Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ସମେତ ଅନୁକୂଳ ଗ୍ରହସ୍ଥିତିରୁ ଦୈହିକ ସୁସ୍ଥତା ସଙ୍ଗକୁ ପାରିବାରିକ ଓ ସାମାଜିକ ଜୀବନ ପ୍ରୀତିପ୍ରଦ ରହିବ। ଅର୍ଥର ପ୍ରାଚୁର୍ଯ୍ୟ, ଦକ୍ଷତାର ପ୍ରତିଷ୍ଠା ଓ ପ୍ରଶଂସା ସୂଚକ ବିଷୟକୁ ନିନ୍ଦୁକଗୋଷ୍ଠୀଙ୍କୁ ଅସହ୍ୟ ହୋଇପାରେ। ସାଂଗଠନିକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଇବାରେ ଆପଣଙ୍କର ଭୂମିକା ଶୀର୍ଷରେ ରହିବ।
ବୃଷ
ବୃଷ
ଆର୍ଥିକ ସ୍ଥିତି ମନ୍ଦ ନ ଥିଲେ ମଧ୍ୟ ପାରିବାରିକ ଅସ୍ଥିରତା ସଙ୍ଗକୁ କେତେକ ଅପୂରଣୀୟ ଅଭିଳାଷ ମନକୁ ବ୍ୟଥିତ କରିପାରେ। କର୍ମସ୍ଥାନରେ ରବି ଓ ଶନି ହେତୁ ଅଟକିଥିବା କାମ ସକାଶେ ବିଚଳିତ ରହିପାରନ୍ତି। ବାଣିଜ୍ୟ, ପରିବହନ, ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ଦୂର ହେବ। ଧାର୍ମିକ ବାତାବରଣରେ ସାମିଲର ସୁଯୋଗ ମିଳିବ।
ମିଥୁନ
ମିଥୁନ
ସଂକୋଚବଶତଃ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ। ରାଶ୍ୟାଧିପଙ୍କ ବଳହୀନତା କାରଣରୁ ମାଲିମକଦ୍ଦମାର ଫଳାଫଳ ବିପକ୍ଷରେ ଯାଇପାରେ। ଉଚ୍ଚରାଶିରେ ମଙ୍ଗଳ କର୍ମସମୂହ ଓ ବ୍ୟବସାୟିକ ସ୍ଥିତିକୁ ସୁଦୃଢ଼ କରିବ। ବୃହସ୍ପତି ଏକାଦଶସ୍ଥ ଯୋଗୁ ବିଚାରବୁଦ୍ଧି ପ୍ରୟୋଗକରି କାର୍ଯ୍ୟହାସଲ କରିବେ।
କର୍କଟ
କର୍କଟ
ପରିବାରରେ ମତଭେଦ ହେତୁ ମନରେ ସରସତା ଆଗଭଳି ରହିବ ନାହିଁ। ମାଲିମକଦ୍ଦମାରେ, ବ୍ୟବସାୟରେ, ବିବାଦୀୟ ଘଟଣାରେ ସ୍ଥିତି ଅନୁକୂଳ ହୋଇପାରେ। ବନ୍ଧୁଙ୍କ କଥାକୁ କାନଡେରି ଶୁଣନ୍ତୁ କିନ୍ତୁ ଭାବିଚିନ୍ତି ଆଗକୁ ଗୋଡ ବଢାନ୍ତୁ। ସପ୍ତମାଧିପ ଅଷ୍ଟମସ୍ଥ ଯୋଗୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେଇପାରେ।
ସି˚ହ
ସି˚ହ
ଅଷ୍ଟମାଧିପତି ଭାଗ୍ୟସ୍ଥ ଯୋଗୁ କୌଣସି କାର୍ଯ୍ୟାରମ୍ଭରେ ଆଶାନୁରୂପ ସାହାଯ୍ୟ ମିଳି ନ ପାରେ। ଦୈହିକ ସ୍ଥିତି ସେତେଟା ଅନୁକୂଳ ନ ରହିଲେ ମଧ୍ୟ ମନୋବଳ ଦୃଢ ରହିବ। ଆଜି କୌଣସି ବିବାଦୀୟ କ୍ଷେତ୍ରରେ ବେଶି ସମୟ ରହିବା ଠିକ୍‌ ହେବନାହିଁ। ବାଣିଜ୍ୟ ବ୍ୟବସାୟ ଟେନ୍ସନଯୁକ୍ତ ରହିଲେ ମଧ୍ୟ ଆର୍ଥିକ ସ୍ଥିତି ମନ୍ଦ ହେବନି।
କନ୍ୟା
ରାଶିକୁ ଗୁରୁଦୃଷ୍ଟି ଯୋଗୁ ବନ୍ଧୁମିଳନରେ ଅନ୍ତରଙ୍ଗ ଆଳାପ ମନକୁ ଆମୋଦିତ କରିବ। ପୂର୍ବରାଗକୁ ଶୁଝାଇବାକୁ ଯାଇ ଆତ୍ମୀୟମାନେ ଶତ୍ରୁତା କରିପାରନ୍ତି। ସଭାସମିତିରେ ମନକୁ ନ ପାଇଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ନିଜ ପରିସରର ବ୍ୟକ୍ତିଙ୍କ ସାହାଯ୍ୟକ୍ରମେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ତୁଳା
ତୁଳା
ଶୁକ୍ର ପ୍ରଭାବରୁ ସ୍ବାସ୍ଥ୍ୟ ଭଲ ରହିବା ସହ ବାହାର ଦୁନିଆରେ ଅନ୍ୟମାନଙ୍କ ଦୃଷ୍ଟିରେ ଭାବମୂର୍ତ୍ତି ଉକତ୍ୃଷ୍ଟ ରହିବ। କିନ୍ତୁ ଚିତ୍ରା ନକ୍ଷତ୍ରର ମାନସିକ ଅବସ୍ଥା ସେତେ ଭଲ ରହି ନ ପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିବାର ସୂଚନା ରହିଛି। ସମ୍ପର୍କୀୟ ଭାଇ, ବନ୍ଧୁ, କୁଟୁମ୍ବମାନେ କ୍ରମଶଃ ନରମ ମନୋଭବ ପୋଷଣ କରିପାରନ୍ତି।
ବିଛା
ବିଛା
ଉଚ୍ଚସ୍ଥ ମଙ୍ଗଳଙ୍କ ପ୍ରଭାବରୁ ସ୍ବାସ୍ଥ୍ୟ ଠିକ୍‌ ରହିଲେ ମଧ୍ୟ କାମଗୁଡିକ ବିଶୃଙ୍ଖଳିତ ଅବସ୍ଥାରେ ରହିବ। ବନ୍ଧୁଙ୍କ ରୁକ୍ଷ ବ୍ୟବହାର ଓ ଅସମ୍ମାନଜନକ କଥା ମନକୁ ବେଶି ବାଧିବ। ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ତଥାପି ଅନୁରାଧା ନକ୍ଷତ୍ର ସମସ୍ୟାର ସରଳ ସମାଧାନ କରିପାରିବେ।
ଧନୁ
ଧନୁ
ଆଜି ଚନ୍ଦ୍ର ଓ ଶୁକ୍ରଙ୍କ ପ୍ରଭାବରେ କଳା, ସାହିତ୍ୟ, ସାମ୍ବାଦିକତା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ଆର୍ଥିକ ଦୁରବସ୍ଥା କାର୍ଯ୍ୟଧାରାର ଗତିରୋଧ କରିବା ଆଶଙ୍କା ଦେଖାଦେଇପାରେ। ପ୍ରିୟଜନଙ୍କ ସାନ୍ନିଧ୍ୟରୁ ଖୁସି ଅନୁଭବ କରିବେ। ବ୍ୟବସାୟ, ପ୍ରଶାସନ, ସଭାସମିତି, ଯାତ୍ରା, ବନ୍ଧୁ ସମ୍ପର୍କ ପ୍ରାୟତଃ ମନ୍ଦ ହେବନି।
ମକର
ମକର
ଆଗାମୀ ଆନୁଷ୍ଠାନିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି। ଚତୁର୍ଥାଧିପତିଙ୍କ ଶୁଭତ୍ୱରୁ ବନ୍ଧୁଙ୍କ ସାହାଯ୍ୟରେ କାମଗୁଡିକ ସୁବିଧାରେ ସମ୍ପନ୍ନ ହେବ। କିନ୍ତୁ ଶ୍ରବଣା ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପାରନ୍ତି। ବ୍ୟବସାୟିକ ସ୍ଥିତି ଭଲ ରହିବା ସହ ଋଣ ପରିଶୋଧରେ ସଫଳ ହେବେ।
କୁମ୍ଭ
କୁମ୍ଭ
ମଙ୍ଗଳ ସହ ଶୁକ୍ର ସମ୍ବନ୍ଧରୁ ପ୍ର୍ରିୟ ବନ୍ଧୁ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯିବ। ପିଲାଙ୍କ ପଢ଼ାସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପଦସ୍ଥବ୍ୟକ୍ତିଙ୍କ ସହାୟତାରେ ଶିଳ୍ପ, ବାଣିଜ୍ୟରେ ପ୍ର୍ରତିବନ୍ଧକ ଦୂରେଇଯିବ। ପ୍ରକାଶନ କ୍ଷେତ୍ର, ସାମ୍ବାଦିକତା, ସଭାସମିତି, ପ୍ରଶାସନିକ ଆଲୋଚନା ଫଳପ୍ରଦ ହୋଇପାରେ।
ମୀନମୀନ

ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପରିବାରରେ ସନ୍ତାନ ମାନଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁ ଅଶାନ୍ତ ରହିବେ। ଜମିଜମା କାରବାର,ଗୃହ ନିର୍ମାଣ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ି ଚାଲିବ। ଆଲୋଚନା ସମୟରେ ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି। କର୍ମକ୍ଷେତ୍ର ପୂର୍ବବତ୍‌ ଚାଲୁରହିବ ଏବଂ ବିଶେଷ ଅସୁବିଧା ରହିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri