Categories: Rasifala

ରାଶିଫଳ: ଗୁରୁବାର, ମେ ୨୮ ତାରିଖ – Daily Horoscope

ମେଷ
ଆଜି ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି। ସମ୍ପର୍କୀୟ ନିଆଁରେ ଘିଅ ଢାଳିଲାପରି କଟୁକଥା କହି ମାନସିକ ଆଘାତ ଦେଇପାରନ୍ତି। ଅବଶ୍ୟ ଆପଣ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇ ପ୍ରତିଟି ସମସ୍ୟାକୁ ସୁଧାରି ନେବେ। ପରିବହନ, ବ୍ୟବସାୟିକ ସ୍ଥିତି, କର୍ମକ୍ଷେତ୍ର ପ୍ରାୟତଃ ହାଲୁକା ରହିବ।
ବୃଷ
ଚନ୍ଦ୍ର ଓ ଶୁକ୍ରଙ୍କ ସ୍ଥିତି ପ୍ରଭାବରେ ଯେମିତି ଯାହା ଚାହୁଁଛନ୍ତି ତାହା ନିଶ୍ଚିତ ପାଇବେ। ଦୈହିକ ସ୍ବାସ୍ଥ୍ୟ ନିୟନ୍ତ୍ରିତ ଅବସ୍ଥାରେ ରହିବା ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ କରିବେ। ଆଲୋଚନାରେ ବିବାଦୀୟ କଥା ଓ ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢିପାରେ। ମନୋରଞ୍ଜନର ଖୁରାକ ଯୋଗାଇ ଦେବାରେ ବନ୍ଧୁ ସହଯୋଗ କରିପାରନ୍ତି।
ମିଥୁନ
ଆପଣଙ୍କ ଭଲ କାମର ପ୍ରଶଂସା ବଦଳରେ ଈର୍ଷାପରାୟଣ ବ୍ୟକ୍ତି ନିନ୍ଦା ଗାଇ ବୁଲିବେ। ଆଜି ଘରକୁ ଆସି ଫେରି ଯାଇଥିବା ବନ୍ଧୁ ପୁଣି ଲେଉଟି ଆସିବାରୁ ବ୍ୟସ୍ତତା ବଢିଯିବ। ବାକି ରଖିଥିବା ଲୋକଟିକୁ ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଖୁସି ହୋଇପାରନ୍ତି।
କର୍କଟ
ଆପଣଙ୍କ ଦ୍ୱାରା ଉପକୃତ ବ୍ୟକ୍ତିଙ୍କ ବେଖାତିର ମନୋଭାବ ହେତୁ ଟିକିଏ କଥାରେ ରାଗିପାରନ୍ତି। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ। ଜମା ପଟୁ ନ ଥିବା ପ୍ରତିଦ୍ୱନ୍ଦ୍ୱୀ ମିଥ୍ୟାଦୋଷାରୋପ କରି ସମସ୍ୟାକୁ ବଢ଼ାଇବେ। ଆର୍ଥିକ ପରିସ୍ଥିତି ପ୍ରାୟତଃ ପୂର୍ବଭଳି ରହିବ।
ସି˚ହ
ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ। ହଜି ଯାଇଥିବା ଟଙ୍କା କିମ୍ବା ଦରକାରୀ କାଗଜପତ୍ର ଆବଶ୍ୟକ ସମୟରେ ପାଇ ନ ପାରନ୍ତି। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଦେଶ ଯାତ୍ରାକୁ ମନବଳାଇବେ। ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ପ୍ରତି ସଜାଗ ରହି କାମ କରିବା ଭଲ ହେବ।
କନ୍ୟା
ପରିବାରରେ ଭୁଲବୁଝାମଣାଜନିତ ବିଶୃଙ୍ଖଳିତ କାର୍ଯ୍ୟ ସମସ୍ୟା ସୃଷ୍ଟିର ମୂଳ କାରଣ ହେବ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଶତ୍ରୁତା ଆଚରଣ କରିପାରନ୍ତି। ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଟଙ୍କା ଏବଂ ମୂଲ୍ୟବାନ୍‌ ଜିନିଷ ହଜିଯାଇପାରେ।
ତୁଳା
ପାରିବାରିକ ସମସ୍ୟା ସାଙ୍ଗକୁ କର୍ମକ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରିବାର ସୂଚନା ରହିଛି। ଟାଉଟରି କରୁଥିବା ଲୋକଟି ପ୍ରତି ସତର୍କ ରହନ୍ତୁ। ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରି ନୂତନ ଯୋଜନାକୁ ସାକାର କରିପାରନ୍ତି। ସମୟର ପ୍ରତିକୂଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ମଧ୍ୟରେ ଚଳିବାକୁ ପଡିପାରେ।
ବିଛା
ମାନସିକ ଅସ୍ଥିରତା ମଧ୍ୟରେ ଲକ୍ଷ୍ୟଭ୍ରଷ୍ଟ ହୋଇ ଅସଲ କାମ ଛାଡି ମରୀଚିକା ପଛରେ ଦୌଡି ପାରନ୍ତି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ କଳହର ସମ୍ମୁଖୀନ ହେବାର ସୂଚନା ରହିଛି। କଠିନଶ୍ରମ ଏବଂ ଭ୍ରମଣଜନିତ ସାମୟିକ ଭାବରେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ।
ଧନୁ
ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ଜମିଜମା କାରବାର, ଶିଳ୍ପ, ବାଣିଜ୍ୟ, ଅର୍ଥ ସମ୍ପର୍କିତ ଟଣାଓଟରା ଲାଗିପାରେ। ପାରିବାରିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବାର ସାମର୍ଥ୍ୟ ଅକ୍ଷୁଣ୍ଣ ରହିବ। ଉପରିସ୍ଥଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବା କ୍ଷେତ୍ରରେ ପଛେଇ ଯାଇପାରନ୍ତି।
ମକର
ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସ୍‌ରେ ସମୟ କଟିବ। ଅର୍ଥସଂକଟ ଲାଗିରହିବା କାରଣରୁ ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ସ୍ଥଗିତ ରହିଯାଇପାରେ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। କ୍ରୀଡାପ୍ରତିଯୋଗିତା, ମନୋରଞ୍ଜନ କାର୍ଯ୍ୟକ୍ରମ ସାଙ୍ଗକୁ ଆଲୋଚନାରେ ସଫଳତା ଯୋଗୁ ମନ ଖୁସି ରହିବ।
କୁମ୍ଭ
ପାରିବାରିକ ଅବସ୍ଥାରେ ଉନ୍ନତି ଦେଖା ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ପରିବାରର ଆର୍ଥିକ ଦୁରବସ୍ଥା ଦୁଶ୍ଚିନ୍ତାର ମାତ୍ରାକୁ ବଢ଼ାଇ ଦେଇପାରେ। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ମନକୁ ଦୁଃଖଦେବା ଭଳି ମନ୍ତବ୍ୟ ଦେଇପାରନ୍ତି। କ୍ରନିକ୍‌ ରୋଗଜନିତ ସ୍ବାସ୍ଥ୍ୟ ସମସ୍ୟା ସାମୟିକ ନିୟନ୍ତ୍ରଣାଧୀନ ରହିବ।
ମୀନ
ସାମାଜିକ ସ୍ତରରେ କାର୍ଯ୍ୟସିଦ୍ଧି କାରଣରୁ ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ଅତୀତ ସ୍ମୃତି ରୋମନ୍ଥନଜନିତ ମାନସିକ ସ୍ଥିତି ବିଗିଡି ଯାଇପାରେ। ଫାଇଲ୍‌ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.