Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୩ ତାରିଖ – Daily Horoscope

ମେଷ
ଗତକାଲିର ଆଲୋଚନା ମୁତାବକ କାମରେ ଲାଗିପଡନ୍ତୁ ଅବଶ୍ୟ ଦୁଶ୍ଚିନ୍ତା କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ଦେଖାଦେବ। ସଭାସମିତି, ସଂଗଠନ, ରାଜନୀତିରେ ଉନ୍ନତ ଫଳ ପାଇବେ। ତର୍କ ନ କରି ବିବାଦଠାରୁ ଦୂରେଇ ରହିବା ଭଲ।
ବୃଷ
ବୃଷ
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିପାରିଲେ ସମାଲୋଚନାରୁ ରକ୍ଷାପାଇବେ। ପରିବାର ସକାଶେ ଯେତେ ଭଲ କାମ କଲେ ମଧ୍ୟ ଅଭିଯୋଗ ପାଇବେ। ବନ୍ଧୁଙ୍କୁ ଦୁଃଖ ଲୁଚାଇବାର ଚେଷ୍ଟା କରି ଧରାପଡିଯିବେ। ଆଜି ହିଁ ସାରିବାକୁ ଭାବୁଥିବା କାମ ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହେବ।
ମିଥୁନ
ମିଥୁନ
କର୍ମକ୍ଷେତ୍ରର ପରିସ୍ଥିତିକୁ ଆଖିଆଗରେ ରଖି ଯେସାକୁ ତେସା ନୀତିରେ କାମ କରିବେ। ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ଋ଼ଣ ପରିଶୋଧର ମାର୍ଗ ଉନ୍ମୁକ୍ତ ହେବନାହିଁ। ସାହିତ୍ୟ, ପ୍ରଶାସନିକ ସ୍ତର ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବ। ଦୂରାଗତ ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ୍‌ ଦ୍ରବ୍ୟ ପ୍ରାପ୍ତି ହେବ।
କର୍କଟ
କର୍କଟ
ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବ କିନ୍ତୁ କର୍ମକ୍ଷେତ୍ର ସନ୍ତୋଷଜନକ ରହି ନ ପାରେ। କଳା, ସାହିତ୍ୟ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବା ସହ ପ୍ରଶଂସିତ ହେବେ। ଭୁଲ୍‌ ବୁଝାମଣା ଓ ସନ୍ଦେହଜନିତ ପାରିବାରିକ ସମସ୍ୟା ଗୁରୁତର ହୋଇପାରେ। ଶୀଘ୍ର ଶୀଘ୍ର କାମଟିକୁ ସମ୍ପନ୍ନ କରିବା ସକାଶେ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ।
ସି˚ହ
ସି˚ହ
ପାରିବାରିକ ଖର୍ଚ୍ଚ ବୃଦ୍ଧି ହେତୁ ମାନସିକ ଶାନ୍ତି ବ୍ୟାହତ ହେବ। ଯାହା କଲେ ମଧ୍ୟ ସୁଫଳ ମିଳିବ ନାହିଁ ବରଂ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ହିତୈଷୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବିଳାସ ବ୍ୟସନ ମଧ୍ୟରେ ସମୟକୁ ଅତିବାହିତ କରିବେ।
କନ୍ୟା
ପାରିବାରିକ ଜୀବନରେ ଉଚିତ ବୁଝାମଣାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ବନ୍ଧୁମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଦୂରେଇ ରହିଯିବେ। ଆତ୍ମୀୟସ୍ବଜନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତା ବଢିପାରେ ଅବଶ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ଆଇନ ଅଦାଲତରୁ ସୁଫଳ ପାଇ ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ଯାତ୍ରା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପାରିବାରିିକ ପରିସ୍ଥିତି ପୂର୍ବପରି ରହିବା ଯୋଗୁ ସାମୟିକ ଆଶ୍ୱସ୍ତିଲାଭ କରିବେ। ସଭାସମିତିରେ ଯୋଗ ଦେଇ ବନ୍ଧୁବର୍ଗଙ୍କ ପ୍ରିୟଭାଜନ ହେବେ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ବିଛା
ବିଛା
ସାମାଜିକ ସ୍ତରରେ ଅବହେଳାରୁ ହାତମୁଠାରୁ ସୁ୍‌ଯୋଗ ଖସିଯାଇପାରେ। କେତେକ କ୍ଷେତ୍ରରେ ମନକଥା ମନରେ ମାରି ରହିବାକୁ ବାଧ୍ୟ ହେବେ। ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ ଏବଂ ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ଧନୁ
ଧନୁ
ଆଜି ବନ୍ଧୁଙ୍କ ସହାୟତାରେ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରି ସଫଳତା ପାଇବେ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ ତଥାପି ପଛକୁ ଫେରିବାର ଉପାୟ ନ ଥିବ। ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍‌ ରୋଗରେ କଷ୍ଟ ପାଇପାରନ୍ତି। ଦୂରଯାତ୍ରା ସଫଳ ହେବ ଏବଂ ଆଶା କଦାପି ନିଷ୍ଫଳ ହେବ ନାହିଁ
ମକର
ମକର
ଆଜି ଯେତେ ସୁବିଧାରେ ଚଳିବା ପାଇଁ ଚେଷ୍ଟା କଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ଥିବାର ଅନୁଭବ କରିବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ। ଅବଶ୍ୟ ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
ଚେଷ୍ଟା କରୁଥିବା କାମରେ ସଫଳତା ବହୁ ଝିନଝଟ୍‌ ମଧ୍ୟରେ ପାଇବେ । ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ କିନ୍ତୁ ବନ୍ଧୁ ଖୁସି ହେବେନାହିଁ। ଭ୍ରମଣ ହେତୁକକ୍ଳୋନ୍ତି ଓ ଅବସାଦ ଦେଖାଦେବ। ବନ୍ଧୁ ଠିକ୍‌ ଖବର ଦେବାରେ ହେଳା କରିବେ, ଯାହାକି ଅସୁବିଧାର କାରଣ ହେବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ।
ମୀନମୀନ

ସମସ୍ତ ସୁବିଧା ଥାଇ ମଧ୍ୟ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ନିଜ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବ। ଅର୍ଥାଭାବ ଓ ପାରିବାରିକ ସମସ୍ୟା ହେତୁ ଉଦାସୀନ ରହିବେ। ଜମିଜମା କାରବାର, ଆଲୋଚନା, ସାହିତ୍ୟାଦି କ୍ଷେତ୍ରରେ ସୁଫଳ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri