Categories: Rasifala

ରାଶିଫଳ: ଗୁରୁବାର, ଏପ୍ରିଲ ୩୦ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। କୌଣସି ଖବର ଶୁଣିବା ପରେ ଏକ ଅଜଣା ଆବେଗରେ ମନ ଉଦ୍‌ବେଳିତ ହେବ। ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହେବାରୁ ଉପରିସ୍ଥଙ୍କୁ ଅଭିଯୋଗ କରିବେ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବାର ସୁଯୋଗ ପାଇବେ।
ବୃଷ
କର୍ମକ୍ଷେତ୍ରରେ ପାରସ୍ପରିକ ବିରୋଧାତ୍ମକ ପରିବେଶରେ ମଧ୍ୟ ନିଜର ସ୍ଥିତିକୁ ସୁଦୃଢ କରିବେ। ବନ୍ଧୁଙ୍କ ସହ ଆଲୋଚନା ପରିସରରେ ଯୁକ୍ତି ବଳରେ ସମସ୍ୟା ସମାଧାନ କରିବେ। ରୋହିଣୀ ନକ୍ଷତ୍ରର ପ୍ରକାଶନ, ଶିଳ୍ପ, ବ୍ୟବସାୟିକ ଓ ପରିବହନ କ୍ଷେତ୍ର ସମସ୍ୟାବହୁଳ ହେବ। ଘର ନିର୍ମାଣରେ ସମୟ ଅତିବାହିତ କରିପାରନ୍ତି।
ମିଥୁନ
ପୁନର୍ବସୁ ନକ୍ଷତ୍ର ସକାଶେ ଆଜିର ଜୀବନଯାତ୍ରାରେ ଅସୁବିଧା ସୃଷ୍ଟି ହେବ ନାହିଁ। କଠିନ ଶ୍ରମ ଓ ସମୟ ବିନିଯୋଗ କରି ଶିଳ୍ପ, ବାଣିଜ୍ୟ, ପରିବହନରେ ଲାଭବାନ ହେବେ। ଗୃହ, ଭୂମି, ଗାଡିମୋଟରରେ ସ୍ବଳ୍ପ ସମୟ ପାଇଁ ସମସ୍ୟା ଆସିପାରେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରି କାର୍ଯ୍ୟସିଦ୍ଧିରେ ବିଳମ୍ବତା ସୃଷ୍ଟି କରିବ।
କର୍କଟ
ଅଶ୍ଳେଷା ନକ୍ଷତ୍ର ବନ୍ଧୁ, ସହକର୍ମୀଙ୍କ ସାହାଯ୍ୟ, ସହଯୋଗରେ କାର୍ଯ୍ୟ ହାସଲ କରିବେ। ଆଜି ଆର୍ଥିକ ଦିଗଟି ଭଲ ରହିବ ଓ କାମଗୁଡିକ ସହଜରେ ସମ୍ପନ୍ନ ହେବ। କିନ୍ତୁ ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଲାଗି ରହିବା କାରଣରୁ କୈାଣସି କାମରେ ଉତ୍ସାହ ଲାଗିବ ନାହିଁ। ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ।
ସି˚ହ
ମଘା ନକ୍ଷତ୍ର ପୂର୍ବ ସମସ୍ୟା ସୁଧାରିବାକୁ ଚେଷ୍ଟା କଲେ କୃତକାର୍ଯ୍ୟ ହୋଇପାରିବେ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ମିଥ୍ୟା ଅଭିଯୋଗ ଆସିପାରେ। ଅକୁହା କଥାକୁ ବନ୍ଧୁଙ୍କ ଆଗରେ ବଖାଣି ଘର ଲୋକମାନଙ୍କ ବିରାଗ ଭାଜନ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି।
କନ୍ୟା
ଚିତ୍ରା ନକ୍ଷତ୍ର ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟରେ କାର୍ଯ୍ୟସିଦ୍ଧି ଘଟିବ। କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବାରୁ ମନ ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ଅନିଶ୍ଚିତତା ମଧ୍ୟରେ ଗତି କରିବା ସଙ୍ଗକୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରା ବିଳମ୍ବିତ ହୋଇପାରେ। ଆଲୋଚନା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ।
ତୁଳା
ବିଶାଖା ନକ୍ଷତ୍ର କର୍ମକ୍ଷେତ୍ରରେ ନିର୍ଭୀକତା ହେତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ। ଖଳ ଲୋକଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିପାରନ୍ତି। ଅଧସ୍ତନ କର୍ମଚାରୀଙ୍କ ମତକୁ ସମ୍ମାନ ଦେଇ କାମ କଲେ ସହଜରେ କାମ ହାସଲ କରିବେ। ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେବାରେ ସମର୍ଥ ହୋଇପାରନ୍ତି।
ବିଛା
ଅନୁରାଧା ନକ୍ଷତ୍ର ସକାଶେ ନିଜ ପରିସରର ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି। ଆଲୋଚନା କ୍ଷେତ୍ରରେ, ପ୍ରଶାସନିକ କାମରେ, ରାଜନୈତିକ ଚର୍ଚ୍ଚାରେ ଆଶାଜନକ ଫଳ ପାଇବେ। ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ପ୍ରତି ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ। ଆଜିର ପ୍ରାତଃ ଭ୍ରମଣ ଅବକାଶରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ।
ଧନୁ
ପାରିବାରିକ ସ୍ଥିତିରେ ବୈଷମ୍ୟତା ରହୁଥିବାରୁ ମାନସିକ ଅସୁସ୍ଥତା ଅନୁଭବ କରିବେ। ଯେତେ ଭଲ କାମ କଲେ ମଧ୍ୟ ପରିବାର ସଦସ୍ୟ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି ପାରନ୍ତି। କାମ ଠିକ୍‌ ଭାବେ ସମ୍ପନ୍ନ କରିବାରେ କେତେକ ପ୍ରତିବନ୍ଧକ ସୃଷ୍ଟି ହେବ। ପରିବହନରେ ଆକସ୍ମିକ ସମସ୍ୟାକୁ ସମାଧାନ କରିବାରେ ସଫଳତା ହାସଲ କରିବେ।
ମକର
ଶ୍ରବଣା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ମତଭେଦ କାରଣରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ପରିବାର ମଧ୍ୟରେ ନିଜ ନିଜ ଭିତରେ ଅଯଥା କଳହରୁ ଦୂରେଇ ରହିବା ଭଲ ହେବ। ଜମିଜମା କାରବାର କ୍ଷେତ୍ରରେ କଳହର ସମ୍ମୁଖୀନ ହେବାକୁ ପଡିପାରେ। ଶିଳ୍ପ,ବାଣିଜ୍ୟ,ନିର୍ମାଣ ଓ ବ୍ୟବସାୟିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଆସିବ।
କୁମ୍ଭ
ଆଜିର କର୍ମକ୍ଷେତ୍ରରେ ଶତଭିଷା ନକ୍ଷତ୍ର ସକାଶେ ପ୍ରିୟବ୍ୟକ୍ତିମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିପାରେ। ଭଲ ସମ୍ପର୍କ ଥିବା ନିଜର ସମ୍ପର୍କୀୟମାନେ ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିନା କାରଣରେ କଳହ କରିପାରନ୍ତି। ପିଠି କିମ୍ବା ଆଣ୍ଠୁଗଣ୍ଠିରେ ଦରଜ ଅନୁଭବ କରିବା କାରଣରୁ ସାମାନ୍ୟ ଚିନ୍ତା ବୃଦ୍ଧି ପାଇବ।
ମୀନ
ଉତ୍ତରଭାଦ୍ର ନକ୍ଷତ୍ର ଅର୍ଥନୈତିକ ଉନ୍ନତି ଘଟିବା ସହ ନୂତନ କର୍ମାରମ୍ଭରୁ ଖୁସୀ ରହିବେ। ପଡୋଶୀ କିମ୍ବା ନିଜ ଆତ୍ମୀୟମାନଙ୍କଠାରୁ ଅଯାତିତ ଭାବେ ସହାୟତା ପାଇପାରନ୍ତି। ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ବ୍ୟବସାୟ ଏକପ୍ରକାର ରହିବ ଓ ଲାଭର ମାତ୍ରା ମଧ୍ୟ କମିବ ନାହିଁ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.