Categories: Rasifala

ରାଶିଫଳ: ବୁଧବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ଓ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣା ହେତୁ ନିଜ ଲୋକଙ୍କୁ ସନ୍ଦେହ କରିବାର ପରିସ୍ଥିତି ସୃଷ୍ଟିହେବ। ସାମାନ୍ୟ ସମସ୍ୟା ସହ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। କୃତ୍ତିକା ନକ୍ଷତ୍ରର ସ୍ବାସ୍ଥ୍ୟ ମନକୁ ଅସମ୍ଭବ ଭାବେ ଅସ୍ଥିର କରିବାର ଆଶଙ୍କା ରହିଛି।
ବୃଷ
ମାନସିକ ଅସ୍ଥିରତା ଲାଗି ରହିବା କାରଣରୁ ପ୍ରତ୍ୟେକ କାର୍ଯ୍ୟାବଳୀର ଠିକ୍‌ ସମୀକ୍ଷା କରିବାରେ ପଛେଇଯିବେ। ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି କ୍ଷେତ୍ରରୁ ଆଶ୍ୱସ୍ତି ମିଳିବ। ବହୁତ ଦିନରୁ ଘରକୁ ଆଣିପାରି ନ ଥିବା ଜିନିଷଟି ଆଜି ଆଣିବେ। ରୋହିଣୀ ନକ୍ଷତ୍ର ଅନ୍ୟମାନଙ୍କ କଥାରେ ସହକର୍ମୀଟିର ମନୋଭାବ ବଦଳିଯିବ।
ମିଥୁନ
ଆଜି ଘର କାମ ସାଙ୍ଗକୁ ବନ୍ଧୁଙ୍କ କାମ କରିବାକୁ ଚେଷ୍ଟିତ ହେବେ। ବ୍ୟବସାୟରେ ଲାଭବାନ୍‌ ହେବେ। ଯେତେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ମୃଗଶିରା ନକ୍ଷତ୍ରର ଆର୍ଥତ୍କ ସ୍ଥିତି, ପାରିବାରିକ ପରିସ୍ଥିତି, କାର୍ଯ୍ୟରେ ସଫଳତା ସକାଶେ ଉଦ୍ୟମ ବିଫଳ ହେବନାହିଁ।
କର୍କଟ
ଆଜିର ଗ୍ରହସ୍ଥିତି ମାନସିକ, ଶାରୀରିକ ଓ ଆର୍ଥିକ ସ୍ଥିତିକୁ ମଜଭୁତ କରିବ। ଅବଶ୍ୟ କର୍ମକ୍ଷେତ୍ରରେ ଫାଇଲ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଂ ପ୍ରଭୃତିରେ ବ୍ୟସ୍ତ ରହିପାରନ୍ତି। ଅଶ୍ଳେଷା ନକ୍ଷତ୍ରର ଜଞ୍ଜାଳ ବଢ଼ିବା କାରଣରୁ ପରିବାର ପ୍ରତି ବିମୁଖ କିମ୍ବା ଉଦାସୀନତା ପରିଲକ୍ଷିତ ହୋଇପାରେ। ବାଣିଜ୍ୟ, ପରିବହନର ସ୍ଥିତି ପୂର୍ବପରି ରହିବ।
ସି˚ହ
ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ସମସ୍ୟାର ସମାଧାନ, ନୈରାଶ୍ୟଜନକ ସ୍ଥିତିରେ ଆଶାର ସଞ୍ଚାର ପରିଲକ୍ଷିତ ହେବ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ପାଇଁ ଅନ୍ୟମାନେ ପଛରେ ବିଭିନ୍ନ ସମାଲୋଚନାମତ୍କ ମନ୍ତବ୍ୟ ପ୍ରଦାନ କରିପାରନ୍ତି। ସାଙ୍ଗସାଥୀମାନେ ହିଁ ଆପଣଙ୍କ ପାଇଁ ପରୋକ୍ଷ କ୍ଷତି ସାଧନରେ ଲିପ୍ତ ରହିପାରନ୍ତି।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ମରୀଚିକା ପଛରେ ଗୋଡ଼ାଇବା ସାର ହେବ। ମିଠାକଥା କହି ବନ୍ଧୁଙ୍କ ଦ୍ୱାରା କାମ ହାସଲରେ ସଫଳ ହେବେ। ହସ୍ତା ନକ୍ଷତ୍ର କାମଟିକୁ ଶେଷ କରିପାରିବା କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ଯେଉଁ ବ୍ୟକ୍ତି ବିଷୟରେ ଭାବିବେ ତାଙ୍କୁ ହଠାତ୍‌ ଅତି ନିକଟରେ ଦେଖିପାରନ୍ତି।
ତୁଳା
କୌଣସି ଘଟଣାକୁ ନେଇ ଘର ଲୋକଙ୍କ ବ୍ୟସ୍ତତାକୁ ଲକ୍ଷ୍ୟକରି ମନ ଅଶାନ୍ତ ରହିପାରେ। ସ୍ବାତୀ ନକ୍ଷତ୍ର ସାଧାରଣ କଥାକୁ କେନ୍ଦ୍ରକରି ଅଧସ୍ତନ କର୍ମଚାରୀଙ୍କ ସମସ୍ୟାକୁ ବୃଦ୍ଧି କରିପାରନ୍ତି। କୌଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ନିଜଆଡ଼କୁ ଅଙ୍ଗୁଳି ଦେଖାଇବ। ସଭାସମିତି, ଆନୁଷ୍ଠାନିକ କାମରେ ପ୍ରତିଯୋଗିତା ମନୋଭାବ ଉପୁଜିବ।
ବିଛା
ସାଧାରଣ କଥାକୁ କେନ୍ଦ୍ରକରି କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଆଶା ପୂରଣ ହୋଇପାରିବ ନାହିଁ। ଅତୀତ ଘଟଣା ମନକୁ ଆଲୋଡ଼ିତ କରିପାରେ। ଅଭାବ ନ ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତି ଯୋଗୁ କେତେକ ସୁଯୋଗ ହରାଇ ଦୁଃଖିତ ହେବେ। ବନ୍ଧୁମାନଙ୍କ ସହାୟତାରେ ସମସ୍ୟାର ସରଳ ସମାଧାନ କରିପାରିବେ।
ଧନୁ
ମୂଳା ନକ୍ଷତ୍ର କର୍ମକ୍ଷେତ୍ରରେ ହେଉ କିମ୍ବା ନିଜ ପରିସରରେ ପ୍ରତିଷ୍ଠିତ ହେବେ। ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜମିଜମା, ବ୍ୟବସାୟ, ପରିବହନ, ଆଲୋଚନା ତଥା ମାଲିମକଦ୍ଦମାରେ ସଫଳତା ପାଇବେ। ଜିଦ୍‌ରେ ଅଟଳ ରହି ଅଶାନ୍ତ ବାତାବରଣକୁ ନିମନ୍ତ୍ରଣ କରିପାରନ୍ତି।
ମକର
କର୍ମକ୍ଷେତ୍ରରେ ସମସ୍ୟା ଲାଗିରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଶ୍ରବଣା ନକ୍ଷତ୍ର ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ଆର୍ଥିକ ସ୍ଥିତି ପୂର୍ବପରି ରହିବ ମାତ୍ର ସନ୍ତୋଷଜନକ ହେବନାହିଁ। ସଭାସମିତି, ବିବାଦୀୟ ପରିସ୍ଥିତି ଓ ମାଲିମକଦ୍ଦମାରେ ସଫଳତା ହାସଲ କରିବେ।
କୁମ୍ଭ
ଶତଭିଷା ନକ୍ଷତ୍ର ଅଧୈର୍ଯ୍ୟ ନ ହୋଇ ସ୍ଥିରଭାବେ କାମ କଲେ ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ଶିଳ୍ପ, ବାଣିଜ୍ୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବନ୍ଧୁଙ୍କୁ ଖବର ଦେବାରେ ହେଳା ଲାଗି କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ। ନିଜ ନିଜ ଭିତରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମୀନ

 ଆଜି ବନ୍ଧୁମାନଙ୍କ ସହାୟତା ଲାଭକରି ସମସ୍ୟା ଗୁଡ଼ିକ ଆପଣାଛାଏଁ ସୁଧୁରିଯିବ। ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ପରିଲକ୍ଷିତ ହେବାର ଆଶଙ୍କା ଦେଖାଦେବ। ଉତ୍ତର ଭାଦ୍ରବ ନକ୍ଷତ୍ରର କଠିନ ଶ୍ରମଜନିତ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ। ପାରିଶ୍ରମିକ ମନଲାଖି ନ ହେବା କାରଣରୁ ବିଷାଦଗ୍ରସ୍ତ ହୋଇପାରନ୍ତି।