Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ପୁନର୍ବସୁ ନକ୍ଷତ୍ରରେ ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟ ସୁବିଧାରେ ସମ୍ପନ୍ନ ହୋଇଯିବ। ଯଦିଓ ବିଶେଷ କିଛି ଗୁରୁତର ସମସ୍ୟା ନାହିଁ, ତଥାପି ସୁସ୍ଥତା ଅନୁଭବ କରିବେ। କୃଷି, ବାଣିଜ୍ୟ, ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଗୃହକୁ କିଛି ମୂଲ୍ୟବାନ୍‌ କିମ୍ବା ସୌଖୀନ ପଦାର୍ଥ ଆଣିପାରନ୍ତି।
ବୃଷ
ବୃଷ
ଶୁକ୍ର ରାହୁଙ୍କ ନକ୍ଷତ୍ରସ୍ଥ ହେତୁ ସ୍ବାସ୍ଥ୍ୟ, ଚାକିରି ଓ ଅର୍ଥ ସମ୍ପର୍କିତ କର୍ମରେ ସମସ୍ୟା ଦେଖାଦେବ। ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। କାମର ଚାପ ପ୍ରଭାବରୁ ଟେନ୍‌ସନ କିଛି ମାତ୍ରାରେ ଲାଗିରହିବ। ଖଳପ୍ରକୃତିର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି। କିନ୍ତୁ କିଛି ଅସୁବିଧା ହେବନାହିଁ ।
ମିଥୁନ
ମିଥୁନ
ବୁଧ ଅଶ୍ଳେଷା ନକ୍ଷତ୍ରରେ ରହିଥିବାରୁ ବନ୍ଧୁମାନଙ୍କ ସହାନୁଭୂତି ପାଇବା କଷ୍ଟକର ହୋଇପଡ଼ିବ। ଅଫିସ୍‌ରେ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ। ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଦେବଦର୍ଶନ ସାଙ୍ଗକୁ ନୂତନ ଦର୍ଶନୀୟ ସ୍ଥାନ ପରିଭ୍ରମଣର ସୁଯୋଗ ଜୁଟିପାରେ।
କର୍କଟ
କର୍କଟ
ରାଶିରେ ତିନୋଟି ଗ୍ରହ ଅବସ୍ଥାନ କରିଥିବାରୁ ଏକାଧିକ କାମରେ ମନୋନିବେଶ କରି ବ୍ୟସ୍ତତା ପ୍ରକାଶ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନେବା ଭଲ ହେବ। କେତେକ କ୍ଷେତ୍ରରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରିନେବେ। କଚେରି ମାମଲା ମନ୍ଥର ଯୋଗୁ ସାମୟିକ ଚିନ୍ତାଶୀଳ ହୋଇପାରନ୍ତି।
ସି˚ହ
ସି˚ହ
ଆଜି ରବି ପୁଷ୍ୟା ନକ୍ଷତ୍ରରେ ରହୁଥିବାରୁ ପରିବାରର କିଛି ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ। ଉଚ୍ଚ ପଦାଧିକାରୀଙ୍କ କ୍ରୋଧରୁ କିଛିଟା ହଇରାଣ ହୋଇପାରନ୍ତି। ସହକର୍ମୀଙ୍କ ସହ ଟଙ୍କା ପଇସାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ତଥାପି ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ।
କନ୍ୟା
ଦ୍ୱିତୀୟସ୍ଥ କେତୁ ପ୍ରଭାବରେ ବିଭିନ୍ନ ସମସ୍ୟାରେ ମାନସିକ ସ୍ଥିତି ଭଲ ରହିବ ନାହିଁ। ବିଷମ ପରିସ୍ଥିତିରେ ବନ୍ଧୁଙ୍କଠାରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହେବ। ଦୀର୍ଘଦିନ ହେଲା ଯେଉଁ କାମ ଆରମ୍ଭ କରିବାକୁ ମନ ବଳାଇଥିଲେ ଆଜି ତାହା କରିବା କାରଣରୁ ମନ ଉଚ୍ଚାଟ ରହିବ। ସାମାଜିକସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବାର ଆଶା ରହିଛି।
ତୁଳା
ତୁଳା
ବକ୍ରୀ ଶନିଙ୍କ ନକାରାମତ୍କ କୁଫଳରୁ ଅଶାନ୍ତି ଲାଗି ରହିପାରେ। କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ ସମସ୍ୟା ପ୍ରାୟତଃ ଆଗକୁ ବଢ଼ିପାରିବ ନାହିଁ।
ବିଛା
ବିଛା
ଦ୍ୱିଜା ନକ୍ଷତ୍ରସ୍ଥ ମଙ୍ଗଳଙ୍କ ଯୋଗୁ ସ୍ବାସ୍ଥ୍ୟଗତ କେତେକ ସମସ୍ୟା ମନକୁ ନିରୁସତ୍ାହିତ କରିବ। ଯାହାଙ୍କଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇ ମନ ଭଲ ରହିବ ନାହିଁ। ସାଧାରଣ କଥାରେ ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ତଥାପି ଅଫିସ୍‌ରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇପାରେ।
ଧନୁ
ଧନୁ
ବୃହସ୍ପତି ଧନ ତୃତୀୟାଧିପଙ୍କ ନକ୍ଷତ୍ରରେ ରହିଥିବାରୁ ଭାଇ ସହ ଅର୍ଥ ସମ୍ପର୍କିତ କଳହ ଲାଗିପାରେ। ଅବଶ୍ୟ ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କିନ୍ତୁ ତରବର ନ ହୋଇ ଭାବିଚିନ୍ତି କାମ କରିବା ଭଲ ହେବ। ଅଫିସରଙ୍କ ସମ୍ମୁଖରେ ନିଜ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯାଇପାରନ୍ତି।
ମକର
ମକର
ରାଶ୍ୟାଧିପ ମଙ୍ଗଳଙ୍କ ନକ୍ଷତ୍ରସ୍ଥ ଯୋଗୁ ନିଜ ସହ ପଡୁ ନ ଥିବା ଲୋକମାନେ ନିନ୍ଦା ରଟନା କରିବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହ କିମ୍ବା ଅଫିସ୍‌ରେ କଳହ ସୃଷ୍ଟି ହେବ। ଅନ୍ୟର ଘରୋଇ କଥା କିମ୍ବା କାମରେ ମୁଣ୍ଡ ପୂରାନ୍ତୁ ନାହିଁ । ସଭାସମିତି, ଆନୁଷ୍ଠାନିକ କାମ, କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଶୁକ୍ର ଓ ବୃହସ୍ପତିଙ୍କ ସ୍ଥିତି ପ୍ରଭାବରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବା ଦିଗରେ ଜଣେ ବନ୍ଧୁ କିଛି ଖବର ନେଇ ଆସିବେ। କର୍ମକ୍ଷେତ୍ରରେ ଅଭାବନୀୟ ସ୍ଥିତିରୁ ସହସା ମୁକ୍ତି ମିଳିବ। ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବହୁତ ଦିନର ନୂଆ ଯୋଜନାଟିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇପାରନ୍ତି।
ମୀନମୀନ
ପାପଗ୍ରହ ମଧ୍ୟସ୍ଥ ଗୁରୁ ହେତୁ କର୍ମକ୍ଷେତ୍ରରେ ମନ୍ଥର ଗତି ଦେଖାଦେଇପାରେ କିନ୍ତୁ କୌଣସି କାମ ଅଟକିବ ନାହିଁ। ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ସମସ୍ୟା ଲାଗିରହିବ। କୌଣସି ନୀଚଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ରାଜନୈତିକ ଚାପର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ସଭାସମିତିରେ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri