Posted inRasifala

ରାଶିଫଳ: ସୋମବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ
ଆଜିର ଗ୍ରହସ୍ଥିତି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା ପାଇବେ। କାଳେ କିଛି ଦେବାକୁ ପଡ଼ିବ,ଏହି ଆଶଙ୍କାରେ ସମ୍ପର୍କୀୟ ଦୂରେଇ ରହିବେ। କର୍ମକ୍ଷେତ୍ରରେ ଜିଦ୍‌ରେ ଅଟଳ ରହିଲେ ସମସ୍ୟାକୁ ନିମନ୍ତ୍ରଣ କରିବେ।
ବୃଷ
ବୃଷ
କୃତ୍ତିକା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ବୟସ୍କଙ୍କ ଦୁଶ୍ଚିନ୍ତା ବୃଦ୍ଧିପାଇବ। କାର୍ଯ୍ୟ ହାସଲ ସକାଶେ ବନ୍ଧୁଙ୍କ ସାହାଯ୍ୟରୁ ଆଶ୍ୱସ୍ତି ଲଭିବେ। ଯାତ୍ରା, ବାଣିଜ୍ୟ, ପରିବହନ, ଆଇନ ଅଦାଲତ ଓ ଆନୁଷ୍ଠାନିକ କାମ ପାଇଁ ଅସୁବିଧା ହେବ ନାହିଁ। ପ୍ରତ୍ୟେକ ପରିସ୍ଥିତିରେ ମନୋବଳ ଟାଣ ରହିବ ଓ ପଛକୁ ଫେରିବାର ଚିନ୍ତା କରି ନ ପାରନ୍ତି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଭୁଲ୍‌ବଶତଃ ସ୍ଥଗିତ କାମପାଇଁ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ପୁନର୍ବସୁ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ ଏବଂ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସୁଯୋଗ ଆସିପାରେ। ଜମିଜମା କାରବାର କିମ୍ବା ପ୍ଲଟ କିଣିବା ଦିଗରେ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ର ବନ୍ଧୁଙ୍କ କାମରେ ସାମିଲ ହୋଇ ନିଜ କାମକୁ ପଛକୁ ରଖିପାରନ୍ତି। କେତେକ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ପାରିବାରିକ ସମସ୍ୟାର ସରଳ ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିପାରନ୍ତି। ସାମାଜିକ କାମ, ସଭାସମିତି, ସାମ୍ବାଦିକତା, ପ୍ରଶାସନିକ କ୍ଷେତ୍ର ଓ ବ୍ୟବସାୟ ପାଇଁ ଦିନଟି ବହୁତ ଭଲ।
ସି˚ହ
ସି˚ହ
ପରିବାରର ଖର୍ଚ୍ଚ ବୃଦ୍ଧି କାରଣରୁ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। କର୍ମକ୍ଷେତ୍ରରେ ଚାପଗ୍ରସ୍ଥ କାରଣରୁ ବାକିଆ କାମ ପାଇଁ ଚିନ୍ତା ବଢିଯିବ। ପାରିବାରିକ କ୍ଷେତ୍ରର ଅମିମାଂସୀତ ଘଟଣାବଳୀକୁ ନେଇ ଗୁରୁଜନଙ୍କ ସହ ଆଲୋଚନା କରିବାକୁ ମନସ୍ଥ କରିବେ। ମଘା ନକ୍ଷତ୍ର ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି।
କନ୍ୟା
କୌଣସି କାମ ଅଟକି ନ ରହିଲେ ମଧ୍ୟ ତାହାକୁ ସଜାଡିବା କ୍ଷେତ୍ରରେ ହଇରାଣ ହେବାକୁ ପଡିବ। ବନ୍ଧୁଙ୍କ କଥାକୁ ପୂର୍ଣ୍ଣ ବିଶ୍ୱାସ କରି ପରକ୍ଷଣରେ ଅନୁତାପ କରିପାରନ୍ତି। ପରିସ୍ଥିତିବଶତଃ କଠିନ ପରିଶ୍ରମ ଓ ଭ୍ରମଣଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେବ। ହସ୍ତା ନକ୍ଷତ୍ର ସକାଶେ ବ୍ୟବସାୟିକ ସ୍ଥିତି ଭଲ ରହିବାରୁ ଖୁସି ରହିବେ।
ତୁଳା
ତୁଳା
ପାରସ୍ପରିକ ବୁଝାମଣା ହେତୁ ପରିବାରରେ ଶାନ୍ତି ଫେରିବାର ସୂଚନା ରହିଛି। ବ୍ୟବସାୟରେ ସଫଳତା ହାସଲ କରିବେ କିନ୍ତୁ ଋଣ ପରିଶୋଧ କରିପାରିବେ ନାହିଁ। ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ। ବିଶାଖା ନକ୍ଷତ୍ର ଆଇନ ଅଦାଲତରେ ସମସ୍ୟାଜନିତ ଚିନ୍ତା ପ୍ରକଟ କରିପାରନ୍ତି।
ବିଛା
ବିଛା
ପରିସ୍ଥିତିର ତାଡ଼ନାରେ ଇଚ୍ଛା ନ ଥାଇ ମଧ୍ୟ ବାରମ୍ବାର ମତ ବଦଳାଇବାକୁ ବାଧ୍ୟ ହେବେ। ସଭାସମିତି କିମ୍ବା ଆଲୋଚନା ପରିସରରେ ସାହସିକତା ପ୍ରଦର୍ଶନ କରି ପ୍ରଶଂସିତ ହୋଇପାରନ୍ତି। ଅନୁରାଧା ନକ୍ଷତ୍ର କ୍ରୀଡ଼ା, ସାହିତ୍ୟ ଓ ସଙ୍ଗୀତାଦିରେ ସୁନାମ ଅର୍ଜନ କରିବେ। ଯାନବାହନ ଚାଳନାରେ ସତର୍କ ନ ରହିଲେ ବହୁମୂଲ୍ୟ ଦେବାକୁ ପଡ଼ିପାରେ।
ଧନୁ
ଧନୁ
ଅତୀତ ଘଟଣାକୁ କେନ୍ଦ୍ରକରି ସମାଲୋଚନା ମଧ୍ୟରେ ଅଶାନ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ ସ୍ଥଗିତ ରହିଥିବା କାମକୁ ପୁନଃ ଆରମ୍ଭ କରିବା ପାଇଁ ଚିନ୍ତା କରିପାରନ୍ତି। ପ୍ରକାଶନ, ପ୍ରଶାସନ, ସଂଗଠନ, ରାଜନୀତି ଓ ସଭାସମିତିରେ ଶୁଭଫଳ ପାଇବେ। ପୂର୍ବାଷାଢ଼ା ନକ୍ଷତ୍ର ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମକର
ମକର
ବିବାଦୀୟ ସ୍ଥିତି ମଧ୍ୟରେ ଗତିକରିବାକୁ ପଡୁଥିବାରୁ ଖୁସିରେ ରହପାରିବେ ନାହିଁ। ଅଟକି ରହିଥିବା କୌଣସି କାର୍ଯ୍ୟ ହଠାତ୍‌ ଆରମ୍ଭ କରିବାକୁ ସ୍ଥିର କରିବେ। ଶ୍ରବଣା ନକ୍ଷତ୍ର ସାମାଜିକ ସ୍ତରରେ ଅପ୍ରୀତିକର ପରିସ୍ଥିତିଜନିତ ଘଟଣାର ଦିଗ ବଦଳିଯିବ। ଶିଳ୍ପ, ବ୍ୟବସାୟ, ପରିବହନ, ପ୍ରଶାସନ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ।
କୁମ୍ଭ
କୁମ୍ଭ
ନୂତନ କର୍ମାରମ୍ଭ ସକାଶେ ଯୋଜନା କରି ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିପାରନ୍ତି। ପରିସ୍ଥିତିକୁ ଲାଘବ କରିବା ସକାଶେ ଋଣ ପରିଶୋଧର ପ୍ରତିଶ୍ରୁତି ଦେବାକୁ ପଡ଼ିପାରେ। ଶତଭିଷା ନକ୍ଷତ୍ର ସକାଶେ ଯେତେ ଉପାୟ କଲେ ମଧ୍ୟ ସୁବିଧାରେ କାମ ହାସଲ କଷ୍ଟକର ହେବ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମୀନମୀନ

ସମସ୍ୟା ଲାଗିରହିଥିଲେ ମଧ୍ୟ ଆଜିର କୌଣସି କାମ ପାଇଁ ହଇରାଣ ହେବେନାହିଁ । ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ସକାଶେ ପରିସ୍ଥିତିକୁ ଦେଖିଚାହିଁ କାମ କରିବା ଭଲ। ପରିବାରରେ ହେଉ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ କଡ଼ାକଥା କହିଲେ ଚଳିବନାହିଁ। ରୋଗର ପୀଡ଼ା ବୃଦ୍ଧିରେ ଆତ୍ମୀୟଙ୍କ ସହାନୁଭୂତି ପାଇ ଏକପ୍ରକାର ମନକୁ ବୁଝାଇନେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri