Posted inRasifala

ରାଶିଫଳ: ଗୁରୁବାର, ଫେବୃଆରୀ ୬ ତାରିଖ – Daily Horoscope

ମେଷ
ଆଜି ବନ୍ଧୁ ସମ୍ପର୍କ ମଧ୍ୟରେ ବୈବାହିକ ସମ୍ବନ୍ଧ କିମ୍ବା ବ୍ୟବସାୟିକ ଅଂଶୀଦାର ସମ୍ପର୍କିତ ଆଲୋଚନା କରିପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ଅସୁସ୍ଥତାବଶତଃ କେତେକ ଅତ୍ୟାବଶ୍ୟକ କାମ ଅଟକିଯାଇପାରେ। ସାହିତ୍ୟ, ସଂସ୍କୃତି, କଳା, କ୍ରୀଡ଼ା ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଚେଷ୍ଟା କରୁଥିବା କାମରେ ସାହାଯ୍ୟ, ସହଯୋଗ ଲାଭକରିବା ସହ ସଫଳତା ମଧ୍ୟ ପାଇ ପାରିବେ। ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତାକରି ଅନୁତାପ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କୃତ୍ତିକା ନକ୍ଷତ୍ର ପାଇଁ କେତେକ ବ୍ୟତିକ୍ରମ ସୃଷ୍ଟିର ସମ୍ଭାବନା ଅଛି।
ମିଥୁନ
ମିଥୁନ
କୌଣସି ବନ୍ଧୁଙ୍କ ସାହାଯ୍ୟ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଆନୁଷ୍ଠାନିକ କାର୍ଯ୍ୟ, ମାଙ୍ଗଳିକ କାମ ସକାଶେ ପୂର୍ବ ପ୍ରସ୍ତୁତି, ସମ୍ପର୍କୀୟଙ୍କ ମୈତ୍ରୀଭାବ କାମ ହାସଲ ପାଇଁ ପୃଷ୍ଠଭୂମି ସାଜିପାରେ। ଅର୍ଥନୈତିକ ପ୍ରଗତି , ଶିଳ୍ପ, ବାଣିଜ୍ୟ ଓ ନିର୍ମାଣ ସକାଶେ ଖୋରାକ ଯୋଗାଇବ। ପୁନର୍ବସୁ ନକ୍ଷତ୍ର ପାଇଁ ଦୈହିକ ଦୁର୍ବଳତା ପ୍ରତିବନ୍ଧକର କାରଣ ହୋଇପାରେ।
କର୍କଟ
କର୍କଟ
ଆଜି ଅର୍ଥଲାଭ ସାଙ୍ଗକୁ ସ୍ବାସ୍ଥ୍ୟରେ ଉନ୍ନତି, ବିବାଦର ଅବସାନ, ଋଣ ପରିଶୋଧ ପ୍ରଭୃତିରୁ ଖୁସି ମିଳିବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ। ସାଧାରଣ କଥାରେ ପରିବାର କିମ୍ବା ସମ୍ପର୍କୀୟଙ୍କ ସହ ଅଶ୍ଳେଷା ନକ୍ଷତ୍ରର ସମସ୍ୟା ସୃଷ୍ଟିହୋଇପାରେ। କର୍ମଜଞ୍ଜାଳ ବୃଦ୍ଧିଜନିତ ପୁଷ୍ୟାର ଅଧିକାଂଶ ସମୟ ଟେନ୍‌ସନ ଲାଗିରହିବ।
ସି˚ହ
ସି˚ହ
ଦୂରଯାତ୍ରା, ବ୍ୟୟ ବରାଦ, ସନ୍ତାନଙ୍କ ସମସ୍ୟା, ସମ୍ପର୍କହାନି ଚିନ୍ତିତ କରାଇପାରେ। ମାନସିକ ସ୍ଥିତି ଅସ୍ଥିର ଥିବାରୁ କୌଣସି କାମ ଶୁଭପ୍ରଦ ନ ହୋଇପାରେ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ସକାଶେ ପାରିବାରିକ ଜୀବନରେ ମଧ୍ୟ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ।
କନ୍ୟା
ଆଜି ଚିତ୍ରା ନକ୍ଷତ୍ର ଭଲ କଥା କହିଲେ ମଧ୍ୟ ସମାଲୋଚିତ ହେବାକୁ ପଡ଼ିବ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି। ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ତ ହେବାର ସୂଚନା ପୂର୍ଣ୍ଣମାତ୍ରାରେ ରହିଛି। ସ୍ବାର୍ଥସାଧନ ସକାଶେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।
ତୁଳା
ତୁଳା
ଅର୍ଥ ଏବଂ କର୍ମକ୍ଷେତ୍ର ସମ୍ପର୍କିତ ସମସ୍ୟା ଅସ୍ଥିରତାର କାରଣ ହେବ। ଏଣେ ପାରିବାରିକ ସ୍ତରରେ ଯୁକ୍ତିତର୍କ ଜନିତ ମତପାର୍ଥକ୍ୟ ପାରିବାରିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିପାରେ। ଆଜିର ସକାଳ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ ହେବ। ସ୍ବାତୀ ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟିର ସୂଚନା ରହିଛି।
ବିଛା
ବିଛା
ଆଜି ଅର୍ଥଲାଭ ସହ କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ। ଆବଶ୍ୟକତାକୁ ନେଇ ଆଜିର ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ସାଧାରଣ ଘଟଣାକୁ କେନ୍ଦ୍ରକରି ଘରୋଇ କଳହଜନିତ ଅନୁରାଧାର ଅଶାନ୍ତି ଲାଗିରହିବ। ଲେଖାପଢ଼ା, ସଭାସମିତି, ବନ୍ଧୁଙ୍କ ସହ ଆଲୋଚନାଦି ଫଳପ୍ରଦ ହୋଇପାରେ।
ଧନୁ
ଧନୁ
ପ୍ରତିଟି କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତି ସହ ପ୍ରତିଯୋଗିତା ମନୋଭାବ ସୃଷ୍ଟିହେବ। ପାରିବାରିକ କ୍ଷେତ୍ରରେ ଅସୁବିଧା ଥିବାର ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ପାଇ ମନୋବଳ ବୃଦ୍ଧି ପାଇବ। ପୂର୍ବାଷାଢ଼ା ନକ୍ଷତ୍ର ସକାଶେ ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି, ପରିବହନରେ ଉନ୍ନତି, ବ୍ୟବସାୟିକ ଉତ୍କର୍ଷ ହେତୁ ଖୁସି ରହିବେ।
ମକର
ମକର
ପରିସ୍ଥିତି ଯାହା ହେଉନା କାହିଁକି ଆଶା ପୂରଣ ଦିଗରେ ବାଧକ ହୋଇପାରିବ ନାହିଁ। ବିବାଦୀୟ ଘଟଣା ମନରେ ସ୍ଥାନ ପାଇବା ହେତୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିବ। ଶ୍ରବଣା ନକ୍ଷତ୍ରର ବନ୍ଧୁଙ୍କ ସକାଶେ ଦୀର୍ଘସମୟର ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
କୁମ୍ଭ
କୁମ୍ଭ
ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ପ୍ରତ୍ୟେକ କାମକୁ ଆତ୍ମୀୟତାର ସହ ଶେଷକରି ପ୍ରଶଂସିତ ହେବେ। ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ଲାଭବାନ୍‌ ହେବେ। ପ୍ରତ୍ୟୁଷ ଯାତ୍ରା,ପ୍ରତିଦ୍ୱନ୍ଦ୍ୱତା କ୍ଷେତ୍ରରେ ଲକ୍ଷ୍ୟପୂରଣ କରିବାରେ କୌଣସି ଅସୁବିଧା ରହିବ ନାହିଁ। କଳା ସାହିତ୍ୟରେ, ଆନୁଷ୍ଠାନିକ କ୍ଷେତ୍ରରେ ଧନିଷ୍ଠା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ମୀନମୀନ

ଆଜି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି କଥାବାର୍ତ୍ତା ନ କଲେ ସମ୍ମାନହାନି ଘଟିପାରେ। ଏଣେ ପାରିବାରିକ ସମସ୍ୟା ସାଙ୍ଗକୁ ପ୍ରତ୍ୟେକ କ୍ଷେତ୍ରରେ ଦ୍ୱନ୍ଦ୍ୱଯୁକ୍ତ ହୋଇ ବ୍ୟସ୍ତତା ଅନୁଭବ କରିପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ। ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ସକାଶେ ସାମାଜିକ ସ୍ତରରେ ବନ୍ଧୁଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri