Posted inRasifala

ରାଶିଫଳ: ବୁଧବାର, ମେ ୨୯ ତାରିଖ – Daily Horoscope

ମେଷ
ଧନାଧିପ ଶୁକ୍ରଙ୍କ ସ୍ଥିତି ବିଭିନ୍ନ ବାଟରେ ଆର୍ଥିକ ଉନ୍ନତି ପାଇଁ ମାର୍ଗ ସୁଗମ କରିବ। କାର୍ଯ୍ୟ ହାସଲଜନିତ ମନରେ ପ୍ରଫୁଲ୍ଲତା ଭରି ରହିବା ସଙ୍ଗକୁ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। ପୂର୍ବ ଯୋଜନା ଅନୁଯାୟୀ କର୍ମାରମ୍ଭ ପୂର୍ବରୁ ପରିସ୍ଥିତିକୁ ସାମ୍ନା କରିବା କଷ୍ଟକର ହେବ। କୃତ୍ତିକା ନକ୍ଷତ୍ର ବନ୍ଧୁଙ୍କ ଦ୍ୱାରା ସମସ୍ୟା ସମାଧାନ ହୋଇପାରିବ।
ବୃଷ
ବୃଷ
ରାଶିରେ ଶୁକ୍ରଙ୍କ ସହ ରବିଙ୍କ ସ୍ଥିତି ସୁସ୍ଥ ପାରିବାରିକ ଜୀବନ ସହ ବାଣିଜ୍ୟ କ୍ଷେତ୍ରକୁ ଉନ୍ନତ କରିବ। ଦିନଟିରେ ପଡ଼ୋଶୀ କିମ୍ବା ଆତ୍ମୀୟଙ୍କ ସହଯୋଗ ଲାଭକରି କାର୍ଯ୍ୟ ହାସଲ କରିବେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଭାବପ୍ରବଣ ବଶତଃ ବନ୍ଧୁମେଳରେ ଗୁଡ଼ାଏ କଥା କହି ଅନ୍ୟମାନଙ୍କଠାରୁ ସହାନୁଭୂତି ହରାଇବେ।
ମିଥୁନ
ମିଥୁନ
କର୍ମସ୍ଥ ରାହୁ ସହ ମଙ୍ଗଳ ବିବାଦୀୟ ଘଟଣାରେ, ମାଲିମକଦ୍ଦମାରେ ପ୍ରତିବନ୍ଧକ ହଟାଇବ। ଉପରିସ୍ଥଙ୍କ ଅନୁକମ୍ପା ଲାଭ ସକାଶେ ଦିନଟି ଉପଯୁକ୍ତ ହେବ। ବନ୍ଧୁଙ୍କ ସହ ଆଲୋଚନା ସମୟରେ ଅବାନ୍ତର ଯୁକ୍ତିର ସାମ୍ନା କରି ବହୁ ଚର୍ଚ୍ଚିତ ହୋଇପାରନ୍ତି। ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ସହ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।
କର୍କଟ
କର୍କଟ
ତୃତୀୟ ବ୍ୟୟାଧିପ କର୍ମସ୍ଥାନରେ ଅବସ୍ଥାନ କରି ଶନିଦୃଷ୍ଟିରେ ଥିବାରୁ ନିଜର ଭଳି ମନେ ହେଉଥିବା ଲୋକଟି ସମସ୍ୟା ସୃଷ୍ଟି କରିପାରେ। ଚତୁର୍ଥଭାବକୁ ବୁଧଙ୍କ ଦୃଷ୍ଟି କୌଣସି ଜିନିଷ ବିକ୍ରୟ କରିବାର ଯୋଜନା କରିପାରନ୍ତି। ସାମାଜିକ ସ୍ତରରେ ଦକ୍ଷତା, ନିଜର କୃତି ଓ କୃତିତ୍ୱରୁ ସମ୍ମାନିତ ହେବେ।
ସି˚ହ
ସି˚ହ
ଭାଗ୍ୟାଧିପତି ଅଷ୍ଟମଭାବସ୍ଥ ଯୋଗୁ ଶିକ୍ଷା, ସନ୍ତାନ ଓ ବନ୍ଧୁ ସମ୍ପର୍କ କ୍ଷେତ୍ରରେ ମନସ୍ତାପ କରିବାକୁ ପଡ଼ିପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ମଘା ନକ୍ଷତ୍ର କାରଣ ନ ଥାଇ ଦୋଷୀ ସାବ୍ୟସ୍ତ ହେବେ। କ୍ରୀଡା, ସଂଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କଲେ ସାମୟିକ ଆନନ୍ଦପ୍ରାପ୍ତି ହୋଇପାରେ।
କନ୍ୟା
ଚତୁର୍ଥାଧିପତି ସ୍ବଭାବରୁ ଷଷ୍ଠସ୍ଥ ଯୋଗୁ କାର୍ଯ୍ୟ ସାଧନ ଲାଗି ସଂଘର୍ଷ କରିବାକୁ ପଡ଼ିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ସକାଶେ ବନ୍ଧୁ ପ୍ରଶଂସାରେ ଶତମୁଖ ହେବେ। ଆର୍ଥିକ ସମସ୍ୟା ସୁଧାରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବାକୁ ପଡ଼ିପାରେ। ଯାତ୍ରା ସମ୍ପର୍କରେ ଚିନ୍ତା ବଢିବ ତଥାପି ଉନ୍ନତ ଚିନ୍ତା ଓ ସେବା ମନୋଭାବରୁ ପ୍ରଶଂସିତ ହେବେ।
ତୁଳା
ତୁଳା
କର୍ମାଧିପଙ୍କ କର୍ମସ୍ଥାନକୁ ଦେଖୁଥିବାରୁ ମନ ଅନୁଯାୟୀ କାମ ହାସଲ କରିବାରେ ଅସୁବିଧା ହେବ ନାହିଁ। ପଡ଼ୋଶୀ କିମ୍ବା ପ୍ରିୟଜନଙ୍କ ସାହାଯ୍ୟ କାର୍ଯ୍ୟ ସାଧନରେ ସହାୟକ ହେବ। ଉପରିସ୍ଥଙ୍କ ଅନୁକମ୍ପାରୁ ଦୀର୍ଘ ଦିନର ଯୋଜନାକୁ ବାସ୍ତବ ରୂପ ଦେବେ। ଆଜିର ଦୂରଯାତ୍ରା ଶୁଭପ୍ରଦ ହେବ କିନ୍ତୁ ଅପରାହ୍ନରେ ବ୍ୟସ୍ତତା ବୃଦ୍ଧି ଘଟିପାରେ।
ବିଛା
ବିଛା
ଆଜିର ତୃତୀୟସ୍ଥ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ରାହୁଯୁକ୍ତ ରାଶ୍ୟାଧିପତି ଯୋଗୁ ଯାହା କରୁଛନ୍ତି ଭାବିଚିନ୍ତି କରିବା ଭଲ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରି କୃତକାର୍ଯ୍ୟ ଅବଶ୍ୟ ହେବେ। କଳା ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ମୁଖଭାବରେ ଚନ୍ଦ୍ରଙ୍କ ପ୍ରଭାବରୁ ମିଠାକଥାରେ ଅନ୍ୟମାନଙ୍କ ବିଶ୍ୱାସଭାଜନ ହେବେ। ଆଜି ଯେଉଁ କାମରେ ହାତ ଦେଇଛନ୍ତି, ତାହା ପୂରଣ ହେବ। ଚଳନ୍ତା ଗାଡ଼ିରେ ଜଣେ ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସ କରି ସଙ୍କଟଜନକ ପରିସ୍ଥିତିରେ ପଡ଼ିବାର ସୂଚନା ରହିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ।
ମକର
ମକର
ଶନିକ୍ଷେତ୍ରସ୍ଥ ଉତ୍ତରାଷାଢା ନକ୍ଷତ୍ରର ଚନ୍ଦ୍ର ଅଧିକାଂଶ ସମୟ ଡିପ୍ରେସନରେ ରଖିପାରେ। ଶ୍ରବଣା ନକ୍ଷତ୍ର ଯାତ୍ରା, ବାଣିଜ୍ୟ, ହାତକୁ ନେଇଥିବା କାମ, କଚେରି ମାମଲା କ୍ଷେତ୍ରରେ ସଫଳତା ମିଳିବ। ପରୋକ୍ଷ ଶତ୍ରୁତା କାରଣରୁ ଯେତେ ଭଲ କାମ କଲେ ମଧ୍ୟ ଅଭିଯୋଗ ପାଇବେ। କାର୍ଯ୍ୟଦକ୍ଷତାକୁ ନେଇ ପଡ଼ୋଶୀ ପ୍ରଶଂସା କରିବେ।
କୁମ୍ଭ
କୁମ୍ଭ
ଯେତେ ଭଲ କାମ କଲେ ମଧ୍ୟ ସବୁ କାମରେ କିଛିଟା ସମସ୍ୟାଜନିତ ମନ ଭାରାକ୍ରାନ୍ତ ରହିବ। ପଦମର୍ଯ୍ୟାଦା ବୃଦ୍ଧି ସଙ୍ଗକୁ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ। ପୂର୍ବଭାଦ୍ରବ ନକ୍ଷତ୍ରର ଆର୍ଥିକ ସ୍ଥିତି ଭଲ ରହିବ। ଜିଦ୍‌ଖୋର ପ୍ରବୃତ୍ତି ତ୍ୟାଗକରି କୌଶଳ ପ୍ରୟୋଗ କରି କାମ କଲେ ହାସଲରେ ସମର୍ଥ ହେବେ।
ମୀନମୀନ

ଦ୍ୱିତୀୟସ୍ଥ ବୁଧ ପ୍ରଭାବରେ ସତ୍ୟଭାଷଣଜନିତ ସମସ୍ୟା ଆସିବା ସୂଚନା ରହିଛି। ସମସ୍ୟା ପରେ ସମସ୍ୟା ଆସିବା ଫଳରେ ସାଧାରଣ କଥାକୁ କେନ୍ଦ୍ରକରି ମତାନ୍ତର ଘଟିବାଜନିତ କ୍ଷୋଭ ପ୍ରକାଶ କରିପାରନ୍ତି। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ସଭାସମିତିରେ ପ୍ରଶଂସିତ ହେବେ। ବନ୍ଧୁମାନଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri