Categories: Rasifala

ରାଶିଫଳ: ଗୁରୁବାର, ମେ ୭ ତାରିଖ – Daily Horoscope

ମେଷ
ଆଜି ଯାତ୍ରା, ବ୍ୟବସାୟ, ପରିବହନ, ରାଜନୀତି ପାଇଁ ବହୁତ ଭଲ। ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନ୍ସନ ପିଛା ଛାଡିବ ନାହିଁ। ଦ୍ୱାଦଶସ୍ଥ ପାପଗ୍ରହଙ୍କ ପ୍ରଭାବରୁ ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ, କିନ୍ତୁ ପାରିବେ ନାହିଁ। କ୍ରୀଡା, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବାରୁ ଖୁସି ଅନୁଭବ କରିବେ।
ବୃଷ
ସାମୂହିକ କାମରେ ବନ୍ଧୁଙ୍କ ପ୍ରଶଂସାସୂଚକ ବାକ୍ୟ ଆପଣଙ୍କୁ ଭାବ ବିଭୋର କରାଇବ। ଚତୁର୍ଥସ୍ଥ କେତୁଗ୍ରହ ଯୋଗୁ ପରିବାରରେ ପିଲାଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିବେ। ଅବୁଝା ବ୍ୟକ୍ତିଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବାକୁ ପଡିପାରେ। ମାଙ୍ଗଳିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇପାରନ୍ତି।
ମିଥୁନ
ସାମାଜିକ ସ୍ତରରେ ଅଥବା ଯାତ୍ରାକାଳରେ ଅନ୍ୟକୁ ଆପଣାର କରିବାକୁ ଯାଇ ହରଡ଼ଘଣାରେ ପଡିପାରନ୍ତି। ପରିବାରରେ ମନୋମାଳିନ୍ୟ ଦୂରେଇବା ପାଇଁ ପ୍ରଯତ୍ନ କଲେ ସଫଳତା ମିଳିବ। କର୍ମାରମ୍ଭ କିମ୍ବା ଆଗାମୀ ମାଙ୍ଗଳିକ କାର୍ଯ୍ୟସକାଶେ ସାହାଯ୍ୟର ପ୍ରତିଶ୍ରୁତି ପାଇ ଖୁସି ହେବେ। କାର୍ଯ୍ୟହାନିଜନିତ ଶତ୍ରୁତା ବିବାଦର କାରଣ ହୋଇପାରେ।
କର୍କଟ
କର୍ମକ୍ଷେତ୍ରରେ ସ୍ବଇଚ୍ଛାରେ ନିଜ ମୁଣ୍ଡ ଉପରକୁ ଦାୟିତ୍ୱ ନେଇ ପଶ୍ଚାତାପ କରିପାରନ୍ତି। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବା କାର୍ଯ୍ୟସାଧନରେ ବିଳମ୍ବର କାରଣ ହେବ। ଆର୍ଥିକ ଦୁରବସ୍ଥାଜନିତ ମାନସିକ ସ୍ଥିତି ମଧ୍ୟ ଭଲ ରହିବନାହିଁ। ଅବଶ୍ୟ କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ସକ୍ରିୟ ସହଯୋଗରୁ ପରିସ୍ଥିତିରେ ଉନ୍ନତି ଘଟିବାର ଆଶା ରହିଛି।
ସି˚ହ
ସ୍ବାସ୍ଥ୍ୟହାନିଜନିତ ମନ ମାନ୍ଦା ରହିଲେ ମଧ୍ୟ ବନ୍ଧୁଙ୍କ ଆଶ୍ୱାସନାରୁ ମନ ବଦଳିଯିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତିଟି ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେବେ। ବନ୍ଧୁଙ୍କ ନିକଟରୁ ଆବଶ୍ୟକତାଠରୁ ଅଧିକ ଟଙ୍କା ପାଇ ଖୁସି ହେବେ। ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିବେ।
କନ୍ୟା
ଆଜି ବନ୍ଧୁଙ୍କ ଗହଣରେ ଖୁସିରେ ସମୟ କଟାଇବାର ସୁଯୋଗ ମିଳିବ। ଉପସ୍ଥିତ ବୁଦ୍ଧି ପ୍ରୟୋଗକରି କର୍ମକ୍ଷେତ୍ରରେ ଉପୁଜିଥିବା ସମସ୍ୟାକୁ ସୁଧାରି ନେବେ। ଅପେକ୍ଷା କରିବାକୁ କହିଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। ଆଜିର ପାରିବାରିକ, ବ୍ୟବସାୟିକ ଏବଂ ସାମାଜିକ ସ୍ଥିତି ଭଲ ରହିପାରେ।
ତୁଳା
ଆଜି ଘର କାମରେ ମନ ଲାଗିବ ନାହିଁ ତେଣେ ଖେଳି, ବୁଲି ସମୟ ନଷ୍ଟ କରପାରନ୍ତି। ପାରିବାରିକ ଜୀବନ, ରାଜନୈତିକ ସ୍ଥିତି ଓ ଆନୁଷ୍ଠାନିକ କାମରେ ପ୍ରଗତି ହେତୁ ଖୁସି ରହିବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିଯିବା ସାଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ପାଇବା କଷ୍ଟକର ହେବ। ସେବା ମନୋଭାବରୁ ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି।
ବିଛା
ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ ଖର୍ଚ୍ଚାନ୍ତ ହେବେ। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ସାଲିସ କରି ଚଳିବା ଠିକ୍‌ ହେବ। ବାଣିଜ୍ୟରେ ଆୟ ବହୁମୁଖୀ ହେବ କିନ୍ତୁ ଖର୍ଚ୍ଚ ମଧ୍ୟ ସମ ପରିମାଣରେ ହେବା ଯୋଗୁ ମନସ୍ତାପ କରିବେ । ପାରିବାରିକ ଜୀବନ ସୁଖରେ କଟିବା ସହ ବୌଦ୍ଧିକ ବିକାଶରୁ ବୁଦ୍ଧିଜୀବୀଙ୍କ ପ୍ରଶଂସା ଭାଜନ ହେବେ।
ଧନୁ
ମାନସିକ ଅସ୍ଥିରତା ଓ ଅସଂଯମ ଜୀବନଚର୍ଯ୍ୟାରୁ ଅନ୍ୟମନସ୍କ କିମ୍ବା ଅସାବଧାନତାଜନିତ ସମସ୍ୟାଗ୍ରସ୍ଥ ହୋଇପାରନ୍ତି। ନିଜ ଲୋକମାନେ ଦୂରେଇଯିବାର ଉପକ୍ରମ କରିପାରନ୍ତି। ହଜି ଯାଇଥିବା ଜିନିଷର ଖୋଜ ଖବର ପାଇ ଆଶ୍ୱସ୍ତି ଲାଭ କରିବେ। ପରିବାରରେ ଭୁଲ୍‌ ବୁଝାମଣା ଦୂର ହେବାରେ ପଡ଼ୋଶୀଙ୍କ ଅବଦାନ ରହିବ।
ମକର
କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ସାମ୍ନା କରି ଆଶା ପୂରଣ କରିପାରିବେ। ସତ୍‌ସଙ୍ଗ, ସଭାସମିତିରେ ବକ୍ତୃତା, ଆନୁଷ୍ଠାନିକ ତଥା ପ୍ରତିଯୋଗିତାରେ ସଫଳତା ପାଇପାରନ୍ତି। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିଲେ ମଧ୍ୟ ଅସୁବିଧା ହେବ ନାହିଁ। ଆଜିର ଯାତ୍ରାରେ ନିକଟ ସମ୍ପର୍କୀୟ କିମ୍ବା ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହୋଇପାରନ୍ତି।
କୁମ୍ଭ
କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଅର୍ଥସମ୍ପର୍କିତ ସମସ୍ୟା ଜନିତ ମାନସିକ ସ୍ଥିତି ଭଲ ରହିବନାହିଁ। ରଚନାତ୍ମକ କାର୍ଯ୍ୟ, ବନ୍ଧୁଙ୍କ ସହ ଫଳପ୍ରଦ ଆଲୋଚନାରୁ ମାନସିକ ଶାନ୍ତି ପାଇପାରନ୍ତି। ପାରିବାରିକ ଏବଂ ସାମାଜିକ ସ୍ଥିତି ଭଲ ରହିଲେ ମଧ୍ୟ ବ୍ୟବସାୟ କ୍ଷେତ୍ର ବିଶେଷ ଭଲ ରହି ନ ପାରେ।
ମୀନ
ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ଆଲୋଚନା ସମାଲୋଚନା, ବିତର୍କ, ପ୍ରଶାସନ, ରାଜନୀତି, ସଙ୍ଗଠନ କ୍ଷେତ୍ରରୁ ସୁଫଳ ମିଳିବ। ଘରର ବରାଦ ଅନୁସାରେ ସୌଖୀନ ଦ୍ରବ୍ୟ କ୍ରୟ କରିବା ସକାଶେ ମନସ୍ଥ କରିପାରନ୍ତି। ପରିସ୍ଥିତି ପ୍ରତି ସଚେତନ ନ ହୋଇ କାମ କଲେ ସମସ୍ୟାକୁ ନିମନ୍ତ୍ରଣ କରିବାକୁ ପଡିପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.