୍ଚିନ୍ତା ଦୂରହେବ। ଦୀର୍ଘଦିନରୁ ଲାଗି ରହିଥିବା କଚେରି ମାମଲାରେ ବିଜୟଲାଭଜନିତ ମନ ଖୁସି ରହିବ।
କନ୍ୟା
ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କିମ୍ବା ପରିବହନ କ୍ଷେତ୍ରରେ ଅଧିକ କିଛି ଆଶା ଦୁଃଖ ଦେଇପାରେ। ଯୋଜନା ବିହୀନ କାମରେ ମୁଣ୍ଡ ପୂରାନ୍ତୁ ନାହିଁ ଯାହାକି ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। ଲାଭଭାବରେ ମଙ୍ଗଳ ଥିବାରୁ ଅତିପ୍ରିୟ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ।
ତୁଳା
ଆଜିର କାମରେ ପରିସ୍ଥିତିବଶତଃ ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। କର୍ମଜଞ୍ଜାଳ ମଧ୍ୟରେ ବୁଡିରହି କାମଗୁଡିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯିବ। ଷଷ୍ଠାଧିପଙ୍କ ଦୃଷ୍ଟିଜନିତ ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବୃଦ୍ଧି ପାଇବ। ଦୀର୍ଘଦିନର ପ୍ରତୀକ୍ଷା ପରେ ସରକାରୀ ସ୍ତରରୁ ସହାୟତା ଲାଭ କରି ଖୁସି ହୋଇପାରନ୍ତି।
ବିଛା
ବୁଧାଦିତ୍ୟ ଯୋଗ ପ୍ରଭାବରୁ ଆଜି ଯେଉଁ କାମରେ ହାତ ଦେବେ ସଫଳତା ପାଇବେ। ବନ୍ଧୁଙ୍କ ନିକଟରୁ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବାକୁ ବ୍ୟାକୁଳତା ପ୍ରକାଶ କରିପାରନ୍ତି। ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ। କାର୍ଯ୍ୟହାସଲ ସକାଶେ ପରିବାର ସଦସ୍ୟଙ୍କ ତରଫରୁ ସମସ୍ୟା ଆସିପାରେ।
ଧନୁ
ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ଆଜିର କର୍ମ କ୍ଷେତ୍ର ବିଶୃଙ୍ଖଳିତ ହୋଇପାରେ। ବ୍ୟୟାଧିପଙ୍କ ଦୃଷ୍ଟିରୁ ମିତବ୍ୟୟିତା ଅଭାବ ଜନିତ ଆର୍ଥିକ ସମସ୍ୟା ଲାଗି ରହିବ। ଯାତ୍ରାକାଳୀନ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ । ଏଣୁ ଗାଡିକୁ ପରଖି ନେବା ଭଲ ହେବ। ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
ମକର
ସରକାରୀ ସ୍ତରରୁ କାୈଣସି ଖବର ପାଇ ବିଚଳିତ ବୋଧ କରିପାରନ୍ତି। ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ଆବଶ୍ୟକତା ପୂର୍ଣ୍ଣ ହେବା କାଠିକର ପାଠ ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢା ପ୍ରଭୃତିରୁ ସୁଫଳ ପାଇବେ। ପାରିବାରିକ ସ୍ତରରେ ବିଶୃଙ୍ଖଳା ଲାଗି ରହିବା କାରଣରୁ ମନ ସ୍ଥିର ରହିବ ନାହିଁ।
କୁମ୍ଭ
ପରିବାରରେ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। ଅଷ୍ଟମସ୍ଥ ବୁଧଜନିତ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କ୍ରୀଡ଼ା, ସଙ୍ଗୀତ ତଥା ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ ରୋଗରେ କଷ୍ଟ ପାଇପାରନ୍ତି।
ମୀନ
ଚନ୍ଦ୍ରଙ୍କ ଶୁଭ ସଂସ୍ଥିତିଜନିତ କର୍ମକ୍ଷେତ୍ରର ଜଟିଳ ପରିସ୍ଥିତି ଦୂରେଇ ଯାଇପାରେ। ପରିବାରରେ ଅଯଥା ବ୍ୟସ୍ତତା ପ୍ରକାଶ କଲେ ସମାଲୋଚିତ ହେବା ବ୍ୟତୀତ ଲାଭ କିଛି ହେବନି। କୌଣସି ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ଖାଲରେ ପଡିପାରନ୍ତି। ଯାତ୍ରା, ବ୍ୟବସାୟ, ଆଲୋଚନା କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରିବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.