Posted inRasifala

ରାଶିଫଳ: ରବିବାର, ଜୁଲାଇ ୯ ତାରିଖ – Daily Horoscope

ମେଷ
ଆଜି ଯାହା ଇଛା କରୁଛନ୍ତି ଶୀଘ୍ର ଆରମ୍ଭ କରନ୍ତୁ, ଅବଶ୍ୟ ଫଳପ୍ରଦ ହେବାର ଆଶା ରହିଛି। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଆମୋଦ ପ୍ରମୋଦର ମଉକା ଜୁଟିବ। ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କିନ୍ତୁ ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଚିନ୍ତା କରିବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଅଧିକ ପାଇବା ଆଶା ଓ ବିଶ୍ୱାସକୁ ନେଇ ହଇରାଣରେ ପଡିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇବେ। ଆକସ୍ମିକ କୋଣସି ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ମୃଗଶିରା ନକ୍ଷତ୍ର ଆର୍ଥିକ ଉନ୍ନତି ହେତୁକ କେତେକ ନୂତନ କର୍ମାରମ୍ଭର ଯୋଜନା କରିପାରନ୍ତି।
ମିଥୁନ
ମିଥୁନ
ଦୀର୍ଘ ଦିନରୁ ପ୍ରତୀକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ହଠାତ୍‌ ସହକର୍ମୀଙ୍କ କଥାକୁ ସ୍ବୀକାର କରି ବ୍ୟବସାୟକୁ ବଢାଇ ଦେବା ଚିନ୍ତା କରିବେ। କର୍ମକ୍ଷେତ୍ରରେ ଭଲ ସମ୍ପର୍କ ଥିବା ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କଳା, ସାହିତ୍ୟ ସଂଙ୍ଗୀତ ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ।
କର୍କଟ
କର୍କଟ
ପ୍ରତ୍ୟେକ ପ୍ରକାରର ପରିସ୍ଥିତିକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥିଲେ ମଧ୍ୟ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା କାରଣରୁ ଅପମାନିତ ହେବାକୁ ପଡିବ। ପୁନର୍ବସୁର ପୈତୃକ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିପାରେ।
ସି˚ହ
ସି˚ହ
ଅଟକି ରହିଯାଇଥିବା କାମପାଇଁ ଅନ୍ୟମାନଙ୍କୁ ଆଦେଶ ଦେଇ ସମାଲୋଚିତ ହୋଇପାରନ୍ତି। ଘର କଥା ବିଶ୍ୱସ୍ତ ମନେକରି ସହକର୍ମୀଙ୍କୁ କହିବା କରଣରୁ ସମସ୍ୟା ନିମନ୍ତ୍ରଣ କରିବା ପରି ହେବ। ଉତରାଫାଲଗୁନୀ ନକ୍ଷତ୍ରର ଗୃହସୀମାକୁ କେନ୍ଦ୍ରକରି ଥିବା ବିବାଦର ସମାଧାନ ହୋଇଯିବ।
କନ୍ୟା
ପାରିବାରିକ କ୍ଷେତ୍ରକୁ ଶୃଙ୍ଖଳିତ କରିବାରେ ସମର୍ଥ ହୋଇ ପାରିବେ ନାହିଁ। ଅବଶ୍ୟ ଚିତ୍ରା ନକ୍ଷତ୍ରର କାମ ଗୁଡିକ ଧୀର ମନ୍ଥର ଗତି ଆଗକୁ ଗଡି ଚାଲିବ। ସଭାସମିତି, ରାଜନୀତି, ପ୍ରଶାସନ କାର୍ଯ୍ୟରେ ସଫଳତା ହାସଲ କରିବେ। ସ୍ତ୍ରୀଙ୍କ ପରାମର୍ଶ ନେଇ କାଯର୍‌ୟ କଲେ ବିଶେଷ ଭାବରେ ଉପକୃତ ହେବେ।
ତୁଳା
ତୁଳା
ଆଜି ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ ହାସଲ କରିବେ। ବନ୍ଧୁଙ୍କ ଅନୁରକ୍ତି ଲାଭ କରି ପାରରିବାରିକ ଦୁଃଖକୁ କିଛି ସମୟ ସକାଶେ ଭୁଲିଯିବେ। ସାମାଜିକ ସ୍ତରରେ ବୀବାଦୀୟ ଘଟଣାର ଦିଗ ପରିବର୍ତ୍ତନ ହୋଇଯାଇପାରେ। ଅନୁଷ୍ଠାନିକ କାମ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ବିଛା
ବିଛା
ଆଜିର ପୂର୍ବାହ୍ନ ଭଲରେ ଅତିବାହିତ ହେବା ସ୍ଥଳେ ଅପରାହ୍ନରେ ମାନସିକ ସ୍ଥିତି ଭଲ ରହିବ ନାହିଁ। ମୂଲ୍ୟହୀନ କଥାଗୁଡାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଜ୍ୟେଷ୍ଠା ନକ୍ଷତ୍ରର ଧନହାନି କାରଣରୁ ଘରେ ପାଟିତୁଣ୍ଡ ହୋଇପାରେ। କର୍ମକ୍ଷେତ୍ରରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ।
ଧନୁ
ଧନୁ
ଗତକାଲିର କୌଣସି ଛୋଟଘଟଣା ଆଜିର ଦିନଟିକୁ ନିରୁସତ୍ାହିତ କରିବ। ପୂର୍ବବିବାଦର ଦ୍ୱାହି ଦେଇ ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ପାରିବାରିକ ସ୍ଥିରତା ଆଣିବା ପରିପ୍ରେକ୍ଷୀରେ ପଡି ଧାର ଉଧାର କରିବାକୁ ପଡିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅସଫଳତା କାରଣରୁ ନିଜ ଲୋକଙ୍କୁ ସନ୍ଦେହ କରିବେ।
ମକର
ମକର
ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ଚିଡିଚିଡା ସ୍ବଭାବ ଯୋଗୁ ବିଚଳିତ ହେବେ। ବନ୍ଧୁଙ୍କ ନିକଟରୁ ସୂଚନା ଲାଭ କରି ସରକାରୀ କ୍ଷେତ୍ରରୁ ଲାଭର ଆଶା କରି ପାରନ୍ତି। ଆଜିର ସଂନ୍ଧ୍ୟା ସମୟରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ଲାଘବ ହେବାର ସୂଚନା ରହିଛି। ସତର୍କତା ଅଭାବରୁ ଧନହାନୀର ଆଶଙ୍କା ରହିଛି। ବିଭିନ୍ନ ପ୍ରକାରର ଦୁଃଚିନ୍ତା ବାରମ୍ବାର ମନକୁ ଆନ୍ଦୋଳିତ କରିବା ହେତୁ କର୍ମକ୍ଷତ୍ରରେ ଅସ୍ଥିରତା ଅନୁଭବ କରିବେ। ବ୍ୟବସାୟରେ ଆଗକୁ ମାଡି ଚାଲନ୍ତ, ଅବଶ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ରହିବ ନାହିଁ।
ମୀନମୀନ
କର୍ମକ୍ଷେତ୍ରରେ କିନ୍ତୁ ବିଭିନ୍ନ ଦିଗରୁ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ସ୍ନାୟବିକ ଦୁର୍ବଳତା ଅନୁଭବ କରିବା ଯୋଗୁ କୌଣସି କାମ ସୁବିଧାରେ ସମ୍ପନ୍ନ ହୋଇପାରିବନାହିଁ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଦୂରଯାତ୍ରାର ଯୋଜନା ଫଳପ୍ରଦ ନହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri