Posted inRasifala

ରାଶିଫଳ: ରବିବାର, ଜୁଲାଇ ୬ ତାରିଖ – Daily Horoscope

ମେଷ
ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ପ୍ରତି ଗୁରୁଦୃଷ୍ଟି ପ୍ରଭାବରୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନ ଘଟିବ। ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ। ଗୃହ ମରାମତି, ଭୂମିକ୍ରୟ, ଯାନ୍ତ୍ରିକ ଜିନିଷ କ୍ରୟ ବିକ୍ରୟରେ କଳହ ଦେଖାଦେବ। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ।
ବୃଷ
ବୃଷ
ସମ୍ପର୍କୀୟଙ୍କ ସହଯୋଗ ପାଇ କାମ ସହଜରେ ସମ୍ପନ୍ନ କରିପାରିବେ। ଘରେ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବା କାରଣରୁ କ୍ରୋଧାନ୍ବିତ ହେବେ। ବାହାରକୁ ଯିବା ସମୟରେ ଦୂରାଗତ ବନ୍ଧୁଙ୍କ ସହ ଦେଖାହୋଇଯିବ। ଶାସ୍ତ୍ରାନୁଶୀଳନ, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ସଭାସମିତି ଓ ଆନୁଷ୍ଠାନିକ କାମରୁ ସଫଳତା ମିଳିବ।
ମିଥୁନ
ମିଥୁନ
ଗତକାଲିର କାମକୁ ଆଜି ପୂର୍ଣ୍ଣାଙ୍ଗ କରିବାରେ ସଫଳ ହେବେ। ପରିବାରରେ ଛୋଟ କଥାକୁ କେନ୍ଦ୍ରକରି ବିତର୍କର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଅଯଥା ଆଶଙ୍କା କରି ମନ ଅସ୍ଥିର ରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମୟାନୁବର୍ତ୍ତିତା ଏବଂ କାର୍ଯ୍ୟଦକ୍ଷତା ହେତୁ ପ୍ରଶଂସିତ ହେବେ। ଜମିଜମା କିମ୍ବା ଯାନ୍ତ୍ରିକ ଉପକରଣ, ମୂଲ୍ୟବାନ ଦ୍ରବ୍ୟ କ୍ରୟ ସକାଶେ ମନ ବଳାଇବେ। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବ୍ୟକ୍ତି ସାହାଯ୍ୟ କରିବେ। ଶିଳ୍ପ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ
ସି˚ହ
ଆଜିର ତୃତୀୟଚନ୍ଦ୍ର ପ୍ରଭାବରେ ଦ୍ୱନ୍ଦ୍ୱାମତ୍କ ଖବର ମନକୁ ଅସ୍ଥିର କରିଦେବ। ଆମତ୍ୀୟ ସ୍ବଜନ ପରୋକ୍ଷରେ ସମାଲୋଚନା କରିପାରନ୍ତି। ଅଭାବଜନିତ କୌଣସି କାମ ସ୍ଥିରୀକୃତ ନ ହେବା କାରଣରୁ ମନରେ ଉଦ୍‌ବେଗ ଭରି ରହିବ। ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ସତର୍କ ନ ରହିଲେ ଜିନିଷ ହଜିଯିବା ସଙ୍ଗକୁ ସାଧାରଣ ଆଘାତ ଲାଗିପାରେ।
କନ୍ୟା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ପରିବାର ସଦସ୍ୟଙ୍କର ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ମଧ୍ୟରେ ସ୍ବଚ୍ଛତାର ଅଭାବ ପରିଲକ୍ଷିତ ହେବ। ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କାମରେ ଅସନ୍ତୁଷ୍ଟ ହେତୁ ମାନସିକ ଅସ୍ଥିରତା ବୃଦ୍ଧି ପାଇବ। ପିଲାଙ୍କ କାର୍ଯ୍ୟକଳାପ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ।
ତୁଳା
ତୁଳା
ଆଜି ଯାହା ପାଇବାକୁ ଇଚ୍ଛା କରୁଛନ୍ତି, ସାମାନ୍ୟ ଚେଷ୍ଟାରେ ତାହା ପାଇପାରିବେ। ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବାକୁ ପଛେଇ ଯାଇ ପାରନ୍ତି। ଅଫିସ୍‌ କାମରେ ଯୁକ୍ତିତର୍କର ସମ୍ଭାବନା ରହିଛି। କଚେରି ମାମଲା, ଅସମ୍ପୂଣ୍ଣ କାମ, ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣାଜନିତ ଅଶାନ୍ତ ପରିବେଶ ସକାଶେ ଚିନ୍ତା ବଢ଼ିପାରେ।
ବିଛା
ବିଛା
ଆଜି ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବିତ ସମୟ ମଧ୍ୟରେ ସଫଳତା ପାଇବେ। ପରିବହନ, ବାଣିଜ୍ୟ ଓ ନିର୍ମାଣ କ୍ଷେତ୍ରରେ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହେବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ ନାହିଁ ବରଂ ଓଲଟା ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
ଧନୁ
ଧନୁ
ଆଜି ଦିନଟି ଆନୁଷ୍ଠାନିକ କାମ ପାଇଁ ଭଲ। ସାଧାରଣ ଭୁଲ୍‌ରୁ ପରିବାରରେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିବା ସାଙ୍ଗକୁ ମନକୁ ସାମୟିକ ହାଲୁକା କରିବାରେ ସହାୟକ ହେବ। ଆଜିର ଯାତ୍ରା, ବାଣିଜ୍ୟ, କଚେରି ମାମଲା ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ଅସୁବିଧା ସୃଷ୍ଟି ନ ହେଲେ ମଧ୍ୟ ଆର୍ଥିକ ଅନଟନ କାମକୁ ସଂକୁଚିତ କରିଦେଇପାରେ। ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଆଶ୍ୱସ୍ତି ଲାଭ କରିବେ। ନିର୍ମାଣାଧୀନ କାମ, ବନ୍ଧୁଙ୍କ ନିମନ୍ତ୍ରଣ, ଦୂରଯାତ୍ରା, ଜମିଜମା ସମ୍ପର୍କୀୟ ଆଲୋଚନା ଅମୀଂମାସିତ ରହିଯିବ। ଏକାଦଶସ୍ଥ ଚନ୍ଦ୍ରଙ୍କ ପ୍ରଭାବରୁ ବନ୍ଧୁ ସମ୍ପର୍କରୁ ଖୁସି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଆକସ୍ମିକ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟହାନି ମାନସିକ ଅସ୍ଥିରତାର କାରଣ ହେବ। ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣରେ ରଖିଲେ ଉପକାର ମିଳିବ। ପ୍ରତ୍ୟୁଷ ଯାତ୍ରା ସାଙ୍ଗକୁ ବ୍ୟବସାୟ, ପରିବହନ ସକାଶେ ଦିନଟି ଅନୁକୂଳ। ଆନୁଷ୍ଠାନିକ କାମ, ସାମ୍ବାଦିକତା, ଚୁକ୍ତିପତ୍ର, ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଅଶାନୁରୂପ ଫଳ ପାଇବେ।
ମୀନମୀନ

ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ନ ରହିଲେ ଅନୁତାପ କରିବାକୁ ପଡ଼ିପାରେ। ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି, ସାହିତ୍ୟ, ବନ୍ଧୁ ସମ୍ପର୍କରେ ସମସ୍ୟା ସୃଷ୍ଟି ହେବ। ପୂର୍ବ ବିବାଦକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ଦ୍ୱାରା ଉପେକ୍ଷିତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି।…

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?