Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ
ପାରିବାରିକ ପରିସ୍ଥିତି ବିଗିଡ଼ି ଯାଇଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପରିବହନ, ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ଲାଭ କରିବେ। ଭ୍ରାତୃବର୍ଗ ଦ୍ୱାରା ପଡ଼ୋଶୀଙ୍କ ସହ ଉପୁଜିଥିବା ସମସ୍ୟା ସମାଧାନ ହେବାର ଆଶା ରହିଛି।
ବୃଷ
ବୃଷ
କର୍ମକ୍ଷେତ୍ରରେ ନିଜ ଲୋକଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି। କୌଣସି ଉନ୍ନତିମୂଳକ କାମ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକ ପଡ଼ିପାରେ। ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ଆଲୋଚନା କ୍ରମେ ପିଲାମାନଙ୍କ ଅସୁବିଧା କଥା ଚିନ୍ତା କରିପାରନ୍ତି।
ମିଥୁନ
ମିଥୁନ
ସାମାଜିକ ସ୍ତରରେ ଦୀର୍ଘ ଦିନର ଶତ୍ରୁତା ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ। ବନ୍ଧୁଙ୍କ ପରାମର୍ଶ କ୍ରମେ ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଅଫିସରେ ଗୋଡଟଣା ଟଣି ହେତୁ ସୁବିଧାରେ କାମ ହାସଲ କଷ୍ଟକର ହୋଇପଡ଼ିବ। ପରିବାରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବ ନାହିଁ।
କର୍କଟ
କର୍କଟ
ଆଜି ହାତକୁ ନେଇଥିବା କାମଗୁଡ଼ିକ ସୁରୁଖୁରୁରେ ହୋଇଯିବା କାରଣରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇ ମନ ଖୁସୀ ରହିବ। ଅଶ୍ଳେଷା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ବ୍ୟବସାୟିକ ସ୍ଥିତି ପ୍ରାୟତଃ ସନ୍ତୋଷଜନକ ରହିବ।
ସି˚ହ
ସି˚ହ
ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ତଥା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିବେ। କେତେକ କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି। ମାନସିକ ଅବସାଦ ଯୋଗୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ହାସଲ ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ।
କନ୍ୟା
ଆଶା ପୂରଣ ହେବା ସଙ୍ଗକୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପରିବାରରେ ପାରସ୍ପରିକ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରି ପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ଆନୁଷ୍ଠାନିକ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଜମିଜମା କାରବାର, ପ୍ରେସ୍‌, ପବ୍ଲିକେଶନରେ ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ପାରସ୍ପରିକ ମତଭେଦ କାରଣରୁ ପରିବାରରେ ଅଶାନ୍ତିଜନିତ ଦୁଃଖୀ ହୋଇପାରନ୍ତି। ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରି ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେତୁ କ୍ଳାନ୍ତି ଅନୁଭବ କରିବେ। ବନ୍ଧୁମାନେ ନିଜର ଫାଇଦା ହାସଲ କରିବା ଲାଗି ମନ ବଳାଇବେ।
ବିଛା
ବିଛା
ବହୁତ ଝଡ଼ଝଞ୍ଜା ମଧ୍ୟ ଦେଇ ହାତକୁ ନେଇଥିବା କାମଟିକୁ ସମ୍ପୂର୍ଣ୍ଣ କରିବେ। ପରିବାରରେ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ମାନସିକ ଅବସାଦ ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବାର ଆଶା ରହିଛି।
ଧନୁ
ଧନୁ
ଆଜି ଆପଣଙ୍କୁ ନୀଚ୍ଚ ସଂସର୍ଗରୁ ଦୂରେଇ ରହିବା ଭଲ, ନତୁବା ସମାଲୋଚିତ ହେବାକୁ ପଡ଼ିପାରେ। ନୂତନ ଗୃହାରମ୍ଭ, ଜମିଜମା କାରବାର ସକାଶେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ରପ୍ତାନି ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଭାଇ, ବନ୍ଧୁ କୁଟୁମ୍ବଙ୍କ ସୁସମ୍ପର୍କ ରହି ନ ପାରେ।
ମକର
ମକର
ଦୀର୍ଘ ଦିନରୁ ଲାଗି ରହିଥିବା ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ଓ କାର୍ଯ୍ୟ ହାସଲ କରିବେ । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ପାରିବାରିକ ସମସ୍ୟାକୁ ପଡ଼ୋଶୀଙ୍କ ଦ୍ୱାରା ସମାଧାନ କରିବେ। ଆର୍ଥିକ ସ୍ଥିତି ପୂର୍ବ ପରି ରହିବା ମନସ୍ତାପର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ଶାରୀରିକ ସୁସ୍ଥତା ଓ ଆର୍ଥିକ ଅଭିବୃଦ୍ଧି ମାନସିକ ସୁସ୍ଥତାର କାରଣ ହେବ। ଆଜି ଦିନରେ ପରିବାର, ବ୍ୟବସାୟ, ସଭାସମିତି, ପରିବହନ, ପ୍ରଶାସନିକ କ୍ଷେତ୍ରରେ ସୁଫଳ ପାଇବେ। ସରକାରୀ ସ୍ତରୁ ଆଶା କରୁଥିବା ଶୁଭଖବର ପାଇ ଖୁସି ହେବେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମୀନମୀନ
କର୍ମକ୍ଷେତ୍ରରେ ସମସ୍ୟା ସୁଧୁରିଯିବା କାରଣରୁ ପାରିବାରିକ ସଦ୍ଭାବ କ୍ରମଶଃ ବୃଦ୍ଧି ପାଇବ। ପରିବାରରେ ଭୁଲ୍‌ ବୁଝାମଣାଜନିତ ବନ୍ଧୁ ସମ୍ପର୍କରେ ଅବନ୍ନତି ଘଟିପାରେ। ଧାତୁ, ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବ୍ୟସ୍ତ ନ ହୋଇ ଅପେକ୍ଷା କରନ୍ତୁ ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟ ସାଧିତ ହୋଇପାରିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri