Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ
ଆଜିର ଅନୁକୂଳ ଗ୍ରହସ୍ଥିତି କାରଣରୁ ଦିନଟି ପ୍ରାୟତଃ ଭଲରେ ଯିବ। ଦୂରଯାତ୍ରାରେ କେତୁ ପ୍ରଭାବରୁ ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ଆଜିହିଁ ସମ୍ପନ୍ନ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ବୃଷ
ବୃଷ
ଶୁକ୍ରଙ୍କ ଦୃଷ୍ଟିରୁ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହିବ। ଏହା ସାଙ୍ଗକୁ ଅର୍ଥ ପ୍ରାପ୍ତି ସହ ଭୋଗ ବିଳାସ ମଧ୍ୟରେ ସମୟଟି ଭଲରେ କଟିବ। ପାରିବାରିକ କ୍ଷେତ୍ରରେ ସୁଯୋଗ ପାଇବା ସାଙ୍ଗକୁ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି।
ମିଥୁନ
ମିଥୁନ
ଅଷ୍ଟମସ୍ଥ ଶନି ହେତୁ ସାଧାରଣ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହନ୍ତୁ । ବନ୍ଧୁମାନଙ୍କ ପ୍ରେରଣା ଓ ପରାମର୍ଶରେ ଆନୁଷ୍ଠାନିକ କାମ ସକାଶେ ତପତ୍ରତା ବଢ଼ିପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଅର୍ଥର ଅଭାବ ଭିତରେ ଅଣନିଃଶ୍ୱାସୀ ହୋଇପାରନ୍ତି।
କର୍କଟ
କର୍କଟ
ନିକଟରେ ରହୁଥିବା ମିତ୍ରମାନେ କିଛି ପାଇବା ଆଶାରେ ପ୍ରଶଂସା ଗାଇ ବୁଲିବେ। କ୍ରୀଡ଼ା, କଳା, ସାହିତ୍ୟ, ସାମ୍ବାଦିକତା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ବିବାଦୀୟ କ୍ଷେତ୍ରରେ ସବୁ ଜାଣିଶୁଣି ସୁଦ୍ଧା ନୀରବ ରହିବାକୁ ବାଧ୍ୟ ହେବେ। ବୁଝାମଣା ଠିକ୍‌ ରହୁନଥିବାରୁ ପରିବାରରେ ଡରିମରିି ଚଳିବାକୁ ବାଧ୍ୟ ହୋଇପାରନ୍ତି।
ସି˚ହ
ସି˚ହ
ଅତୀତର ଘଟଣାଗୁଡ଼ିକର ସମୀକ୍ଷା କରି ମନଟି ଭଲ ଲାଗିବ ନାହିଁ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣସୂତ୍ରରେ ଅର୍ଥଲାଭ କରିବେ ଏବଂ ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ଘଟିବ। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। କୋର୍ଟରେ ପଡ଼ିରହିଥିବା ମାମଲାର ଫଇସଲା ଆଶା।
କନ୍ୟା
ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଖୁସି ରହିବେ। ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। କ୍ରୀଡ଼ା, କଳା, ସଙ୍ଗୀତ, ଚଳଚ୍ଚିଦ୍ରାଦ୍ରି କ୍ଷେତ୍ରରେ ଥିବା ସମସ୍ୟାସୁଧୁରି ଯିବ। ପରୋକ୍ଷ ଶତ୍ରୁତା କାରଣରୁ ବିବାଦ ଭିତରକୁ ଟାଣି ହେବେ। ସମ୍ପର୍କୀୟ ବନ୍ଧୁଙ୍କ ଆଗମନ ସମ୍ଭାବନା।
ତୁଳା
ତୁଳା
ପାପଗ୍ରହ ପ୍ରଭାବରୁ ସମ୍ପର୍କୀୟଙ୍କ ଶତ୍ରୁତା ଯୋଗୁ ବିଚଳିତ ବୋଧ କରିବେ। ପାରିବାରିିକ ସଦ୍ଭାବ ଅକ୍ଷୁଣ୍ଣ ରହିବ, ମାତ୍ର ନିଜକୁ ଟିକିଏ ନରମି କହିବାକୁ ପଡ଼ିପାରେ। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବେ ଏବଂ ଆପଣଙ୍କ କାମରେ ସହଯୋଗ ମଧ୍ୟ କରିବେ। ନିର୍ମାଣ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ପରିସ୍ଥିତି ଗମ୍ଭୀର ରହିବ।
ବିଛା
ବିଛା
ଲୋକ ସମ୍ପର୍କ ବୃଦ୍ଧି ପାଇବାରେ ନିଜ ଲୋକମାନେହଁି ପ୍ରତିବନ୍ଧକ ସୃଷ୍ଟି କରିବେ। ଅଫିସ୍‌ରେ ଥିବା ସମୟରେ ବନ୍ଧୁମାନଙ୍କ ବିଷୟରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ମାତ୍ର କର୍ମକ୍ଷେତ୍ରରେ ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ କମିଯାଇପାରେ। ସନ୍ତାନଙ୍କ କୃତ୍ୱିତ୍ୱରେ ଖୁସି ହେବେ।
ଧନୁ
ଧନୁ
ବନ୍ଧୁମାନଙ୍କ ଆହ୍ବାନକ୍ରମେ କୌଣସି ଶୁଭକାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆଜିର ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ । ରାଜନୀତି, ପ୍ରକାଶନ, ପ୍ରଶାସନ, ଗବେଷଣା ଓ ଆନୁଷ୍ଠାନିକ କାର୍ଯ୍ୟ ପାଇଁ ଦିନଟି ବହୁତ ଭଲ। ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ସଭା ସମିତିରେ ସୁନାମ ଅର୍ଜନ କରିବାର ପରିବେଶ ସୃଷ୍ଟି ହେବ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ନିଜ ଜିଦ୍‌ରେ ଅଟଳ ରହିବେ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଝଗଡ଼ା ଲାଗିପାରେ। ସଭାସମିତିରେ, ଆଲୋଚନା, ଗଠନମୂଳକ କାମ, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
ପରିବାରରେ ଭୁଲ୍‌ ବୁଝାମଣା ଓ ସନ୍ଦେହ ବୃଦ୍ଧି ପାଇବା କାରଣରୁ ବିଶୃଙ୍ଖଳା ଦେଖାଦେଇପାରେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ଅନ୍ୟଥା ଅଦଳବଦଳ ହୋଇଯାଇପାରେ। ଆଶା ଅନୁସାରେ କାମ ହୋଇଯିବାରୁ ଖୁସି ରହିବେ। ଅନ୍ୟାନ୍ୟ ପ୍ରତ୍ୟେକ କ୍ଷେତ୍ରରେ ଆଶାନୁରୂପ ଫଳ ମିଳିବା ସମ୍ଭାବନା ବେଶି।
ମୀନମୀନ
ସ୍ବାର୍ଥ ସାଧନର ମସୁଧା କରି ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ସମସ୍ୟା ଲାଗି ରହୁଥିବାରୁ ଅଧିକାଂଶ ସମୟରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ। କଳା, ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ। କେତେକ ଘଟଣାକୁ ନେଇ ମନ କଥା ମନ ଭିତରେ ଲୁଚାଇ ରଖି କାନ୍ଦିବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri