Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ
ଆଜିର ଗ୍ରହସ୍ଥିତି କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ସରଳ ଭାବରେ ବିଶ୍ୱାସ କରି ଅସୁବିଧାରେ ପଡ଼ିପାରନ୍ତି। ତଥାପି ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ପାଇବେ। ସଭାସମିତିରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହୋଇପାରନ୍ତି।
ବୃଷ
ବୃଷ
ଧନାଧିପତିଙ୍କ ଦୁର୍ବଳତା କାରଣରୁ ସେ ଆପଣଙ୍କୁ ଶୁଭଫଳ ଦେବାର ସାମର୍ଥ୍ୟ ହରାଇପାରନ୍ତି। ବନ୍ଧୁଙ୍କ ସହ ଥଟ୍ଟାମଜା କଥା ଅଶାନ୍ତିର କେନ୍ଦ୍ରବିନ୍ଦୁ ପାଲଟି ଯାଇପାରେ। ରାହୁଯୁକ୍ତ ଶୁକ୍ର ଓ ଚନ୍ଦ୍ର ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଭଲହେବ। କୌଣସି ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ ନେଇ ବ୍ୟବସାୟକୁ ବଢ଼ାଇପାରନ୍ତି।
ମିଥୁନ
ମିଥୁନ
ରାଶି ଓ କର୍ମାଧିପ ବୁଧ ନୀଚ ଭାବରେ ଅବସ୍ଥାନ କରିଥିଲେ ମଧ୍ୟ ଉଚ୍ଚସ୍ଥାନକୁ ଦୃଷ୍ଟିଦେଇ ସାମାଜିକ ସ୍ତରରେ ପ୍ରତିଷ୍ଠିତ କରାଇପାରନ୍ତି। ବନ୍ଧୁଙ୍କ ସାହାଯ୍ୟରୁ ପ୍ରତ୍ୟେକ କ୍ଷେତ୍ରରେ ସୁବିଧା ସୁଯୋଗ ଲାଭ କରିବେ। କର୍ମାରମ୍ଭ ସହ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ। ଆଲୋଚନା କ୍ଷେତ୍ରରେ ସତ୍ୟ ପ୍ରକାଶ କରି ବିବାଦଗ୍ରସ୍ତ ହୋଇପାରନ୍ତି।
କର୍କଟ
କର୍କଟ
କେନ୍ଦ୍ରକୋଣାଧିପ ମଙ୍ଗଳ ଦ୍ୱାଦଶ ଭାବସ୍ଥ ଯୋଗୁ ପାରିବାରିକ ଜୀବନରେ ମତାନ୍ତର ଘଟିପାରେ। ଅବଶ୍ୟ କର୍ମକ୍ଷେତ୍ରରୁ ଉଚ୍ଚ ସମ୍ମାନ ପ୍ରତିଷ୍ଠା ପାଇବାରେ ବନ୍ଧୁମାନେ ସାହାଯ୍ୟ କରିବେ। ଦୀର୍ଘ ଦିନରୁ ରହି ଆସିଥିବା ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।
ସି˚ହ
ସି˚ହ
ରାଶ୍ୟାଧିପ ସପ୍ତମ ଭାବସ୍ଥ ହୋଇ ଶନିଯୁକ୍ତ କାରଣରୁ ଯାତ୍ରାରେ ବିଳମ୍ବରେ ଲକ୍ଷ୍ୟ ପୂରଣ ହେବ। ଶିଳ୍ପ, ବାଣିଜ୍ୟ, ଆଇନ, ଅଦାଲତ ଓ ପ୍ରତିଯୋଗିତାରେ ସୁଫଳ ପାଇବେ। ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହେବେ। ପଡ଼ୋଶୀଙ୍କ ଦୁଃଖଦ ପରିସ୍ଥିତିକୁ ନେଇ ମାନସିକ ବ୍ୟଥା ଅନୁଭବ କରିବେ।
କନ୍ୟା
ବୁଧଙ୍କ ଦୃଷ୍ଟିରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସହ ବନ୍ଧୁଙ୍କ ସହାନୁଭୂତି ଲାଭ କରିବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କୌଣସି କାର୍ଯ୍ୟ ସକାଶେ ସମ୍ମତି ପ୍ରଦାନ କରିପାରନ୍ତି। ଶନିଙ୍କ କୁପ୍ରଭାବରୁ ପିଲାଙ୍କ କଳହକୁ କେନ୍ଦ୍ର କରି ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଆଜିର ଯାତ୍ରା, ବାଣିଜ୍ୟ ଓ ପରିବହନରେ ସମସ୍ୟା ଦୂର ହେବାର ସୂଚନା ରହିଛି।
ତୁଳା
ତୁଳା
ରାହୁ ଓ ଚନ୍ଦ୍ରଙ୍କ ସ୍ଥିତିଜନିତ ଆପଣଙ୍କ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ବେସାହାରା ହୋଇପାରେ। ଭୁଲ୍‌ ବୁଝାମଣାରୁ ଆତ୍ମୀୟଙ୍କ ସହ ସୁସମ୍ପର୍କ ରହି ନ ପାରେ। ଅବଶ୍ୟ ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମତାନ୍ତର କମ୍‌ ସମୟ ମଧ୍ୟରେ ଦୂରୀଭୂତ ହୋଇଯିବ।
ବିଛା
ବିଛା
ପାପଗ୍ରହ ମଧ୍ୟ ବୃହସ୍ପତି ଆପଣଙ୍କ ଉନ୍ନତ ଚିନ୍ତା ଓ ଯୋଜନାକୁ ଲକ୍ଷ୍ୟଭ୍ରଷ୍ଟ କରାଇପାରନ୍ତି। ଅବଶ୍ୟ ଶିକ୍ଷା, ସନ୍ତାନ, ମନ୍ତ୍ରଣା, ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାଜନକ ସୁଫଳ ପାଇବେ। ଅଯଥା କାମରେ ବ୍ୟୟାଧିକ୍ୟଜନିତ ପଶ୍ଚାନ୍ତେ ମନସ୍ତାପ କରିପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କୀୟଙ୍କ ସହଯୋଗ ପାଇବେ ନାହିଁ।
ଧନୁ
ଧନୁ
କେନ୍ଦ୍ରସ୍ଥ ରାଜଯୋଗଜନିତ ଉତ୍ତମ ବନ୍ଧୁସମ୍ପର୍କ ସ୍ଥାପିତ ହେବ। ପାରିବାରିକ ସଦ୍ଭାବ, ନୂତନ ଗୃହ, ଯାନବାହନ, ବସ୍ତ୍ର ଆଭୂଷଣାଦି ଲାଭ ହେବ। ପୂର୍ବାଷାଢ଼ା ନକ୍ଷତ୍ର ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି, ତାହା ବିଳମ୍ବରେ ପାଇବେ। ଆଜିର ଯାତ୍ରା, ବାଣିଜ୍ୟ, ସଭାସମିତି ଓ ଆନୁଷ୍ଠାନିକ କାମରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।
ମକର
ମକର
ଆଜି ମନ ଅନୁଯାୟୀ କାର୍ଯ୍ୟହାସଲ ଓ ଅଭିଳସିତ ଜିନିଷ ପାଇବେ। ସଭାସମିତି କିମ୍ବା ବନ୍ଧୁମିଳନ ଭିତରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ସ୍ବଗୃହୀ ଶନିଙ୍କ ପ୍ରଭାବଜନିତ ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ନୂତନ କର୍ମାରମ୍ଭ, ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଦିନଟି ଭଲ।
କୁମ୍ଭ
କୁମ୍ଭ
ରବିଙ୍କ ସହ ଶନିଙ୍କ ସଂଯୋଗ ହେତୁ ସରକାରୀ ସହାୟତା ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ହାସଲରେ ପଛେଇ ଯିବେ। ପ୍ରତିପକ୍ଷ ମିତ୍ରତାର ହାତ ବଢ଼ାଇବା ସହିତ ବିଭିନ୍ନ ଦିଗରୁ ସହଯୋଗ ପାଇବେ। ଅସୁବିଧାଜନକ ପରିସ୍ଥିତି ଦୂରେଇ ଯିବା ସହ ବନ୍ଧୁଙ୍କ ଆତିଥ୍ୟରୁ ଖୁସି ରହିବେ। ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇ ଯାଇପାରେ।
ମୀନମୀନ

ରାଶିରେ ଏକାଧିକ ଗ୍ରହ ରହିଥିବାରୁ ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ସାମାଜିକ ସ୍ତରରେ ତ୍ୟାଗ, ସହନଶୀଳତା ଓ ଉଦାରତା ଗୁଣରୁ ପ୍ରଶଂସିତ ହେବେ। ବନ୍ଧୁମିଳନ ସାଙ୍ଗକୁ ସତ୍‌ସଙ୍ଗ ଓ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ପ୍ରଶାସନିକ ସ୍ତରରେ, ରାଜନୀତିରେ, ସଭାସମିତିରେ ଓ ବ୍ୟବସାୟରେ ସୁଫଳ ଆଶା କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

ରାଶିଫଳ: ରବିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ।...

ରାଶିଫଳ: ଶନିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି, ସ୍ବାସ୍ଥ୍ୟ, ପରିବାର ,ବନ୍ଧୁସମ୍ପର୍କ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇବ। ପାରିବାରିକ ଅସ୍ଥିରତା, ଦୈହିକ ଓ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବୃହସ୍ପତିଙ୍କ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ଭଲ ସମ୍ପର୍କ ରହିଥିବା ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟ କିମ୍ବା ଶିକ୍ଷା କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri