Posted inRasifala

ରାଶିଫଳ: ରବିବାର, ଜୁନ୍‌ ୯ ତାରିଖ – Daily Horoscope

ମେଷ
ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟିଜନିତ ଆନୁଷ୍ଠାନିକ କାମ, ଯାତ୍ରା, ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ। ମୁଖ୍ୟ ଭାବରେ ଏକାଧିକ ଗ୍ରହ ଯୋଗୁ ସାଧାରଣ କଥାରେ ମତାନ୍ତରର ଆଶଙ୍କା ରହିଛି। ଦିନ ଭିତରେ ବନ୍ଧୁମିଳନରୁ, ନୂତନ ପୋଷାକ ପରିଧାନ କିମ୍ବା କୌଣସି ମୂଲ୍ୟବାନ ଜିନିଷ କିଣିବା କାରଣରୁ ଖୁସି ରହିପାରନ୍ତି।
ବୃଷ
ବୃଷ
ରାଶିରେ ଚତୁର୍ଥାଧିପତି ଯୋଗୁ ବନ୍ଧୁମିଳନ ସାଙ୍ଗକୁ ସାହାଯ୍ୟ, ସହଯୋଗ ପ୍ରାପ୍ତ ହୋଇ କାର୍ଯ୍ୟ ହାସଲ କରିବେ। ମଙ୍ଗଳଙ୍କ ପ୍ରଭାବରୁ କ୍ରୋଧ ତଥା କଠୋର ବାକ୍ୟ ବିନିମୟ ପରିସ୍ଥିତିକୁ ବିଗାଡ଼ିଦେବ। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଆବଶ୍ୟକ ସମୟରେ ନପାଇ ବିଚଳିତ ହେବେ। ବନ୍ଧୁଙ୍କ ସହାୟତାରେ ପାରିବାରିକ ସମସ୍ୟାର ସମାଧାନ ଘଟିବ।
ମିଥୁନ
ମିଥୁନ
ଧନାଧିପ ଚନ୍ଦ୍ର ସ୍ବରାଶିସ୍ଥ ଯୋଗୁ ଅର୍ଥ କାରବାର, ଜମି ବିକ୍ରି, ବକେୟା ପ୍ରାପ୍ତି ଯୋଗ ରହିଛି। ଦ୍ୱାଦଶସ୍ଥ ବୁଧ ହେତୁ ଘର ଲୋକ କିମ୍ବା ସମ୍ପର୍କୀୟଙ୍କଠାରୁ ସାହାଯ୍ୟ ଆଶା ନିରର୍ଥକ ହୋଇପାରେ। କର୍ମାରମ୍ଭ ସହ ବ୍ୟବସାୟ, କଳା, ସାହିତ୍ୟରେ ସମସ୍ୟା ସମାଧାନ ହେବ। ଅସୁସ୍ଥ ଥିବା ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବାରୁ ଖୁସି ରହିବେ।
କର୍କଟ
କର୍କଟ
ଭାଗ୍ୟାଧିପ ବୃହସ୍ପତି ପାପଗ୍ରହ କବଳିତ କାରଣରୁ ନୈରାଶ୍ୟଜନକ ସ୍ଥିତି ପରିଲକ୍ଷିତ ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା କାରଣରୁ ଆଶ୍ୱସ୍ତି ଅନୁଭବ କରିବେ। ପରିବାରରେ କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଏବଂ ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ବୁଧାଦିତ୍ୟ ଯୋଗ ହେତୁ ସାମାଜିକ ସମ୍ମାନ, ଲୋକ ସମ୍ପର୍କ ବୃଦ୍ଧି, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ସହ ସମ୍ବର୍ଦ୍ଧିତ ହୋଇପାରନ୍ତି। ପାରିବାରିକ ସୁଖ, ବନ୍ଧୁଙ୍କ ଆଦର କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି କରିବ। କେତେକ କ୍ଷେତ୍ରରେ ଈର୍ଷାପରାୟଣ ଆତ୍ମୀୟଙ୍କ ଦ୍ୱାରା ଉପେକ୍ଷିତ ହୋଇ ମନଦୁଃଖ କରିପାରନ୍ତି।
କନ୍ୟା
ପାରିବାରିକ ସୌଖ୍ୟ, ଶିକ୍ଷାରେ ସଫଳତା, ସନ୍ତାନଙ୍କ କୃତିତ୍ୱ, ରଚନାମତ୍କ କାର୍ଯ୍ୟରୁ ସମ୍ମାନଲାଭର ସୂଚନା ରହିଛି। ସାହିତ୍ୟ, ପ୍ରବଚନ, ସଙ୍ଗୀତ ସମାରୋହ ପ୍ରତି ଆକର୍ଷିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ କିମ୍ବା ସଭାସମିତିରେ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ହଠାତ୍‌ ମତ ବଦଳାଇବା ଠିକ୍‌ ହେବନାହିଁ।
ତୁଳା
ତୁଳା
ଅନେକ ଆଶା, ଅସୁମାରି କଳ୍ପନା, ବନ୍ଧୁଙ୍କ ବାକ୍‌ବିଳାସ, ଦେହ ଓ ମନରେ ନୂତନ ଶିହରଣ ସୃଷ୍ଟି କରିବ। ଆର୍ଥିକ ଉନ୍ନତି ସହ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ। ଯାତ୍ରା ସମୟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ, ଆନୁଷ୍ଠାନିକ କାମ ସକାଶେ ଦିନଟି ବହୁତ ଭଲ ରହିବ।
ବିଛା
ବିଛା
ଅନୁରାଧା ନକ୍ଷତ୍ରର ନୂଆ କଳ୍ପନା ମନରେ ବସା ବାନ୍ଧିବ। ପାରିବାରିକ ଦିଗଟି ଅଶାନ୍ତ ରହିପାରେ। ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ସୂଚନା ରହିଛି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଆଇନ ଅଦାଲତରୁ ସୁଫଳ ପାଇବେ ଓ ବିବାଦୀୟ ଘଟଣାରେ ବିଜୟୀ ହେବେ।
ଧନୁ
ଧନୁ
ପ୍ରତ୍ୟେକ କାମରେ ପ୍ରତିବନ୍ଧକ ସହ କାର୍ଯ୍ୟରେ ବିଳମ୍ବ ମନକୁ ନିରୁତ୍ସାହିତ କରିପାରେ। କୌଣସି କାମ ସହଜ ଓ ସୁବିଧାରେ ନହେବା କାରଣରୁ ମନ ବିଚଳିତ ରହିବ। ଖର୍ଚ୍ଚ ବୃଦ୍ଧି ଓ ପିଲାଙ୍କ କୌଣସି ବ୍ୟତିକ୍ରମ ଦୁଶ୍ଚିନ୍ତାର କାରଣ ହୋଇପାରେ। ବନ୍ଧୁଙ୍କ ଜରିଆରେ ସକାଳୁ ସକାଳୁ ଶୁଭ ଖବର ପାଇବେ ଓ ଦୂରସ୍ଥାନକୁ ଯାତ୍ରା କରିବାକୁ ବାଧ୍ୟ ହେବେ।
ମକର
ମକର
ଯେମିତି ଭାବୁଛନ୍ତି ଆଜି ଦିନଟିରେ ସେମିତି ହେବାରେ ଅସୁବିଧା ରହିବ ନାହିଁ। ବନ୍ଧୁମିଳନ, ମିତ୍ରଙ୍କ ସାନ୍ନିଧ୍ୟ, କାମରେ ଉତ୍ସାହ ଏବଂ ଅର୍ଥ ସମ୍ମାନର ସହ ଦିନଟି ଅତିବାହିତ ହେବ। ବ୍ୟସ୍ତ ବିବ୍ରତ ନ ହୋଇ କୌଶଳ ପ୍ରୟୋଗ କଲେ କାମ ହାସଲ ହେବ। ଶିଳ୍ପ, ବ୍ୟବସାୟ ଓ ରାଜନୈତିକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲରେ କଟିବ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଶ୍ରଦ୍ଧା, ଭକ୍ତି ଓ ସମ୍ମାନ ଲାଭ କରି ଦୁଃଖ, ସମସ୍ୟାକୁ ଭୁଲିଯିବେ। ଦ୍ୱନ୍ଦ୍ୱରେ ପଡ଼ି କେତେକ କ୍ଷେତ୍ରରେ ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କରିବାରେ ପଛେଇ ରହିପାରନ୍ତି। ପରିବାରରେ ସମାଲୋଚନାର ପାତ୍ର ହୋଇପାରନ୍ତି। ପୂର୍ବର ପରିସ୍ଥିତି ସାମୟିକ ବଦଳିଯିବା କାରଣରୁ ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ।
ମୀନମୀନ

ପାରିବାରିକ କ୍ଷେତ୍ରରେ ସ୍ବାର୍ଥ ତ୍ୟାଗ ପ୍ରିୟଜନଙ୍କ ପ୍ରଶଂସାର କାରଣ ହେବ। ଶନିଙ୍କ ସ୍ଥିତି ବ୍ୟବସାୟ, ପରିବହନକୁ ଧିମେଇ ରଖିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗପୂର୍ଣ୍ଣ କାର୍ଯ୍ୟକଳାପ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ। ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ପାଇଁ ପରିସ୍ଥିତିର ବିଡ଼ମ୍ବନା କାରଣରୁ ଆକସ୍ମିକ ଭାବରେ ହାତମୁଠାରୁ ସୁ୍‌ଯୋଗ ଖସିଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri