Posted inRasifala

ରାଶିଫଳ: ରବିବାର, ମେ ୪ ତାରିଖ – Daily Horoscope

ମେଷ
ଆଜି କାମ ହାସଲ ସକାଶେ ବିଜାତୀୟ ବ୍ୟକ୍ତିଙ୍କ ସହ ଯୋଗସୂତ୍ର ସ୍ଥାପନ କରିପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ଯୋଗଦେବେ। ସହକର୍ମୀଙ୍କ ବିବାଦୀୟ ଆଲୋଚନାରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରିନେବେ। ବ୍ୟବସାୟ ଓ ପରିବହନ ତଥା ପାରିବାରିିକ କ୍ଷେତ୍ର ବୁଝାମଣା ଶୃଙ୍ଖଳିତ ରହିବ।
ବୃଷ
ବୃଷ
ମାନସିକ ଅସ୍ଥିରତାଜନିତ ସବୁ ସୁବିଧା ଥାଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନରେ ଅସମର୍ଥ ହେବେ। ନିଜ ଲୋକଙ୍କ ଉପରେ ଭରସା କରି ସୁଫଳ ପାଇବେ ନାହିଁ। କଳା, କ୍ରୀଡ଼ା ଓ ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ନିର୍ମାଣ, ବ୍ୟବସାୟ, ସାମ୍ବାଦିକତା, ମାଲିମକଦ୍ଦମା ପ୍ରଭୃତିରେ ସଫଳତା ପାଇବେ।
ମିଥୁନ
ମିଥୁନ
ଦୈହିକ ଅସୁସ୍ଥତାକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ସହ ପାରିବାରିକ ସମ୍ପର୍କର ପୂର୍ବାବସ୍ଥାକୁ ବଜାୟ ରଖିପାରିବେ। କର୍ମକ୍ଷେତ୍ର ପ୍ରତି ଉଦାସୀନତା ସମସ୍ୟା ସୃଷ୍ଟି କରିପାରେ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ପାରିବାରିକ ସ୍ଥିତି, ବ୍ୟବସାୟିକ ଉତ୍କର୍ଷ, ନୂତନ ବନ୍ଧୁସମ୍ପର୍କ ଯୋଗୁ ଦିନଟି ପୁନର୍ବସୁ ପାଇଁ ଭଲ ରହିବ।
କର୍କଟ
କର୍କଟ
ଅର୍ଥନୈତିକ ଅବରୋଧ ଦୂର ହେବା ସହିତ କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ଓ ବନ୍ଧୁବର୍ଗଙ୍କ ସହଯୋଗ ପାଇବେ। କିନ୍ତୁ କର୍ମକ୍ଷେତ୍ର ଜଞ୍ଜାଳର ବହୁଳତାଜନିତ ସ୍ବାସ୍ଥ୍ୟହାନି ଘଟିପାରେ। ବନ୍ଧୁଙ୍କ ସହ କଥାବାର୍ତ୍ତାରେ ସଂଯମତା ଅବଲମ୍ବନ ନ କଲେ କଳହର ଆଶଙ୍କା ରହିଛି। ପାରିବାରିକ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଫେରିଆସିପାରେ।
ସି˚ହ
ସି˚ହ
ବନ୍ଧୁଙ୍କ ସହ ଗତକାଲିର ଅସମାପ୍ତ ଆଲୋଚନା ଆଜି ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚତ୍ପାରିବ। ଶିକ୍ଷା, ପରୀକ୍ଷା, ସନ୍ତାନ ହେତୁକ ସମସ୍ୟା ସମାଧାନ ହେବାର ଆଶା ରହିଛି। କର୍ମକ୍ଷେତ୍ରରେ ପିଠି ଥାପୁଡ଼େଇ, ମିଠାକଥା କହି କାମ ହାସଲ କରିବାରେ ସମର୍ଥ ହେବେ। ସ୍ବାସ୍ଥ୍ୟ ଭଲ ରହିବା ସହ ପ୍ରିୟଜନଙ୍କ ସାନ୍ନିଧ୍ୟରୁ ସାମୟିକ ଉପକୃତ ହୋଇପାରନ୍ତି।
କନ୍ୟା
ଯେତେ ଚେଷ୍ଟା କଲେ ମଧ୍ୟ କେତେକ କାମ ଅଧୁରା ରହିଯିବାର ସୂଚନା ରହିଛି। ଆପଣଙ୍କ ସଯୌକ୍ତିକ କଥାକୁ ବିରୋଧ କରୁଥିବା ବ୍ୟକ୍ତି ମଧ୍ୟ ସମର୍ଥନ ଜଣାଇବ। ପୂର୍ବର ଋଣ ଏବଂ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ବାଣିଜ୍ୟ, ଆନୁଷ୍ଠାନିକ କାମ, ଅଧ୍ୟୟନ, ଅଧ୍ୟାପନା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ।
ତୁଳା
ତୁଳା
ସ୍ୱାସ୍ଥ୍ୟହାନି, ଶତ୍ରୁତା ଏବଂ ଅର୍ଥର ଅଭାବ ଯୋଗୁ ଚିନ୍ତିତ ରହିପାରନ୍ତି। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇ ନିଜ କାମ ପ୍ରତି ଅନୁରକ୍ତି ପ୍ରକାଶ କରିବା ଭଲ। ଆଜିର ବ୍ୟବସାୟିକ ସ୍ଥିତି ମାନ୍ଦା ହେବ ନାହିଁ ଏବଂ ଦୀର୍ଘଦିନର ବକେୟା ଅର୍ଥ ପାଇ ଖୁସି ହେବେ। ବନ୍ଧୁଙ୍କ ସାମ୍ନାରେ ସମସ୍ୟାଟିକୁ ପ୍ରକାଶ କରିବାରେ ପଛେଇ ଯାଇପାରନ୍ତି।
ବିଛା
ବିଛା
ପ୍ରତ୍ୟେକ କାମ ସକାଶେ ପ୍ରତୀକ୍ଷା ମାନସିକ ଅଶାନ୍ତିର କାରଣ ହେବ। ସମୟ ସ୍ରୋତରେ ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ସହ ବୈରତା ସୃଷ୍ଟିର ଆଶଙ୍କା ରହିଛି। ଆଜି ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଓ ତଦନୁସାରେ କାମରେ ସାହାଯ୍ୟ ମଧ୍ୟ କରିବେ । ପାରିବାରିକ ସ୍ଥିତି, ବ୍ୟବସାୟିକ ପରିସ୍ଥିତି ପ୍ରାୟତଃ ସନ୍ତୋଷଜନକ ରହିବ।
ଧନୁ
ଧନୁ
ବିଭିନ୍ନ କାରଣକୁ ନେଇ ପରିସ୍ଥିତି ଜଟିଳ ରହିଥିଲେ ମଧ୍ୟ କାମ ଅଟକିବ ନାହିଁ। ଆର୍ଥିକ ଅଭିବୃଦ୍ଧି ସହିତ ବନ୍ଧୁ ସମ୍ପର୍କ, ଆରମ୍ଭ କରିଥିବା କାମ, ଦୂରଯାତ୍ର୍ରା ଓ ଆଲୋଚନାରେ ସଫଳତା ମିଳିବ। ସଭାସମିତି, ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଚାପଗ୍ରସ୍ତ କାରଣରୁ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ମକର
ମକର
ଲୋକ ସମ୍ପର୍କ ଓ ବଳିଷ୍ଠ ପାରିବାରିକ ସ୍ଥିତି କାରଣରୁ ସାଧାରଣ ସମସ୍ୟା ଓ ମାନସିକ ଚିନ୍ତାରୁ ମୁକ୍ତ ରହିବେ। ଅଟକି ରହିଥିବା ଯାତ୍ରା, ସ୍ଥଗିତ କାର୍ଯ୍ୟ, ବ୍ୟବସାୟ ଓ ନୂତନ ଯୋଜନା ପାଇଁ ପରିବାରରୁ ସହଯୋଗ ପାଇବେ। ଅର୍ଥ ସଂକଟ, ମାଲିମକଦ୍ଦମା, ପରୋକ୍ଷ ଶତ୍ରୁତା ଦୁଶ୍ଚିନ୍ତାର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ଆଜି ଭଲ ସମ୍ପର୍କ ନ ଥିବା ବ୍ୟକ୍ତି ମଧ୍ୟ ଆପଣଙ୍କ କାମରେ ହସ୍ତକ୍ଷେପ କରିବ ନାହିଁ। ସାଧାରଣ କଥାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବାର ଆଶଙ୍କା ଦେଖାଦେବ।
ମୀନମୀନ

ବିଶିଷ୍ଟ ବ୍ୟକ୍ତିଙ୍କ ସହୃଦୟତା ଆପଣଙ୍କ ପାଇଁ ସହାୟ ହେବ। ପରିସ୍ଥିତି ପ୍ରତି ସଜାଗ ରହି କାମ କରି ଚାଲିଲେ ପ୍ରତିବନ୍ଧକ ବେଶୀ ସମୟ ଅଟକାଇ ପାରିବ ନାହିଁ। ଦୃଢ଼ ଇଚ୍ଛାଶକ୍ତି ବଳରେ ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବେ। ଆର୍ଥିକ ସ୍ଥିତି, ସାମାଜିକ ପ୍ରଗତି, ପୂର୍ବପରି ଅକ୍ଷୁଣ୍ଣ ରହିବା ଯୋଗୁ ଖୁସି ଅନୁଭବ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri