ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ ମଧ୍ୟରେ ଖର୍ଚ୍ଚ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତର ଜନିତ ଚିନ୍ତିତ ରହିପାରନ୍ତି। ଭୁଲ୍ ବୁଝାମଣା କାରଣରୁ ବନ୍ଧୁଙ୍କ ଉପରୁ ଭରସା ତୁଟିଯାଇପାରେ। ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ।
ରାଶିରେ ରବିଙ୍କ ସ୍ଥିତି ପ୍ରଭାବରେ ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ। ଆକସ୍ମିକ ଆବଶ୍ୟକତା କାରଣରୁ ପରିବାରର ଖର୍ଚ୍ଚ ବୃଦ୍ଧି ଚିନ୍ତାକୁ ବଢ଼ାଇଦେବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ପ୍ରଶାସନିକ ସଫଳତା, ଯାନବାହନରେ ତ୍ରୁଟି ସୁଧୁରିବ ଏବଂ ଆଜିର ଯାତ୍ରାରୁ ସୁଫଳ ପାଇବେ।
ବୁଧ ଷଷ୍ଠାଧିପ ସଂଯୋଗରୁ ଦୈହିକ ସ୍ବାସ୍ଥ୍ୟ ଓ ମାନସିକ ସ୍ଥିତି ଭଲ ରହିବ ନାହିଁ। ଋଣ ପରିଶୋଧ କରିବା ସକାଶେ ବିଭିନ୍ନ ପ୍ରକାରର ଧନ୍ଦା କରିବା ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜି ପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଭାଗ୍ୟାଧିପ ବୃହସ୍ପତିଙ୍କ ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ପରିବାରର କେତେକ ବ୍ୟତିକ୍ରମ କଥା ଓ ଆର୍ଥିକ ସମସ୍ୟାକୁ ବୁଝାମଣା ଭିତିରେ ସୁଧାରିନେବେ। କଳା, ସାହିତ୍ୟ, ସଙ୍ଗୀତ ତଥା ଚଳଚ୍ଚିତ୍ର, ସାମ୍ବାଦିକତା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ ା
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ। ସ୍ବଗୃହକୁ ମଙ୍ଗଳଙ୍କ ଦୃଷ୍ଟି ପିଲାଙ୍କ ଇଚ୍ଛା ଓ ଅଭିଳାଷକୁ ପୂରଣ କରିବାରେ ସହାୟକ ହେବ। ଆତ୍ମୀୟଙ୍କ ସକାଶେ ଯେତେ କଲେ ମଧ୍ୟ ସେମାନେ ଅସନ୍ତୁଷ୍ଟ ରହିବେ। ଆନୁଷଙ୍ଗିକ ସାହାଯ୍ୟପ୍ରାପ୍ତି ହେତୁ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ।
କର୍ମସ୍ଥାନରେ ରାଶ୍ୟାଧିପତି ଧନାଧିପତି ଯୁକ୍ତ ଆଶା ପୂରଣରେ ସାହାଯ୍ୟ କରିବ। ପରିବାରର ପରାମର୍ଶରେ ଗୃହସଜ୍ଜା, ଗାଡି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅପ୍ରିୟଭାଜନ ହେବେ। ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ଷଷ୍ଠାଧିପ ବୃହସ୍ପତିଙ୍କ ଦୃଷ୍ଟିଜନିତ ସ୍ବାସ୍ଥ୍ୟସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସାଧାରଣ କଥାରୁ ପରିବାରରେ ଝଡ଼ ଉଠିପାରେ। ଆଜିର ଯାତ୍ରା ସମୟରେ ଅଜଣାବ୍ୟକ୍ତିଙ୍କ ପ୍ରତି ସତର୍କ ନ ରହିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କର୍ମକ୍ଷେତ୍ରରୁ ଫେରିବା ସମୟରେ ଘରର ବରାଦୀ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
ଆଜି ଚନ୍ଦ୍ରଙ୍କ ସହ ବୃହସ୍ପତି ସମସପ୍ତକ ସ୍ଥିତିରେ ରହି ଆଶା ଓ ଅଭିଳାଷକୁ ପୂରଣ କରିବେ। କର୍ମପରିସରର ବ୍ୟାପକତା ଶାନ୍ତିରେ ବସାଇଦେଇ ନ ପାରେ। ଅନ୍ୟମାନଙ୍କ କଥାରେ ଭାସି ନଯାଇ ଲୋକକୁ ପରଖି କାମ କରିବା ଭଲ ହେବ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବାର ସମ୍ଭାବନା ରହିଛି।
ଷଷ୍ଠାଧିପ ଯୁକ୍ତ ସପ୍ତମାଧିପ ଯୋଗୁ ଯାତ୍ରା, ବାଣିଜ୍ୟ ଏବଂ ପ୍ରତିଯୋଗିତା ଅନୁକୂଳ ରହି ନ ପାରେ। ମନ ଭଲ ନ ଥିଲେ ମଧ୍ୟ ମୁହଁରେ ହସ ଫୁଟାଇ ଓ ଶ୍ରୁତିମଧୁର କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବେ। ଗଣଯୋଗାଯୋଗ, ସାମ୍ବାଦିକତା, ପ୍ରକାଶନ କ୍ଷେତ୍ରରୁ ପ୍ରତିବନ୍ଧକ ଦୂର ହେବ। ସାଂଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ।
ଚନ୍ଦ୍ରଙ୍କ ଶୁଭଦୃଷ୍ଟି ଦୈହିକ, ମାନସିକ ଏବଂ ପାରିବାରିକ ଦିଗ ପ୍ରତି ଅନୁକୂଳ ରହିବ। ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ଆତ୍ମୀୟଙ୍କଠାରୁ କୌଣସି ଶୁଭଖବର ପାଇ ଉଲ୍ଲସିତ ହୋଇପାରନ୍ତି। ଗଠନମୂଳକ ଆଲୋଚନା, ଆନୁଷ୍ଠାନିକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ରହିଥିଲେ ମଧ୍ୟ ଆପଣଙ୍କ କାମ ପାଇଁ ତାହାର କୌଣସି କୁପ୍ରଭାବ ରହିବନାହିଁ। ସହଜରେ କାମ ହାସଲ ଦୁରୂହ ହେବ। ପରିବାରରେ କାହାର ସ୍ବାସ୍ଥ୍ୟହାନି କାରଣରୁ ମନ ସ୍ଥିର ରହିପାରିବ ନାହିଁ। ବନ୍ଧୁମାନଙ୍କ ସହାୟତା ନେଇ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ଚତୁର୍ଥକେନ୍ଦ୍ରସ୍ଥ ଶୁଭଗ୍ରହ ଘରର ଅସଜଡା ସ୍ଥିତିକୁ ସଜାଡି ନେବାରେ ସାହାଯ୍ୟ କରିବ। ଅଧ୍ୟୟନ, ଅଧ୍ୟାପନା, ଆଲୋଚନା ପାଇଁ ପ୍ରକୃଷ୍ଟ ଦିନଟିଏ। ଯାତ୍ରା, ବାଣିଜ୍ୟ, ମାଲି ମକଦ୍ଦମା, ସଂଗଠନ କ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବ। ସ୍ବାସ୍ଥ୍ୟ ଭଲ ରହିବା ସାଙ୍ଗକୁ କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates