Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର କ୍ଷେତ୍ରରେ ବୁଧଙ୍କ ସ୍ଥିତି ପ୍ରଭାବରୁ ପାରିବାରିକ କ୍ଷେତ୍ର ସମସ୍ୟାବହୁଳ ରହିବ। କର୍ମକ୍ଷେତ୍ରର ଅବ୍ୟବସ୍ଥାକୁ ନେଇ ମାନସିକ ଅସ୍ଥିରତା ପିଛା ଛାଡ଼ିବ ନାହିଁ। ଅନ୍ୟମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ବ୍ୟବସାୟରେ ବନ୍ଧୁଙ୍କ ମାଧ୍ୟମରେ ସୌଖୀନ ଦ୍ରବ୍ୟ ବ୍ୟବସାୟରୁ ଲାଭବାନ ହେବେ।
ବୃଷ
ବୃଷ
ମୁଖଭାବରେ ବୁଧ ଅପ୍ରିୟସତ୍ୟ ଭାଷଣରୁ ବିତର୍କର ଆଶଙ୍କା ଦେଖାଦେବ। କର୍ମକ୍ଷେତ୍ରରେ ପରିସ୍ଥିତି ଅଲଗା ପ୍ରକାରର ବଦଳିଯିବା ହେତୁ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଦୂରୀଭୂତ ହୋଇଯିବ। ଅର୍ଥପ୍ର୍ରାପ୍ତିର ସୂଚନା କାମକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ଅନୁରୋଧକୁ ରକ୍ଷାକରି ସହକର୍ମୀଙ୍କ କାମରେ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଧନସ୍ଥାନସ୍ଥ ଗ୍ରହ ପ୍ରଭାବରୁ ଅବୁଝା ବନ୍ଧୁଙ୍କୁ ମନେଇବାରେ ପାର୍ଟିର ଆୟୋଜନ କରିପାରନ୍ତି। ଅର୍ଥ ସମ୍ପର୍କ କ୍ଷେତ୍ରରେ ବନ୍ଧୁଙ୍କ ପରାମର୍ଶରୁ ଉପକୃତ ହେବେ। ପରିବାରର ଆବଶ୍ୟକତା ପୂରଣ କରିବାକୁ ଘରେ ବିତର୍କ ଦେଖାଦେଇପାରେ। ବ୍ୟବସାୟରେ ସଫଳତା ହାସଲ କରିପାରିବେ ନାହିଁ। ଆନୁଷ୍ଠାନିକ କାମରେ ସଫଳ ହେବେ।
କର୍କଟ
କର୍କଟ
ଦ୍ୱାଦଶଭାବସ୍ଥ ଚନ୍ଦ୍ରମଙ୍ଗଳ ଯୋଗରୁ ସନ୍ତାନହେତୁକ ସମସ୍ୟାର ସମ୍ମୁଖୀନ ହେବେ। ପାରିବାରିକ ଦୃଷ୍ଟିକୋଣରୁ ଦିନଟି ମନ୍ଦ ହେବନି। କେହି ଜଣେ ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ଅତୀତ ଘଟଣାକୁ ନେଇ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ସି˚ହ
ସି˚ହ
ସ୍ବଗୃହୀ ରବିଙ୍କ ପ୍ରଭାବରୁ ଶାରୀରିକ ଓ ମାନସିକ ସ୍ଥିତି ଉନ୍ନତ ରହିବ। ପ୍ରଶାସନିକ କିମ୍ବା ରାଜନୈତିକ କ୍ଷେତ୍ରରେ ସମସ୍ୟାମୂଳକ ସ୍ଥିତି ଉପୁଜିପାରେ। ଯାନ୍ତ୍ରିକ ଜିନିଷ ବିକ୍ରିବଟା ସମ୍ପର୍କିତ ନକାରାମତ୍କ ଚିନ୍ତାଧାରା ବିବ୍ରତ କରିପାରିବେ ନାହିଁ। ନିଜ ଲୋକଙ୍କୁ ଭୁଲ୍‌ ବୁଝିବା ସହ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହୋଇପାରନ୍ତି।
କନ୍ୟା
ଭାଗ୍ୟାଧିପତି ନିଜ ରାଶିରେ ରହିଥିବାରୁ ନିଜ ଲୋକଙ୍କ ସାହାଯ୍ୟ, ସହଯୋଗରେ କାମ ହାସଲ କରିବେ। ପ୍ରତ୍ୟେକ ଅଭିଳାଷ ପୂରଣ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ। ଫାଇଲ୍‌ କାମ ବୃଦ୍ଧି କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ପ୍ରଶାସନ, କଳା, ସାହିତ୍ୟ, ସଭାସମିତି କ୍ଷେତ୍ରରୁ ସମ୍ମାନିତ ହେବେ।
ତୁଳା
ତୁଳା
ବିଶାଖା ନକ୍ଷତ୍ର କୌଣସି କର୍ମାରମ୍ଭ ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ। ଯେଉଁ କାମ ଉଦ୍ଦେଶ୍ୟରେ ବନ୍ଧୁଙ୍କୁ କିଛି କହିବାକୁ ଚାହୁଁଥିଲେ ଆଜି ତାହା ପୂରଣ ହୋଇପାରିବ। ପଡ଼ୋଶୀଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟିକ କ୍ଷେତ୍ରରେ ଅପରାହ୍ନରେ ସମସ୍ୟାର ସମାଧାନ ହୋଇଯିବ।
ବିଛା
ବିଛା
କର୍ମସ୍ଥ ବଳବାନ୍‌ ଗ୍ରହ ପ୍ରଭାବରୁ ସ୍ଥଗିତ କାମକୁ ତ୍ୱରାନ୍ବିତ କରାଇବାର ପ୍ରତିଶ୍ରୁତି ପାଇବେ। ଦକ୍ଷତା ଓ କରିତ୍‌କର୍ମା ହେତୁ ପାରିବାରିକ କ୍ଷେତ୍ର ପ୍ରାୟତଃ ଭଲ ରହିବ। କ୍ରୀଡ଼ା, ସଙ୍ଗୀତ ଓ ସାହିତ୍ୟ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ଓ ସୁନାମ ଅର୍ଜନ କରିବେ। ରାଜନୈତିକ ସ୍ତରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ଧନୁ
ଧନୁ
ସାମାନ୍ୟ ସମସ୍ୟା ମଧ୍ୟରେ ଦୀର୍ଘ ଦିନର ଅଭିଳାଷ ପୂରଣ ହେବାରୁ ଆଶ୍ୱସ୍ତି ଲଭିବେ। ବ୍ୟବସାୟରେ କିମ୍ବା ରାଜନୈତିକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ତଥା ମାଲିମକଦ୍ଦମାରେ ଉନ୍ନତି ହେବ। ଉତ୍ତରାଷାଢ଼ା ନକ୍ଷତ୍ର ପଡ଼ୋଶୀଙ୍କ ସହ ଅର୍ଥ ସମ୍ପର୍କିତ ଟଣାଓଟରା ଲାଗିପାରେ।
ମକର
ମକର
ଆଜି ଦିନଟିର ଅନୁକୂଳ ଗ୍ରହସ୍ଥିତି ପ୍ରତ୍ୟେକ କ୍ଷେତ୍ରରେ ସିଦ୍ଧିପ୍ରଦାନ କରିବ। ଆନୁଷ୍ଠାନିକ କାମରେ ଲକ୍ଷ୍ୟ ହାସଲ କରିବା ସହ ପ୍ରଶଂସିତ ହେବେ। ରାଜନୈତିକ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାର ଆଶା ରହିଛି। ଆର୍ଥିକ ସମସ୍ୟା, ଧାର କରଜ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମନ ଅଶାନ୍ତ ରହିବ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମ ଆରମ୍ଭ କରିବେ ସୁବିଧାରେ ସମ୍ପନ୍ନ କରିବା କଷ୍ଟକର ହୋଇପାରେ। ସମ୍ପର୍କୀୟଙ୍କ ବିରୁଦ୍ଧାଚରଣ ହେତୁ ଘଟଣା ଭିନ୍ନ ଆକାର ଧାରଣ କରିବ। ଶତଭିଷା ନକ୍ଷତ୍ର ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବା ସହ ପାରିବାରିକ ଜୀବନରେ ଉଚିତ ବୁଝାମଣା ହେବ।
ମୀନମୀନ

ରେବତୀ ନକ୍ଷତ୍ର ପରିବାରରେ ଭାବପ୍ରବଣ ବଶତଃ ଓଲଟା କଥା କହିଲେ ଅପଦସ୍ଥ ହେବେ। ଆଲୋଚନା ପରିସରରେ କିମ୍ବା ସଭା ସମିତିରେ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। କୌଣସି ଏକ କାରଣରୁ ହଠାତ୍‌ ଗସ୍ତ କାଯର୍‌ୟକ୍ରମ ବାତିଲ ହୋଇପାରେ। ଆର୍ଥିକ ଦିଗଟି ବହୁତ ଭଲ ରହିବ ଏବଂ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri