Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୨ ତାରିଖ – Daily Horoscope

ମେଷ
ଆଜି ଦିନଟି ଗତାନୁଗତିକ ରୀତିରେ ଗଡି ଚାଲିବ। ଆର୍ଥିକ ଅଭିବୃଦ୍ଧି, ସ୍ବାସ୍ଥ୍ୟରେ ଉନ୍ନତି, ସ୍ଥଗିତ କାମରେ ଅଗ୍ରଗତି, ପାରିବାରିକ ସମସ୍ୟାର ସମାଧାନ କରି ଆଶ୍ୱସ୍ତି ଲାଭ କରିବେ। ବାଧ୍ୟବାଧକତାରେ ବ୍ୟୟବୃଦ୍ଧି ଓ ଶତ୍ରୁତାଜନିତ ସମସ୍ୟାର ସମ୍ମୁଖୀନ ହେବେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଅଭିଯୋଗ ପରିବାରରେ ଅଶାନ୍ତି ସୃଷ୍ଟି କରିବ।
ବୃଷ
ବୃଷ
ପାରିବାରିକ ସ୍ନେହ, ଶ୍ରଦ୍ଧା ଓ ଆଦର ଲାଭକରିବା ସହ ଦିନଟି ସମ୍ପୂର୍ଣ୍ଣ ଉପଭୋଗ୍ୟ ହୋଇପାରେ। ସାଙ୍ଗସାଥୀ ଓ ବନ୍ଧୁଙ୍କ ସହାନୁଭୂତି ସହିତ ବୈଷୟିକ ସୁଖ, ସମୃଦ୍ଧିରୁ ମାନସିକ ସ୍ଥିତି ଭଲ ରହିବ। ଆମଦାନୀ କାରବାର, ଜମିଜମା ବିକାକିଣା, ଶିଳ୍ପ, ବାଣିଜ୍ୟରୁ ଲାଭବାନ୍‌ ହେବେ। ସ୍ଥଗିତ କାମ ତ୍ୱରାନ୍ବିତ କରି ଆତ୍ମସନ୍ତୋଷ ଲାଭ କରିବେ।
ମିଥୁନ
ମିଥୁନ
ଶରୀର ସୁସ୍ଥ ରହିବା ସହ ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ଅକ୍ଷୁଣ୍ଣ ରହିବା ସହ ସହକର୍ମୀମାନଙ୍କ ପ୍ରିୟଭାଜନ ହେବେ। ପାରିବାରିକ ଜୀବନର ବ୍ୟତିକ୍ରମକୁ ମଧ୍ୟ ସୁଧାରି ନେବାର ପଯନତ୍ କରିପାରନ୍ତି। ଆର୍ଥିକ ସ୍ଥିତି,ବନ୍ଧୁ ସମ୍ପର୍କ, ପିଲାମାନଙ୍କ ଶିକ୍ଷା,ପରୀକ୍ଷା ଓ ଶତ୍ରୁତା ବିଷୟରେ ଚିନ୍ତା ବୃଦ୍ଧି ପାଇବ।
କର୍କଟ
କର୍କଟ
ଗ୍ରହସ୍ଥିତି ବିଳାସପ୍ରିୟ, ମନୋରଞ୍ଜନର ଖୋରାକ ପ୍ରଦାନ କରିବେ। ପରିବାର, ପରିବହନ, ସାମାଜିକ ସମ୍ପର୍କ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସକାଶେ ଅନୁକୂଳତା ସୃଷ୍ଟି ହେବ। ଭାବପ୍ରବଣତାର ରାଶି ଯୋଗୁ ତରବରିଆ ପଦକ୍ଷେପ ନେଲେ ଅସୁବିଧା ଭୋଗିବେ। କର୍ମାଧିପତିଙ୍କ ଦୁର୍ବଳତା ଯୋଗୁ ଅଶ୍ଳେଷାର କର୍ମଫଳ ସନ୍ତୋଷଜନକ ହେବନାହିଁ।
ସି˚ହ
ସି˚ହ
ମାନସିକ ଅସ୍ଥିରତା କାରଣରୁ କୌଣସି କାମ ଶୃଙ୍ଖଳିତ ହେବ ନାହିଁ। ସାଧାରଣ କଥାକୁ ନେଇ ପାରିବାରିକ କ୍ଷେତ୍ରରେ ଝଗଡାର ଆଶଙ୍କାର ସମ୍ଭାବନା ରହିଛି। ବାଦବିବାଦ, ପ୍ରତିଦ୍ୱନ୍ଦ୍ୱିତା, ଅନାବଶ୍ୟକ ବାର୍ତ୍ତାଳାପ ସମସ୍ୟା ଓ ଶତ୍ରୁତା ସୃଷ୍ଟି କରିବ। ଆଜି କର୍ମାରମ୍ଭ, ଲୋକସମ୍ପର୍କ, ସଙ୍ଗୀତାଦି କାର୍ଯ୍ୟକ୍ରମରେ ନିୟୋଜିତ ହେବେ।
କନ୍ୟା
ଭାଗ୍ୟସ୍ଥାନକୁ ରାଶ୍ୟାଧିପତିଙ୍କ ଦୃଷ୍ଟି କାରଣରୁ ଧାର୍ମିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି। କାମ ଆମତ୍ୀୟଙ୍କ ବିରୋଧରୁ ବିଗିଡିଯାଉଥିବା କାରଣରୁ ବିରକ୍ତ ହେବେ। ସ୍ତ୍ରୀଙ୍କ ସହ ଉତ୍ତମ ବୁଝାମଣା, ବୟସ୍କ ବ୍ୟକ୍ତିଙ୍କ ସହୃଦୟତା, ସହକର୍ମୀଙ୍କ ଅନୁରକ୍ତି ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ଯାତ୍ରା, ପରିବହନରେ ଅସ୍ଥିରତା ଦେଖାଦେବ।
ତୁଳା
ତୁଳା
ଆଜି ଦିନସାରା ଶୁକ୍ରଙ୍କ ପ୍ରଭାବରୁ ମଜାମଉଜ, ବନ୍ଧୁ ମିଳନ, ନୂତନ ସ୍ଥାନ ପରିଦର୍ଶନ ମାଧ୍ୟମରେ ଅତିବାହିତ କରିବେ। ସହନଶୀଳତା, ଉଦାରତା ଗୁଣରୁ ପ୍ରିୟଜନଙ୍କ ଅନୁରକ୍ତି, ବନ୍ଧୁଙ୍କ ସହାନୁଭୂତି ପାଇପାରନ୍ତି। ଚିତ୍ରା ନକ୍ଷତ୍ର ସକାଶେ ଭଲ ସମ୍ପର୍କ ଥିବା ଲୋକ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ଶାରୀରିକ ପୀଡ଼ା ଭୋଗିପାରନ୍ତି।
ବିଛା
ବିଛା
ଚନ୍ଦ୍ରଙ୍କ ପ୍ରତି ରାଶ୍ୟାଧିପଙ୍କ ଦୃଷ୍ଟିଜନିତ କୌଣସି କର୍ମାରମ୍ଭର ପରିକଳ୍ପନା କରିବେ। ଅନ୍ୟମାନଙ୍କ କାନକୁହା କଥାରେ ପ୍ରଭାବିତ ହେବାରୁ ବନ୍ଧୁ କିମ୍ବା ସହକର୍ମୀ ଭୁଲ୍‌ ବୁଝିପାରନ୍ତି। ଖର୍ଚ୍ଚାନ୍ତ ହେଲେ ମଧ୍ୟ ସହକର୍ମୀଙ୍କ ଜରିଆରେ ମୂଲ୍ୟବାନ ଦ୍ରବ୍ୟ ପାଇବେ। କର୍ମକ୍ଷେତ୍ରରେ ବିଭିନ୍ନ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସଫଳତା ନୂତନମାର୍ଗ ପ୍ରଦର୍ଶନ କରାଇବ। ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ, ପରିବହନ ଓ ସହକର୍ମୀଙ୍କ କଟୁକ୍ତିରୁ ଚିନ୍ତିତ ହେବେ। ଉତ୍ତରାଷାଢା ନକ୍ଷତ୍ରର ଏକ ପ୍ରୀତିବର୍ଦ୍ଧକ ପରିବେଶରେ ପ୍ରିୟଜନଙ୍କ ସହ ଥିବା ମତାନ୍ତର ଦୂର ହେବ। ଲୋକସମ୍ପର୍କ ବୃଦ୍ଧି, ସାମାଜିକ ଓ ରାଜନୈତିକ କ୍ଷେତ୍ର ଭଲ ରହିବ।
ମକର
ମକର
ସକାଳୁ ଶୁଭଖବର ସହ କୌଣସି ବନ୍ଧୁଙ୍କ ସହ ଆଳାପ ମନକୁ ଆହ୍ଲାଦିତ କରିବ। ସ୍ଥଗିତ କାମକୁ ସମ୍ପନ୍ନ କରିବା ସକାଶେ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ବାଧ୍ୟହେବେ। ଛୋଟିଆ କଥାକୁ କେନ୍ଦ୍ରକରି ସାଧାରଣ ଯୁକ୍ତିତର୍କଜନିତ କଳହର ସୂଚନା ରହିଛି। ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବାର ଆଶଙ୍କା ରହିଛି।
କୁମ୍ଭ
କୁମ୍ଭ
ଦୃଢ ପଦକ୍ଷେପ ଗ୍ରହଣ କରି ସମସ୍ୟା ସମାଧାନ କରିବାରେ ସଫଳ ହେବେ। ଆନୁଷ୍ଠାନିକ କ୍ଷେତ୍ର, ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଅର୍ଥ ସଙ୍କଟ କାରଣରୁ ଗୁରୁତ୍ୱପୂର୍ଣ୍ଣ କାମ ଅଟକିଯିବା ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା, ବନ୍ଧୁବିଚ୍ଛେଦ, ପ୍ରବାସରେ ରହୁଥିବା ସନ୍ତାନଙ୍କ ସକାଶେ ବିଚଳିତ ହେବେ।
ମୀନମୀନ

ଆଗାମୀ ଯୋଜନାକୁ ସଫଳ ରୂପାୟନ କରିବା ପରିପ୍ରେକ୍ଷୀରେ ଆତ୍ମୀୟଙ୍କ ସୁପରାମର୍ଶ ସହାୟକ ହେବ। ବ୍ୟୟବୃଦ୍ଧି, ଅର୍ଥନୈତିକ ସମସ୍ୟା, ଶତ୍ରୁତାଜନିତ ବିବାଦ, ବନ୍ଧୁଙ୍କ ଅନାଦର ଯୋଗୁ ମନ ଦୁଃଖ ହୋଇପାରେ। ପରିବାରରେ ପକ୍ଷପାତିତାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟିର ସୂଚନା ରହିଛି। ଆକସ୍ମିକ ଭାବରେ ପରିଜନ ସହ ଦୂରଯାତ୍ରାର ଯୋଜନା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri