Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅନୁପସ୍ଥିତି କାରଣରୁ ଉପରିସ୍ଥଙ୍କ ଚାପର ସମ୍ମୁଖୀନ ହେବେ। ଯାତ୍ରାକାଳରେ କୌଣସି ଯୁବକଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ପରିବାର ଖର୍ଚ୍ଚଭାର ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। ଗତକାଲିର ଯୋଜନା ମୁତାବକ କାମକୁ ଆଜି ସମ୍ପନ୍ନ କରିବାରେ ସଫଳ ହେବେ।
ବୃଷ
ବୃଷ
ପରୋକ୍ଷ ଶତ୍ରୁତା କରୁଥିବା ଯୋଗୁ ବନ୍ଧୁଙ୍କ କାର୍ଯ୍ୟକଳାପ ଦେଖି ବିଚଳିତ ହୋଇପାରନ୍ତି। ପଡୋଶୀଙ୍କ ପରାମର୍ଶରେ ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରର ସମସ୍ୟା ସମାଧାନ ହେବ। ଅଭାବ ନ ଥିଲେ ମଧ୍ୟ କେତକ ଘରୋଇ କାରଣକୁ ନେଇ ମନ ବିଚଳିତ ରହିବ। ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯିବାରୁ ଆଶ୍ୱସ୍ତି ଅନୁଭବ କରିବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ପୂର୍ବ ଶତ୍ରୁତା କାରଣରୁ ଆଶା କରି ନ ଥିବା ଖବର ଶୁଣି ବିସ୍ମିତ ହୋଇପାରନ୍ତି। ରାଜନୈତିକ ସ୍ତରରେ କଳହ ଘେରରେ ଆକ୍ରାନ୍ତ ହେବାର ସୂଚନା ରହିଛି। ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍‍ ପାଇଯିବେ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡିକ ତ୍ୱରାନ୍ବିତ ହେବାର ଆଶା କରାଯାଇପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପ୍ରତ୍ୟେକ ବିଫଳତାକୁ ସମୀକ୍ଷା କରି ନିରାକରଣ ପୂର୍ବକ କାର୍ଯ୍ୟକଲେ ସଫଳତା ପାଇବେ। ପରିବାରରେ ସ୍ତ୍ରୀଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ସାଙ୍ଗକୁ ପ୍ରାଧାନ୍ୟତା ମଧ୍ୟ ବଢ଼ିବ। ବନ୍ଧୁଙ୍କ ପରାମର୍ଶ କ୍ରମେ ସତ୍‍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।
ସି˚ହ
ସି˚ହ
ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡିପାରେ। କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ଖାଦ୍ୟପେୟ ଠିକ୍‍ ରହିବ ନାହିଁ। ସାମାଜିକ ସ୍ତରରେ ଏଜେନ୍ସି, କଳା, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ।
କନ୍ୟା
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ଦିଗରେ ବନ୍ଧୁଙ୍କ ସହ ବିଭିନ୍ନ ଆଲୋଚନା କରିପାରନ୍ତି। ସମସ୍ୟା ମଧ୍ୟରେ ଗତି କରୁଥିବା କାରଣରୁ ମନୋବଳ କ୍ରମଶଃ ହ୍ରାସ ପାଇବାର ସୂଚନା ରହିଛି। ଭଲ ସମ୍ପର୍କ ଥିବା ବନ୍ଧୁ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‍ ବୁଝିପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ଆଗାମୀ ଆନୁଷ୍ଠାନିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ।
ତୁଳା
ତୁଳା
ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଅଧାପନ୍ତରିଆ କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବାର ସୂଚନା ରହିଛି। ଆନୁଷ୍ଠାନିକ କାମରେ ପଦସ୍ଥ ବ୍ୟକ୍ତିମାନଙ୍କ ନିକଟରୁ ପ୍ରଶଂସା ମିଳିବ। ନିଜ ମନ ପସନ୍ଦର ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି।
ବିଛା
ବିଛା
ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବା ସହ ଯାହା ଆଶା କରୁଥିଲେ ତାହା ପାଇପାରିବେ। ଯୁକ୍ତିଯୁକ୍ତ କଥା କହିଲେ ମଧ୍ୟ ସ୍ବାର୍ଥହାନି ଆଶଙ୍କାରେ ବନ୍ଧୁ ଭୁଲ୍‍ ଦୃଷ୍ଟିରୁ ବିଚାର କରିପାରନ୍ତି। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମ ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। ବନ୍ଧୁଙ୍କ ପ୍ରେରଣାରେ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବା ସହ ଟେନ୍‍ସନ ମଧ୍ୟ ଦୂର ହେବ।
ଧନୁ
ଧନୁ
ପଡୋଶୀଙ୍କ ସହାନୁଭୂତିରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବାରୁ ମାନସିକ ସ୍ଥିତି ବଦଳିଯିବ। ଆପଣଙ୍କ କାର୍ଯ୍ୟଦକ୍ଷତାରେ ପଡୋଶୀମାନେ ଭୁରିଭୁରି ପ୍ରଶଂସା କରିପାରନ୍ତି। କିନ୍ତୁ ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା ଧୀରେ ଧୀରେ ସୁଧୁରିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ସହକର୍ମୀଙ୍କ ପ୍ରତ୍ୟେକ କଥାକୁ ନେଇ ଭୁଲ୍‍ ବୁଝାମଣା ହେତୁ କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ। ଆମତ୍ୀୟ ତଥା ପଡୋଶୀମାନେ ମନ ବୁଝିଲାଭଳି କଥା କହି କାର୍ଯ୍ୟ ହାସଲ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାର୍ଯ୍ୟକଲେ ସଫଳତା ପାଇପାରନ୍ତି।
କୁମ୍ଭ
କୁମ୍ଭ
ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ହେତୁ ମିତ୍ରମାନେ ପରୋକ୍ଷ ଶତ୍ରୁତା ଆଚରଣ କରିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ବିବାଦୀୟ ଘଟଣା କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ପାଖପଡୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‍ ହେବନାହିଁ।
ମୀନମୀନ

ପାରସ୍ପରିକ ମତଭେଦ କାରଣରୁ କର୍ମକ୍ଷେତ୍ରର ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବ। ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହେବ। ସରକାରୀ ସ୍ତରରେ ଅଟକିଥିବା କାମକୁ ସମ୍ପନ୍ନ ସକାଶେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ସାହିତ୍ୟ, କ୍ରୀଡା, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବାର ସୌଭାଗ୍ୟ ଲାଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri