Posted inRasifala

ରାଶିଫଳ: ରବିବାର, ଜୁଲାଇ ୯ ତାରିଖ – Daily Horoscope

ମେଷ
ଆଜି ଯାହା ଇଛା କରୁଛନ୍ତି ଶୀଘ୍ର ଆରମ୍ଭ କରନ୍ତୁ, ଅବଶ୍ୟ ଫଳପ୍ରଦ ହେବାର ଆଶା ରହିଛି। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଆମୋଦ ପ୍ରମୋଦର ମଉକା ଜୁଟିବ। ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କିନ୍ତୁ ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଚିନ୍ତା କରିବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଅଧିକ ପାଇବା ଆଶା ଓ ବିଶ୍ୱାସକୁ ନେଇ ହଇରାଣରେ ପଡିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇବେ। ଆକସ୍ମିକ କୋଣସି ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ମୃଗଶିରା ନକ୍ଷତ୍ର ଆର୍ଥିକ ଉନ୍ନତି ହେତୁକ କେତେକ ନୂତନ କର୍ମାରମ୍ଭର ଯୋଜନା କରିପାରନ୍ତି।
ମିଥୁନ
ମିଥୁନ
ଦୀର୍ଘ ଦିନରୁ ପ୍ରତୀକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ହଠାତ୍‌ ସହକର୍ମୀଙ୍କ କଥାକୁ ସ୍ବୀକାର କରି ବ୍ୟବସାୟକୁ ବଢାଇ ଦେବା ଚିନ୍ତା କରିବେ। କର୍ମକ୍ଷେତ୍ରରେ ଭଲ ସମ୍ପର୍କ ଥିବା ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କଳା, ସାହିତ୍ୟ ସଂଙ୍ଗୀତ ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ।
କର୍କଟ
କର୍କଟ
ପ୍ରତ୍ୟେକ ପ୍ରକାରର ପରିସ୍ଥିତିକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥିଲେ ମଧ୍ୟ ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା କାରଣରୁ ଅପମାନିତ ହେବାକୁ ପଡିବ। ପୁନର୍ବସୁର ପୈତୃକ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ବଢିପାରେ।
ସି˚ହ
ସି˚ହ
ଅଟକି ରହିଯାଇଥିବା କାମପାଇଁ ଅନ୍ୟମାନଙ୍କୁ ଆଦେଶ ଦେଇ ସମାଲୋଚିତ ହୋଇପାରନ୍ତି। ଘର କଥା ବିଶ୍ୱସ୍ତ ମନେକରି ସହକର୍ମୀଙ୍କୁ କହିବା କରଣରୁ ସମସ୍ୟା ନିମନ୍ତ୍ରଣ କରିବା ପରି ହେବ। ଉତରାଫାଲଗୁନୀ ନକ୍ଷତ୍ରର ଗୃହସୀମାକୁ କେନ୍ଦ୍ରକରି ଥିବା ବିବାଦର ସମାଧାନ ହୋଇଯିବ।
କନ୍ୟା
ପାରିବାରିକ କ୍ଷେତ୍ରକୁ ଶୃଙ୍ଖଳିତ କରିବାରେ ସମର୍ଥ ହୋଇ ପାରିବେ ନାହିଁ। ଅବଶ୍ୟ ଚିତ୍ରା ନକ୍ଷତ୍ରର କାମ ଗୁଡିକ ଧୀର ମନ୍ଥର ଗତି ଆଗକୁ ଗଡି ଚାଲିବ। ସଭାସମିତି, ରାଜନୀତି, ପ୍ରଶାସନ କାର୍ଯ୍ୟରେ ସଫଳତା ହାସଲ କରିବେ। ସ୍ତ୍ରୀଙ୍କ ପରାମର୍ଶ ନେଇ କାଯର୍‌ୟ କଲେ ବିଶେଷ ଭାବରେ ଉପକୃତ ହେବେ।
ତୁଳା
ତୁଳା
ଆଜି ପ୍ରତ୍ୟେକ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ ହାସଲ କରିବେ। ବନ୍ଧୁଙ୍କ ଅନୁରକ୍ତି ଲାଭ କରି ପାରରିବାରିକ ଦୁଃଖକୁ କିଛି ସମୟ ସକାଶେ ଭୁଲିଯିବେ। ସାମାଜିକ ସ୍ତରରେ ବୀବାଦୀୟ ଘଟଣାର ଦିଗ ପରିବର୍ତ୍ତନ ହୋଇଯାଇପାରେ। ଅନୁଷ୍ଠାନିକ କାମ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ବିଛା
ବିଛା
ଆଜିର ପୂର୍ବାହ୍ନ ଭଲରେ ଅତିବାହିତ ହେବା ସ୍ଥଳେ ଅପରାହ୍ନରେ ମାନସିକ ସ୍ଥିତି ଭଲ ରହିବ ନାହିଁ। ମୂଲ୍ୟହୀନ କଥାଗୁଡାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଜ୍ୟେଷ୍ଠା ନକ୍ଷତ୍ରର ଧନହାନି କାରଣରୁ ଘରେ ପାଟିତୁଣ୍ଡ ହୋଇପାରେ। କର୍ମକ୍ଷେତ୍ରରେ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ।
ଧନୁ
ଧନୁ
ଗତକାଲିର କୌଣସି ଛୋଟଘଟଣା ଆଜିର ଦିନଟିକୁ ନିରୁସତ୍ାହିତ କରିବ। ପୂର୍ବବିବାଦର ଦ୍ୱାହି ଦେଇ ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ପାରିବାରିକ ସ୍ଥିରତା ଆଣିବା ପରିପ୍ରେକ୍ଷୀରେ ପଡି ଧାର ଉଧାର କରିବାକୁ ପଡିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅସଫଳତା କାରଣରୁ ନିଜ ଲୋକଙ୍କୁ ସନ୍ଦେହ କରିବେ।
ମକର
ମକର
ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ଚିଡିଚିଡା ସ୍ବଭାବ ଯୋଗୁ ବିଚଳିତ ହେବେ। ବନ୍ଧୁଙ୍କ ନିକଟରୁ ସୂଚନା ଲାଭ କରି ସରକାରୀ କ୍ଷେତ୍ରରୁ ଲାଭର ଆଶା କରି ପାରନ୍ତି। ଆଜିର ସଂନ୍ଧ୍ୟା ସମୟରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ଲାଘବ ହେବାର ସୂଚନା ରହିଛି। ସତର୍କତା ଅଭାବରୁ ଧନହାନୀର ଆଶଙ୍କା ରହିଛି। ବିଭିନ୍ନ ପ୍ରକାରର ଦୁଃଚିନ୍ତା ବାରମ୍ବାର ମନକୁ ଆନ୍ଦୋଳିତ କରିବା ହେତୁ କର୍ମକ୍ଷତ୍ରରେ ଅସ୍ଥିରତା ଅନୁଭବ କରିବେ। ବ୍ୟବସାୟରେ ଆଗକୁ ମାଡି ଚାଲନ୍ତ, ଅବଶ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ରହିବ ନାହିଁ।
ମୀନମୀନ
କର୍ମକ୍ଷେତ୍ରରେ କିନ୍ତୁ ବିଭିନ୍ନ ଦିଗରୁ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ସ୍ନାୟବିକ ଦୁର୍ବଳତା ଅନୁଭବ କରିବା ଯୋଗୁ କୌଣସି କାମ ସୁବିଧାରେ ସମ୍ପନ୍ନ ହୋଇପାରିବନାହିଁ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଦୂରଯାତ୍ରାର ଯୋଜନା ଫଳପ୍ରଦ ନହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଫେବୃଆରୀ ୧୯ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ…

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri