Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ସହ ବୃହସ୍ପତିଙ୍କ ଷଡ଼ାଷ୍ଟକ ସ୍ଥିତି କାରଣରୁ କୌଣସି କାମ ସୁବିଧାରେ ସମ୍ପନ୍ନ ହେବ ନାହିଁ। ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହେବ। ସୁବୁଝାମଣା ମାଧ୍ୟମରେ ପ୍ରତ୍ୟେକ କାମ ସମ୍ଭାଳି ନେବେ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ଉଚ୍ଚସ୍ଥ ଶୁକ୍ର ଯୋଗୁ ପ୍ରତ୍ୟେକ କାର୍ଯ୍ୟ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବନାହିଁ। କିନ୍ତୁ ସାମୂହିକ ଭାବରେ ପାରିବାରିକ ଅସ୍ଥିରତା ମାନସିକ ସ୍ଥିତିକୁ ବିଗାଡ଼ି ଦେଇପାରେ। ବନ୍ଧୁଙ୍କଠାରୁ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଶୁଭଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲରେ ଅସୁବିଧା ହେବ ନାହିଁ। ପରିବାର ଭିତରୁ ସମାଲୋଚିତ ହେବାକୁ ପଡ଼ିବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ପୂର୍ବରାଗ ଶୁଝାଇବା ମାନସରେ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି।
କର୍କଟ
କର୍କଟ
ଆଜି ରବିଙ୍କ ଦୃଷ୍ଟି ଯୋଗୁ କାର୍ଯ୍ୟହାସଲ ସହ ଅର୍ଥ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ସଙ୍କଟଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିିପାରେ। ବନ୍ଧୁ ଜରିଆରେ ଆକସ୍ମିକ ଭାବରେ ଆଶା କରୁଥିବା ଶୁଭଖବର ଶୁଣି ଖୁସି ହେବେ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।
ସି˚ହ
ସି˚ହ
କର୍ମାଧିପ ଉଚ୍ଚସ୍ଥ ଯୋଗୁ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ। ବହୁତ ଅନୁସନ୍ଧାନ ପରେ ଅପରାହ୍ନରେ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନ ଭଲ ରହି ନ ପାରେ। ଅବଶ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ।
କନ୍ୟା
ମଙ୍ଗଳଙ୍କ ଶୁଭ ସମ୍ପର୍କରୁ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ଉସତ୍ାହିତ ହେବେ। କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି। ଘର ଲୋକମାନଙ୍କୁ ଉପେକ୍ଷା କରି ପରକଥାରେ ପଡି ଭୁଲ ମାର୍ଗର ଅନୁସରଣ କରି ପଶ୍ଚାତ୍ତାପ କରିବାକୁ ପଡ଼ିପାରେ। ଅର୍ଥାଭାବରୁ କୌଣସି କାମ କରିବାରେ ପଛେଇ ଯାଇ ପାରନ୍ତି।
ତୁଳା
ତୁଳା
ଏକାଦଶ ଚନ୍ଦ୍ର ଯୋଗୁ ପ୍ରତ୍ୟେକ କାମରେ ସଫଳତା ମାନସିକ ସ୍ଥିତିକୁ ଭଲ ରଖିବ। ବନ୍ଧୁଙ୍କୁ ମନକଥା କହିବାକୁ ପଛେଇଯିବେ। ଚିତ୍ରାର ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଯୋଗୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ପରିବାରର ବିଭିନ୍ନ ପ୍ରକାର ସମସ୍ୟା ଚିନ୍ତାକରି ମନ ଭାରାକାନ୍ତ ରହିବ। ରବି ଓ ଶନିଙ୍କ ସଂଯୋଗରୁ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ହେବ। କଳା, ସଙ୍ଗୀତ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ ଓ ସାମ୍ବାଦିକତା, ରାଜନୀତି, ସଂଗଠନ କ୍ଷେତ୍ରରେ ପ୍ରତିଷ୍ଠାବନ୍ତ ହେବେ।
ଧନୁ
ଧନୁ
ଆଜି କର୍ମସ୍ଥାନକୁ ଶୁଭଗ୍ରହର ଦୃଷ୍ଟି ଯୋଗୁ ଫଳପ୍ରଦ ଆଲୋଚନା କରି ଖୁସି ହେବେ। ପାରିବାରିକ, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବା କାରଣରୁ ପରିବାରରେ ନିଜ ନିଜ ମଧ୍ୟରେ ସାମୟିକ କଳହ ଦେଖାଦେଇପାରେ। ସମ୍ପର୍କୀୟଙ୍କ ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
ମକର
ମକର
ରାହୁ ପରିବାର ସ୍ଥାନରେ ରହିଥିବାରୁ ସାଧାରଣ କଥାକୁ କେନ୍ଦ୍ର କରି କଳହ ହୋଇପାରେ। ଇଚ୍ଛା ନ ଥିଲେ ମଧ୍ୟ ଘରର କେତେକ ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖା ଦେଇଥିବା କାରଣରୁ ମନ ବିଚଳିତ ଅବଶ୍ୟ ରହିବ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଶନି ଓ ବୁଧଙ୍କ ସଂଯୋଗରୁ ଆଜିର କାମ ଝୁଲା ଅବସ୍ଥାରେ ରହିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କିନ୍ତୁ ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି।
ମୀନମୀନ
ଦ୍ୱାଦଶ ରବିଙ୍କ ଯୋଗୁ ଈର୍ଷାପର ବନ୍ଧୁମାନେ ସମ୍ମୁଖରେ ନୀରବ ରହି ପଛରେ ବହୁତ କଥା କହିବେ। ବନ୍ଧୁଙ୍କ ସହାୟତାରେ ଅର୍ଥାଭାବ କେତେକାଂଶରେ ଦୂରୀଭୂତ ହୋଇଯିବ। ଆତ୍ମୀୟ ସ୍ବଜନ କିମ୍ବା ଗୁରୁଜନଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି। ଆନୁଷ୍ଠାନିକ କାମ ସକାଶେ ବନ୍ଧୁମାନଙ୍କ ଦ୍ୱାରା ଆମନ୍ତ୍ରିତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri