Categories: Rasifala

ରାଶିଫଳ: ବୁଧବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ
ଆଜିର ଶୁଭଚନ୍ଦ୍ର ପାରିବାରିକ ଜୀବନକୁ ଶାନ୍ତିପ୍ରଦ ରଖିବା ସହ ଯାତ୍ରାକୁ ସଫଳ କରିବ। କର୍ମକ୍ଷେତ୍ରରେ ସହକର୍ମୀ ଯଥାସାଧ୍ୟ ସାହାଯ୍ୟ କରି ଶ୍ରମ ଲାଘବ କରିବେ। ବାଣିଜ୍ୟ, ପରିବହନରେ ଶିଥିଳତା ଦେଖାଦେଲେ ମଧ୍ୟ ଲାଭ କିଛି ଊଣା ହେବନି। ଗୃହ ନିର୍ମାଣ, ଆଲୋଚନାଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।
ବୃଷ
ସପ୍ତମାଧିପତି ଏକାଦଶରେ ଅବସ୍ଥାନ କରୁଥିବାରୁ ପ୍ରତିଦ୍ୱନ୍ଦ୍ୱୀ ହିଁ ଆପଣଙ୍କୁ ବୁଝାମଣା ଭିତିରେ ସମାଧାନର ମାର୍ଗ ବତାଇପାରନ୍ତି। ସ୍ତ୍ରୀଙ୍କ ପରାମର୍ଶ ମାନି କାମ କଲେ ଉପକୃତ ହେବେ। ଆଜି ହାତକୁ ନେଇଥିବା କାମଗୁଡ଼ିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। କଳାତ୍ମକ ଦିଗରୁ ପ୍ରଶଂସିତ ହେବେ ଓ ସଭାସମିତିରେ ସମ୍ମାନିତ ହେବେ।
ମିଥୁନ
ଚନ୍ଦ୍ର କେନ୍ଦ୍ରସ୍ଥ ବୃହସ୍ପତି ଶୁଭ ଯୋଗ ସୃଷ୍ଟି କରୁଥିବାରୁ କୌଣସି କାମ ଅଟକିବ ନାହିଁ। ଅନ୍ତରଙ୍ଗ ବନ୍ଧୁଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ। ଦ୍ୱିଧାବୋଧ ନ କରି ମନର ଭାବକୁ ପ୍ରକାଶ କରିପାରିଲେ କାମ ହାସଲରେ ସମର୍ଥ ହେବେ। ଦୀର୍ଘଦିନରୁ ଲାଗି ରହିଥିବା ପରୋକ୍ଷ ଶତ୍ରୁତା ସାମାନ୍ୟ ବ୍ୟତିକ୍ରମ ସୃଷ୍ଟି କରିପାରେ।
କର୍କଟ
ଆଜିର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଲେ ମଧ୍ୟ ପୂର୍ଣ୍ଣ ଆରୋଗ୍ୟ ହୋଇ ନ ପାରେ। ଅଟକି ରହିଥିବା କାମଟି ଆଜି ପୂର୍ଣ୍ଣାଙ୍ଗ ହୋଇଯିବ। ଆତ୍ମୀୟଙ୍କ ସହଯୋଗରେ ବାକି ପଡ଼ିଥିବା ଅର୍ଥ ଲାଭ କରିବେ। ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି କ୍ଷେତ୍ରରେ ସମସ୍ୟା ସୁଧାରି ନେବାର ପ୍ରଯନତ୍ କରିବେ। ଆକସ୍ମିକ ଭ୍ରମଣ ସୁଯୋଗ ଲାଭ କରିବେ।
ସି˚ହ
ରବି ଉଚ୍ଚସ୍ଥ ରହିଥିବାରୁ ସମସ୍ତ ସମସ୍ୟାକୁ ପ୍ରତିହତ କରି କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ଆବଶ୍ୟକୀୟ ଅର୍ଥ ଲାଭର ଯୋଜନା ଫଳପ୍ରଦ ହେବାରୁ ମନ ପ୍ରଫୁଲ୍ଲ ରହିବ। ସହକର୍ମୀ କିମ୍ବା ପ୍ରିୟଜନମାନଙ୍କୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ସାମାଜିକ ସ୍ତରରେ ଲୋକାଚାରକୁ ଭୟ କରି କୌଣସି କାର୍ଯ୍ୟରେ ଆଗକୁ ବଢ଼ିପାରିବେ ନାହିଁ।
କନ୍ୟା
ବୃହସ୍ପତିଙ୍କ ପ୍ରଭାବରୁ କର୍ମାରମ୍ଭ ସକାଶେ ମନ ବଳାଇ ପାରନ୍ତି। ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ କିନ୍ତୁ ସମସ୍ୟା ସମାଧାନର ରାସ୍ତା ମଧ୍ୟ ଖୋଜି ପାଇବେ। ଆନୁଷ୍ଠାନିକ କାମରେ ବ୍ୟସ୍ତତା ବୃଦ୍ଧି ପାଇବା ସଙ୍ଗକୁ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି। ପରିବାର, ସନ୍ତାନସନ୍ତତି ଓ ଶିକ୍ଷା କ୍ଷେତ୍ର ସକାଶେ ଚିନ୍ତିତ ରହିପାରନ୍ତି।
ତୁଳା
ଶୁକ୍ର ଅଷ୍ଟମସ୍ଥ ସ୍ବଗୃହୀ ଯୋଗୁ ଶୁଭଫଳ ସ୍ବରୂପ ହସ, ଖୁସିରେ ସମୟ ଅତିବାହିତ କରିପାରନ୍ତି। ଆଜିର ସକାଳୁଆ ଯାତ୍ରା, ବନ୍ଧୁଙ୍କ ସହ ଆଲୋଚନା, ସଭାସମିତି, ଚୁକ୍ତିପତ୍ର, ପ୍ରେସ୍‌ ଓ ପବ୍ଲିକେଶନର ସ୍ଥିତି ପ୍ରାୟତଃ ଠିକ୍‌ ରହିବ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ।
ବିଛା
ସମୟର ଅନୁକୂଳତା ଆପଣଙ୍କୁ ନୂତନ କର୍ମର ଯୋଜନା ମାଧ୍ୟମରେ ବିଶ୍ରାମହୀନ କାର୍ଯ୍ୟ କରାଇପାରେ। ଅତି ନିଜର ମନେ କରୁଥିବା ବ୍ୟକ୍ତିଟି ଛଳନାତ୍ମକ କଥା କହି ଫାଇଦା ହାସଲର ଚିନ୍ତା କରିପାରେ। ବହୁତ ଦିନରୁ ରହି ଆସିଥିବା ଅପୂରଣୀୟ ଅଭିଳାଷ ପୂରଣ ହେବା ସକାଶେ ରାସ୍ତା ଖୋଲି ଯିବ।
ଧନୁ
ଆଜିର ଗ୍ରହସ୍ଥିତିର ସୁପ୍ରଭାବରେ ପ୍ରତ୍ୟେକ କାମକୁ ଦକ୍ଷତାର ସହ ସମ୍ପନ୍ନ କରି ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବିସ୍ତାର କରି କାମ କରିବେ। ପାରିବାରିକ କ୍ଷେତ୍ରରେ ଦୁଶ୍ଚିନ୍ତା ମନକୁ ଆକ୍ରାନ୍ତ କରିପାରେ। ଅର୍ଥ ସମ୍ପର୍କ, ବିବାଦୀୟ ଘଟଣା, ପ୍ଲଟିଂ କାରବାର, ଧାତୁ , ଅଳଙ୍କାରାଦି କ୍ଷେତ୍ରରେ କୌଣସି ସମସ୍ୟା ଉପୁଜିପାରେ।
ମକର
ନବମସ୍ଥ ଚନ୍ଦ୍ର ପ୍ରଭାବରେ ଆପଣ ମନ ଖୁସୀ ହେତୁ ସହୃଦୟତାର ସହ କାମ କରିବା ସକାଶେ ମନ ବଳାଇବେ। ତଥାପି ଭୁଲ୍‌ ବୁଝାମଣା କାରଣରୁ ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିମାନେ ପରୋକ୍ଷ ଭାବରେ ଶତ୍ରୁତା ଆଚରଣ କରିପାରନ୍ତି। ଆର୍ଥିକ ସ୍ଥିତି ମଧ୍ୟ ମନ୍ଦ ହେବନାହିଁ, ଯାହାଦ୍ୱାରା କି ବହୁ ପରିମାଣରେ ଅଭିବୃଦ୍ଧିର ହାର ବଢ଼ିଯିବ।
କୁମ୍ଭ
ଉପରିସ୍ଥଙ୍କ ଆଦେଶପ୍ରାପ୍ତ ପୂର୍ବକ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ନିଷ୍ପତ୍ତି ନେବେ। ସଭାସମିତିରେ ସାହିତ୍ୟ, ରଚନାମତ୍କ କାମରେ ପ୍ରଶଂସା ପାଇବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲା ଓ ସଭାସମିତିରେ ସୁଫଳ ପାଇବେ।
ମୀନ
କର୍ମକ୍ଷେତ୍ର ଓ ପାରିବାରିକ ଜୀବନରେ ସମସ୍ୟା ରହିଥିଲେ ମଧ୍ୟ ବୃହସ୍ପତିଙ୍କ ସୁଦୃଷ୍ଟିରୁ ଲାଘବ ହୋଇଯିବ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପ୍ରଭୃତିରୁ ଲାଭବାନ ହେବେ। ସାମାଜିକ କ୍ଷେତ୍ରରେ, ରାଜନୈତିକ ପଟ୍ଟଭୂମିରେ, ସାଂସ୍କୃତିକ କାର୍ଯ୍ୟରେ, ବନ୍ଧୁ ମିଳନରୁ ଆନନ୍ଦିତ ହେବେ। କୌଣସି କଲ୍ୟାଣକାରକ କର୍ମରେ ଯୋଗଦେବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.