Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ୍‍ ୯ ତାରିଖ – Daily Horoscope

ମେଷ
ପାରିବାରିକ କ୍ଷେତ୍ରରେ ମତାନ୍ତରଜନିତ ଅଶାନ୍ତ ପରିସ୍ଥିତିରୁ ଡିପ୍ରେସନ ଲାଗି ରହିବ। ଦୂରଦର୍ଶିତାବିହୀନ କାର୍ଯ୍ୟ ଓ ପୁରାତନ ରୋଗ ଯୋଗୁ ମାନସିକ ସୁସ୍ଥତା ହରାଇବେ। ବାଣିଜ୍ୟ, ବ୍ୟବସାୟ, ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିବ। ରଚନାମତ୍କ କାମରେ ସାମାଜିକ ସ୍ବୀକୃତି ଲାଭ କରିବା ସଙ୍ଗକୁ ପ୍ରଶଂସିତ ମଧ୍ୟ ହେବେ।
ବୃଷ
ବୃଷ
ଦୈହିକ ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ଆଶ୍ୱସ୍ତି ଲାଭକରିବେ। ଆଜିର ଯାତ୍ରା ସମୟରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ଦେଖାଦେଇପାରେ। ଅର୍ଥ ସଙ୍କଟ କାରଣରୁ ଆଶା ଓ ଅଭିଳାଷ ଅପୂରଣ ରହିଯିବ। କର୍ମକ୍ଷେତ୍ର, ମକଦ୍ଦମା,ଲେଖାପଢ଼ା,ଜମିଜମା କାରବାର ପ୍ରଭୃତି କ୍ଷେତ୍ରରେ ଆଶାନୁରୂପ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ପାରିବାରିକ ପରିସ୍ଥିତି ସଙ୍ଗକୁ ଅର୍ଥସଂକଟଜନିତ ଭାବପ୍ରବଣତା ବୃଦ୍ଧି ପାଇବ। ବାଣିଜ୍ୟ, ପରିବହନ, ନିର୍ମାଣ ଓ ସଭାସମିତିରେ କାମ ଶୃଙ୍ଖଳିତ ହେବ। ପଡ଼ୋଶୀ କାର୍ଯ୍ୟଦକ୍ଷତାର ପ୍ରଶଂସା କରିପାରନ୍ତି। ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଅର୍ଥ ଓ ସମ୍ମାନ ସଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
କର୍କଟ
କର୍କଟ
ଅସମୟ ଭୋଜନ କାରଣରୁ ପେଟ ଗୋଳମାଳରୁ ପୀଡ଼ା ଅନୁଭବ କରିପାରନ୍ତି। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ସାମାଜିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାରେ ପଛେଇ ଯିବେ। ଶିଳ୍ପ, ବାଣିଜ୍ୟ, ପରିବହନ ସକାଶେ କୌଣସି ଅସୁବିଧା ହେବ ନାହିଁ।
ସି˚ହ
ସି˚ହ
ପାରିବାରିକ କ୍ଷେତ୍ରର ସମସ୍ୟା ମୁଣ୍ଡବିନ୍ଧାର କାରଣ ହେବ। ସହକର୍ମୀ ବିରୁଦ୍ଧାଚରଣ କରିବା ସକାଶେ ଚେଷ୍ଟା କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, କଳା, ସଙ୍ଗୀତ, ଗବେଷଣା, ଅନୁସନ୍ଧାନ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।
କନ୍ୟା
ବିଭିନ୍ନ ପୁରୁଣା ସମସ୍ୟା ଲାଗିରହିଥିବା ଯୋଗୁ ମାନସିକ ସୁସ୍ଥତା ରହି ନ ପାରେ। ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଭୁଲ୍‌ ବୁଝାମଣା ଯୋଗୁ ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। କଳା, କ୍ରୀଡ଼ା, ଚଳଚ୍ଚିତ୍ର ଓ ସାହିତ୍ୟରେ ଜନ ସମାଜରେ ପ୍ରଶଂସିତ ହେବେ।
ତୁଳା
ତୁଳା
ସକାଳୁ ସକାଳୁ କୌଣସି ଖୁସି ଖବର ସଙ୍ଗକୁ ଆର୍ଥିକ ସାହାଯ୍ୟ ପାଇବେ। ଉପରିସ୍ଥ କର୍ମଚାରୀ ନାହିଁ ନାହିଁ କରୁଥିଲେ ମଧ୍ୟ ପରିଶେଷରେ କାମଟି କରିଦେବେ। ସାମାଜିକ ସ୍ତରରେ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ, କିନ୍ତୁ ବିଶେଷ ଗୁରୁତର ହେବ ନାହିଁ। ପାରିବାରିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଶାନ୍ତିର ବାତାବରଣ ଆସି ନ ପାରେ।
ବିଛା
ବିଛା
କର୍ମକ୍ଷେତ୍ରରେ ବହୁଦିଗରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଦୀର୍ଘ ଦିନରୁ ରହିଯାଇଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି। ଶିଳ୍ପ, ନିର୍ମାଣ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତିର ଆଶଙ୍କା ରହିଛି। କଳା,ସାହିତ୍ୟ ତଥା ଆନୁଷ୍ଠାନିକ କାମରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ପରିବାରରେ ଭୁଲ୍‌ ବୁଝାମଣା ହେତୁ ସହଯୋଗ ନ ପାଇ କାମ ହାସଲରେ ଅସୁବିଧାର ସମ୍ମୁଖୀନ ହେବେ। ଜଣେ ବନ୍ଧୁଙ୍କ ସାହାଯ୍ୟରେ ବହୁତ ଦିନହେଲା ପଡ଼ିରହିଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ। ବିଶ୍ୱସ୍ତ ସୂତ୍ରରୁ ଭୁଲ୍‌ ଖବରଟିଏ ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୀର୍ଘ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ।
ମକର
ମକର
ବନ୍ଧୁଙ୍କ ପରାମର୍ଶରେ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଈର୍ଷାପରାୟଣ ହୋଇ ଖଳଲୋକ ଅପପ୍ରଚାର କଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ। ପାରିବାରିକ ସମସ୍ୟା ବୃଦ୍ଧିରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ। କର୍ମଜଞ୍ଜାଳର ଆଧିକ୍ୟ ହେତୁ ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହେବ।
କୁମ୍ଭ
କୁମ୍ଭ
ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ପ୍ରକୃତ ଆନନ୍ଦକୁ ଉପଭୋଗ କରିପାରିବେ ନାହିଁ। ଆଲୋଚନା କାଳରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେଇପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ। ବ୍ୟବସାୟ, ପରିବହନ, ସାମ୍ବାଦିକତାରେ ସୁଫଳ ମିଳିବ।
ମୀନମୀନ

ସମସ୍ୟା ହେତୁ ଦୁର୍ଭାବନା ବଢ଼ିଚାଲିବ, ଫଳରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। ପ୍ରଶାସନ, ଯୋଗାଯୋଗ, ପରିବହନ, ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହେବ। ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ସହନଶୀଳତାର ଅଭାବ ଓ ସ୍ବେଚ୍ଛାଚାରିତା ମନୋଭାବ ଅଶାନ୍ତିର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri