Posted inRasifala

ରାଶିଫଳ: ଗୁରୁବାର, ମେ ୨ ତାରିଖ – Daily Horoscope

ମେଷ
ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରସ୍ଥ ଯୋଗୁ ପାରିବାରିକ ସମସ୍ୟା, ପରିବହନରେ ଝଗଡା ଏବଂ କର୍ମକ୍ଷେତ୍ରରେ ବିବାଦର ଆଶଙ୍କା ରହିଛି। ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉଦ୍ରେକ ହେବ ଯାହାକି ଅନର୍ଥ ସୃଷ୍ଟି କରିପାରେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାର୍ଯ୍ୟହାସଲ କରିପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ କିମ୍ବା ଆଲୋଚନାକାଳରେ ନିଜର ଅକାଟ୍ୟ ଯୁକ୍ତି ବଳରେ ସମସ୍ୟାର ସମାଧାନ
କରିବେ। ଶୁକ୍ର ଅଶ୍ୱିନୀ ନକ୍ଷତ୍ରସ୍ଥ ହେତୁ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ,କିନ୍ତୁ ସକାଳୁ ମନଟା ବିଗିଡି ଯାଇପାରେ। ଆର୍ଥିକପରିସ୍ଥିତିର ଦୂରବସ୍ଥା ଯୋଗୁଁ ଅଅବଶ୍ୟକୀୟ ଉପକରଣ କ୍ରୟ କରିବା ସକାଶେ ବ୍ୟସ୍ତବଢିଯିବ।
ମିଥୁନ
ମିଥୁନ
ଦିନଟିରେ କାର୍ଯ୍ୟବ୍ୟସ୍ତତା କାରଣରୁ ସ୍ବାସ୍ଥ୍ୟ ପ୍ରତି ସତର୍କ ରହି କାମ କରିବା ଭଲ। ବୁଧ ରେବତୀ ନକ୍ଷତ୍ରରେ ଥିବାରୁ ଆର୍ଥିକ ଉନ୍ନତି ସହ କର୍ମକ୍ଷେତ୍ରରେ ଉସତ୍ାହ ବଢ଼ିବ। ଗୃହ, ଭୂମି ଆଦି ସମସ୍ୟାର ସମାଧାନ ହୋଇଯିବ। ଶିଳ୍ପ,ବାଣିଜ୍ୟ ଓ ରାଜନୈତିକ କ୍ଷେତ୍ରରେ ନିଜର ପ୍ରତିଦ୍ୱନ୍ଦୀ ସହ ଟକ୍କର ଦେଇ ଚାଲିବାକୁପଡିପାରେ।
କର୍କଟ
କର୍କଟ
ସ୍ବଗୃହକୁ ଚତୁର୍ଥାଧିପ ଦେଖୁଥିବାରୁ ଆଜିର ଜୀବନଚର୍ଯ୍ୟାରେ ବିଶେଷ କିଛି ଅସୁବିଧା ହେବନି କିନ୍ତୁ, ବିବାଦୀୟ କଥାରେ ମୁଣ୍ଡ ନପୂରାଇବା ଭଲ। ପରିସ୍ଥିତିକୁ ସାମନା କରିବାକୁ ଯାଇ ଉପସ୍ଥିତି ବୁଦ୍ଧି ଯୋଗୁଁ ବିପଦ ମୁକ୍ତ ହେବାର ସୂଚନା ରହିଛି। ଗତକାଲିର ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡିପାରେ।
ସି˚ହ
ସି˚ହ
ଦ୍ୱିଜା ନକ୍ଷତ୍ରସ୍ଥ ରବିଙ୍କ ସହ ଶୁକ୍ରଙ୍କ ଏକତ୍ରାବସ୍ଥାନ ଜନିତ ସଫଳତା ନିଶ୍ଚିତ। ଯେତେ ପ୍ରକାରର ଯୋଜନା କଲେ ମଧ୍ୟ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ। ଅକୁହା କଥାକୁ ବନ୍ଧୁଙ୍କ ଆଗରେ ବଖାଣି ବସି ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା କରି ପାରନ୍ତି। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
କନ୍ୟା
ବୃହସ୍ପତି କୃତିକା ନକ୍ଷତ୍ରରେ ଥିବାରୁ ପାରିବାରିକ କ୍ଷେତ୍ରରେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଆକସ୍ମିକ ଦୂରଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାତ୍ରାରେ ବିଳମ୍ବ ଘଟିପାରେ। କର୍ମକ୍ଷେତ୍ରରେ ଦୁଃସାହାସିକ ପଦଯାତ୍ରା ସମୟରେ କ୍ଷେପ ନେଇ ପ୍ରଶଂସିତ ହେବେ। ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି।
ତୁଳା
ତୁଳା
ଶନି ସହ ଚନ୍ଦ୍ରଙ୍କ ସଂଯୋଗରୁ ପ୍ରତ୍ୟେକ କ୍ଷେତ୍ରରେ କାମ ବହୁ ଡେରିରେ ହେଉଥିବାରୁ ମନଟା ଭଲ ଲାଗିବ ନାହିଁ। ଖଳ ଲୋକ ମାନଙ୍କ କଥାକୁ ବିଶ୍ୱାସ କରି ବିଶ୍ୱସ୍ତ କର୍ମଚାରୀଟିର ମନୋଭାବ ବଦଳିଯାଇପାରେ। ସଭାରେ ଗୁରୁଜନ ମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବା ସହ ଅର୍ଥ ଲାଭରୁ ଖୁସି ରହିବେ।
ବିଛା
ବିଛା
ଚତୁର୍ଥଭାବ ସହ କୋଣସ୍ଥାନର ଗ୍ରହବୈଗୁଣ୍ୟ ଯୋଗୁ ମନ ବିଚଳିତ ରହିବ। ମାତ୍ର ,ପ୍ରଶାସନ, ରାଜନୀତି , ଯାତ୍ରା ଓ କଚେରୀ ମାମଲ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ। ବିବାଦୀୟ ପରିସ୍ଥିତିରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ଧନୁ
ଧନୁ
ଅଷ୍ଟମାଧିପ ଯୁକ୍ତ ଧନାଧିପ ଯୋଗୁ ବିଭିନ୍ନ ସମସ୍ୟା ସଙ୍ଗକୁ ଖର୍ଚ୍ଚ ବଢିଯିବା କାରଣରୁ ମାନସିକ ସ୍ଥିତି ବିଗିଡି ଯାଇପାରେ। ଅତି ନିଜର ଲୋକଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ପ୍ରତାରିତ କରିପାରେ। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ପାରନ୍ତି। ପରିବହନରେ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ।
ମକର
ମକର
ଚନ୍ଦ୍ରଙ୍କ ପ୍ରଭାବରେ ଅଯଥା କଳହରୁ ଦୂରେଇ ରୁହନ୍ତୁ ନତୁବା ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ମୂଲ୍ୟବାନ ଜିନିଷ କିଣିବା କାରଣରୁ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ। ଉଚ୍ଚବର୍ଗଙ୍କ ସହାୟତା ଲାଭ କରି କର୍ମକ୍ଷେତ୍ରରେ ସ୍ଥିରତା ଫେରିପାଇବେ। ନିଜ କୃତ କର୍ମର ପରିଣାମ ସ୍ବରୂପ ଲୋକଙ୍କ ଉପରୁ ଆସ୍ଥା ହରାଇ ପାରନ୍ତି।
କୁମ୍ଭ
କୁମ୍ଭ
ରାହୁ ଜନିତ କୈାଶଳ ପ୍ରୟୋଗ କରି ଆଜିର କର୍ମକ୍ଷେତ୍ର, ପରିବାର, ଯାନ ବାହାନ, ବନ୍ଧୁ ସମ୍ପର୍କକୁ ଦୃଢୀଭୂତ କରିବେ। ଅନ୍ୟମାନଙ୍କ ସକାଶେ ଭଲ କରିବାକୁ ଯାଇ ବିନା କାରଣରେ କଳହକୁ ନିୟନ୍ତ୍ରଣ କରିପାରନ୍ତି। ହଠାତ୍‌ଯାତ୍ରା କୈାଣସି ସ୍ଥାନକୁ ଯିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡିପାରେ।
ମୀନମୀନ

ରବି ସହ ଶୁକ୍ରଙ୍କ ସଂଯୋଗଜନିତ ବନ୍ଧୁଙ୍କ ସହ ବିବାଦ ବଢ଼ିପାରେ। କର୍ମକ୍ଷେତ୍ରରେ ଅଧସ୍ଥନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କରି ଅପମାନିତ ହୋଇପାରନ୍ତି। ଭଲ ସମ୍ପର୍କ ନଥିବା ବ୍ୟକ୍ତିମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ସ୍ବାସ୍ଥ୍ୟ ଖରାପ ହେଉଥିବାରୁ ଅର୍ଥର ବ୍ୟବସ୍ଥା କରିବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କରି ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri