Categories: Rasifala

ରାଶିଫଳ: ଶନିବାର, ମେ ୨ ତାରିଖ – Daily Horoscope

ମେଷ
ନିକଟ ଅତୀତ ଘଟଣା ଗୁଡିକର ସମୀକ୍ଷା କରିପାରନ୍ତି। ମଙ୍ଗଳଙ୍କ କୁପ୍ରଭାବ ସ୍ୱରୂପ ସ୍ୱାସ୍ଥ୍ୟ ସମସ୍ୟା ଓ ଆକସ୍ମିକ କଳହ ପ୍ରତି ସଜାଗ ରହିବା ଭଲ ହେବ। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦବେଗ ରହିବା ଫଳରେ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ପାରିବାରିକ କେତେକ ସମସ୍ୟାକୁ କେନ୍ଦ୍ର କରି ଅନ୍ତଦ୍ଦର୍‌ବନ୍ଦ୍ୱ ସୃଷ୍ଟିର ଆଶଙ୍କା ରହିଛି।
ବୃଷ
ସ୍ୱଗୃହୀ ଶୁକ୍ର ସମସ୍ତ ସୁଖ ସୁବିଧା ଯୋଗାଇଲେ ମଧ୍ୟ ଶନିଙ୍କ ପ୍ରଭାବରେ ଉପଭୋଗ୍ୟ ନହୋଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହେବ। ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ବନ୍ଧୁଙ୍କ ସମ୍ମୁଖରେ କୈାଣସି ଘରୋଇ ଅସୁବିଧା ଜଣାଇ ସାହାଯ୍ୟ ସକାଶେ ଅନୁରୋଧ କରିବାକୁ ପଡିପାରେ।
ମିଥୁନ
ରବିଙ୍କ ସୁପ୍ରଭାବରୁ ଆତ୍ମୀୟଙ୍କ ସଦିଛା ଲାଭପୂର୍ବକ ଅଭିଳାଷିତ ଦ୍ରବ୍ୟ ପ୍ରାପ୍ତି ହେବ। କର୍ମଭାବସ୍ଥ ମଙ୍ଗଳ ଜମିଜମା, ଯାନ୍ତ୍ରିକ ଜିନିଷ, ବ୍ୟବସାୟିକ ସ୍ଥିତିକୁ ଅଗ୍ରଗାମୀ କରାଇବ। ସାଧାରଣ ଯୁକ୍ତି ତର୍କ ହେତୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହେବ। ବାଣିଜ୍ୟ, ପ୍ରଶାସନ, କଳା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
କର୍କଟ
ଆଜି ଏକାଧାରରେ ରବି ସାଙ୍ଗକୁ ବୁଧ ଓ ଶୁକ୍ରଙ୍କ ସ୍ଥିତି ଅପୂର୍ବ ସୁଯୋଗ ସୃଷ୍ଟିକରି ଆପଣଙ୍କ ପାଇଁ ସ୍ମରଣୀୟ ପରିସ୍ଥିତି ଆଣିଦେବ। ଶୁକ୍ରକ୍ଷେତ୍ରସ୍ଥ ଚନ୍ଦ୍ର ଯୋଗୁ ଟେନ୍ସନ ଲାଗିରହିଲେ ମଧ୍ୟ କାମ ଅଟକିବ ନାହିଁ। ପରିବାରରେ ସୌହାଦ୍ଦ୍ୟତା ମଧ୍ୟରେ କାମ କରି ସଦସ୍ୟଙ୍କ ପ୍ରିୟଭାଜନ ହେବେ। ଦେବଦର୍ଶନ ସାଙ୍ଗକୁ ନୂତନ ଜିନିଷ ଲାଭର ସୁଯୋଗ ପାଇପାରନ୍ତି।
ସି˚ହ
ଦ୍ୱିତୀୟସ୍ଥ କେତୁଙ୍କ ସ୍ଥିତି ଆପଣଙ୍କ ମାନସିକ ସ୍ଥିତିକୁ ପ୍ରଭାବିତ କରି ଭୁଲ୍‌ କାର୍ଯ୍ୟରେ ମନୋନିବେଶ କରାଇପାରନ୍ତି। ବନ୍ଧୁଙ୍କ ସହ ବ୍ୟବହାରିକ ବ୍ୟତିକ୍ରମରୁ କେତେକ ଆକସ୍ମିକ ଅପ୍ରିତିକର ପରିସ୍ଥିତିର ସାମନା କରିବାକୁ ପଡିବ। ଭଲ ସମ୍ପର୍କନଥିବା ଏବଂ ଶତ୍ରୁତା କରୁଥିବା ବ୍ୟକ୍ତିମାନେ କୈାଣସି ସମସ୍ୟା ସୃଷ୍ଟି କରି ପାରନ୍ତି।
କନ୍ୟା
ଆଜିର ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ଅପଦସ୍ଥ ହେବେ। ମାନସିକ ଅସ୍ଥିରତା ଲାଗି ରହିବାରୁ ପାରିବାରିକ କ୍ଷେତ୍ରରେ ଅନାଦର ପାଇପାରନ୍ତି। ବିଫଳତାଜନିତ କେତେକ ଅପୂରଣୀୟ ଆଶା ଦୁଃଖ ଦେବ। କର୍ମକ୍ଷେତ୍ରରେ ଅବେହଳା ଯୋଗୁ ପଦସ୍ଥ କର୍ମଚାରୀ ଖପ୍ପା ହେବାର ସୂଚନା ରହିଛି।
ତୁଳା
ସବୁ କିଛି ସୁବିଧା ଥାଇ ମଧ୍ୟ କୌଣସି କାମ ପୂର୍ଣ୍ଣାଙ୍ଗ ନ ହେବାରୁ ମନସ୍ତାପ କରିବେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ, ଏଣୁ ସତର୍କତାର ସହ ମନ୍ତବ୍ୟ ଦେବା ଭଲ ହେବ। ସାମଜିକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।
ବିଛା
ଆଜିର ଯାତ୍ରା ଫଳପ୍ରଦ ହେବା ସାଙ୍ଗକୁ ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରିବେ। ପ୍ରଶାସନ, ରଚନାମତ୍କ କାର୍ଯ୍ୟ, ସାହିତ୍ୟ, ସଭାସମିତି ତଥା ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହେବ। ବନ୍ଧୁଙ୍କ ତରଫରୁ ସମସ୍ୟା ଆସି ମନଟାକୁ ଗୋଳମାଳିଆ କରିଦେବ। କର୍ମକ୍ଷେତ୍ରରେ ଶତ୍ରୁମାନେ ସମସ୍ୟା ସୃଷ୍ଟି ସକାଶେ ଯୋଜନା କରିପାରନ୍ତି।
ଧନୁ
ଶାରୀରିକ ଅସୁସ୍ଥତା ଲାଗି ରହିଲେ ମାନସିକ ସ୍ତରରେ ଦୃଢତା ରକ୍ଷା କରି କାର୍ଯ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ପାଇପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ, ପ୍ରଶାସନ, ତଥା ପ୍ରକାଶନ, ପରିବହନ ପାଇଁ ଦିନଟି ବହୁତ ଭଲ।
ମକର
ଘଟିଯାଇଥିବା ଅତୀତ ଘଟଣାବଳୀର ଆଲୋଚନା କରି ବିରସମନା ହେବେ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିବାର ଆଶଙ୍କା ରହିଛି। ସରକାରୀ ସ୍ତରରେ କୌଣସି କାମ କରାଇନେବା ସକାଶେ ଜିଦ୍‌ଖୋର ପ୍ରକୃତିରୁ ଅନର୍ଥ ସୃଷ୍ଟି ହେବ।
କୁମ୍ଭ
ଆପଣଙ୍କ ଦକ୍ଷତା ସାଙ୍ଗକୁ ସମୟୋପଯୋଗୀ କାର୍ଯ୍ୟ ହେତୁକ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇ ଉଲ୍ଲସିତ ହେବେ। ସଭାସମିତି, ଆନୁଷ୍ଠାନିକ କାମ ଏବଂ ବନ୍ଧୁମିଳନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଦେହ ଭଲ ରହିଲେ ମଧ୍ୟ ପୁରାତନ ରୋଗ କଷ୍ଟ ପାଇବେ। ପରିବହନ, ଯାନ୍ତ୍ରିକ ଶିଳ୍ପ, ଅଳଙ୍କାର ଦୋକାନୀ ଉପକୃତ ହୋଇପାରନ୍ତି।
ମୀନ
ରାଶିରେ ଶନି ଏବଂ ମଙ୍ଗଳ ଆପଣଙ୍କ ମାନସିକ ସ୍ତରକୁ ଉତେଜିତ କରି ଅନର୍ଥ ସୃଷ୍ଟି କରିପାରନ୍ତି। ଆଜି ବିଭିନ୍ନ ଯୋଜନା କରି ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ଲୋକସମ୍ପର୍କ ବୃଦ୍ଧି ପାଇବ ମାତ୍ର ଶତ୍ରୁତା ସୃଷ୍ଟି ହୋଇପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.