Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍‌ ୭ ତାରିଖ – Daily Horoscope

ମେଷ
ଘରର ଅକୁହା କଥାକୁ ଚିନ୍ତା କରି ମନରେ ସରସତା ରହିବ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି କେତେକ କାମ କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ନିକଟରେ ଅଟକି ରହିଥିବା ଅର୍ଥପ୍ରାପ୍ତିରେ ବିବାଦ ଦେଖାଦେବ। ସଭାସମିତିରେ ଆଦର ଅଭ୍ୟର୍ଥନା ମିଳିବ, ମାତ୍ର ମନ ଭଲ ନ ଥିବାରୁ ବିଶେଷ ଉପଭୋଗ୍ୟ ନ ହୋଇପାରେ।
ବୃଷ
ବୃଷ
ଅର୍ଥ ସମ୍ପର୍କିତ ବିବାଦକୁ ଉଜ୍ଜୀବିତ କରିବାରେ ବନ୍ଧୁଙ୍କ ପରୋକ୍ଷ ପ୍ରେରଣାରୁ ଦୁଃଖ ପ୍ରକାଶ କରିବେ। ଅଫିସରେ ବାଧ୍ୟବାଧକତାରେ କେତେକ କାମ କରିବାକୁ ପଡିପାରେ। ଅନ୍ୟମାନଙ୍କ ଦାୟିତ୍ୱହୀନ କାମ ଲାଗି ନିଜକୁ ଦାୟୀ ହେବାକୁ ପଡିପାରେ। ପରିବାରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବାଲ୍ୟବନ୍ଧୁ ସାହାଯ୍ୟ କରିପାରନ୍ତି।
ମିଥୁନ
ମିଥୁନ
କୌଶଳରେ କାମ ହାସଲ କଲେ ମଧ୍ୟ ଦିନଟିରେ ବିଶେଷ ପରିଶ୍ରମ କରିବାକୁ ପଡିବ। ଆୟକର ବିଭାଗ ଦ୍ୱାରା ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଦୀର୍ଘ ଦିନ ହେଲା ଶତ୍ରୁତା କରୁଥିବା ବ୍ୟକ୍ତିମାନେ ପଛରେ ବହୁତ ସମାଲୋଚନା କରିପାରନ୍ତି। ଆବଶ୍ୟକତା ପୂରଣ କ୍ଷେତ୍ରରେ ଆପଣଙ୍କର ଚେଷ୍ଟା କଦାପି ବ୍ୟର୍ଥ ହେବ ନାହିଁ।
କର୍କଟ
କର୍କଟ
ସମୟର ପ୍ରତିକୂଳତା ସାଙ୍ଗକୁ ବାରମ୍ବାର ସ୍ବାସ୍ଥ୍ୟହାନି ମନୋବଳକୁ କ୍ଷୁଣ୍ଣ କରିପାରେ। ଯାହା ଖୋଜୁଥିଲେ ତାହା ନିର୍ଦ୍ଦିଷ୍ଟ ସମୟରେ ନ ପାଇଲେ ମଧ୍ୟ ବିଳମ୍ବରେ ପାଇବେ। ବନ୍ଧୁଙ୍କୁ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଆର୍ଥିକ ଉନ୍ନତି, ପରିବହନରେ ଲାଭ, ଯାତ୍ରାରେ ସଫଳତା ମିଳିବା ଯୋଗୁ ଖୁସି ରହିପାରନ୍ତି।
ସି˚ହ
ସି˚ହ
ପରିବାରର ଖର୍ଚ୍ଚ ସୀମା ଲଙ୍ଘନ ହେଲେ ମଧ୍ୟ ପୂର୍ବାପେକ୍ଷା ଅସୁବିଧା ବହୁପରିମାଣରେ ଦୂରେଇଯିବ। କର୍ମକ୍ଷେତ୍ରରେ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ବ୍ୟବସାୟିକ ଦିଗଟ ମନ୍ଦ ହେବନାହିଁ ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ଜୋରରେ ଆଗକୁ ବଢିଚାଲିବ।
କନ୍ୟା
ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପାରିବାରିକ ବ୍ୟତିକ୍ରମ ହାଲୁକା ମନେହେବ। ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଯେତେ ସତର୍କରେ ଚଳିଲେ ମଧ୍ୟ ପ୍ରତି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବା ଅନୁଭବ କରିବେ। ବନ୍ଧୁଙ୍କ ନିକଟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହୋଇପାରନ୍ତି।
ତୁଳା
ତୁଳା
ପରିବାର ଓ କର୍ମକ୍ଷେତ୍ରରେ ଦୁଶ୍ଚିନ୍ତାଜନିତ ସମୟ କାଟିବାକୁ ପଡ଼ିପାରେ। ଅପରିଣାମଦର୍ଶିତା କାର୍ଯ୍ୟ ଦ୍ୱାରା ଅନ୍ୟର ରୋଷର କାରଣ ହୋଇପାରନ୍ତି। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିଲେ ମଧ୍ୟ ରାୟ ସପକ୍ଷରେ ଯାଇପାରେ। ଶିକ୍ଷା, ଆଲୋଚନା, ଗଠନମୂଳକ କାମ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରୁ ଶୁଭଫଳ ପାଇବେ।
ବିଛା
ବିଛା
ଆର୍ଥିକ ସାହାଯ୍ୟ ଲାଭକରି ଅଟକିଥିବା କାମକୁ ଦ୍ରୁତତର କରିପାରନ୍ତି। ଯାତ୍ରା ସମୟରେ ଜଣେ ଅପରିଚିତ ବ୍ୟକ୍ତି ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ ଓ ରାଜନୀତି କ୍ଷେତ୍ରରୁ ସମସ୍ୟା ଦୂରେଇବା ସକାଶେ ପ୍ରଯନତ୍ କରିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ ସଂକଟ ଦୂରେଇଯିବାର ସୂଚନା ରହିଛି।
ଧନୁ
ଧନୁ
ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଆଶ୍ୱସ୍ତି ଅନୁଭବ କରିବେ। ସାମାଜିକ ସ୍ତରରେ ବିବାଦୀୟ ପରିସ୍ଥିତିରେ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ ମାତ୍ର ନିଜ ଲୋକମାନେ ଭିନ୍ନ ଦୃଷ୍ଟିରୁ ଅପପ୍ରଚାର କରିପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ପାରିବାରିକ କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇପାରନ୍ତି।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା କାରଣରୁ ଖୁସି ରହିବେ। ଭୁଲ୍‌ ବୁଝାମଣା କାରଣରୁ ଭଲ ସମ୍ପର୍କ ଥିବା ସ୍ଥାନରେ ମନାନ୍ତର ସୃଷ୍ଟି ହେବାର ଆଶଙ୍କାକୁ ଏଡି ହେବନାହିଁ। ପୂର୍ବନିର୍ଦ୍ଧାରିତ ଯୋଜନାନୁଯାୟୀ ପରିବାରରେ ବନ୍ଧୁମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ। ଆଲୋଚନାକାଳରେ ବନ୍ଧୁମାନଙ୍କ ପରାମର୍ଶକୁ ବାଧ୍ୟହୋଇ ଗ୍ରହଣ କରିବାକୁ ପଡିପାରେ।
କୁମ୍ଭ
କୁମ୍ଭ
ଧୈର୍ଯ୍ୟର ସହ କାମକୁ ଚାଲୁ ରଖିପାରିଲେ ସବୁକିଛି ଠିକ୍‌ ହୋଇଯିବ। ପାରିବାରିକ କ୍ଷେତ୍ରରେ ସ୍ତ୍ରୀଙ୍କ ଅଭିଯୋଗ ଅମୂଳକ ନୁହେଁ, ଏଣୁ ସେହି ଦିଗରେ ବିଚାରକରି କାମ କରିବା ଭଲ। ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଆତ୍ମୀୟମାନଙ୍କ ଉପରେ ଭରସା କରିବାକୁ ପଛେଇ ଯାଇପାରନ୍ତି।
ମୀନମୀନ

ପାରିବାରିକ ସମସ୍ୟାଗୁଡ଼ିକ ଆତ୍ମୀୟଙ୍କ ସହାୟତାରୁ ସମାଧାନ ହେବାର ଆଶା ରହିଛି। ପରିସ୍ଥିତିବଶତଃ କର୍ମକ୍ଷେତ୍ରରେ କିଛି ବ୍ୟତିକ୍ରମ ମଧ୍ୟ ଦେଇ ଚଳିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଏଜେନ୍ସି, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। ପ୍ରକଳ୍ପ, ଉଦ୍ୟୋଗ ତଥା ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri