Posted inRasifala

ରାଶିଫଳ: ରବିବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ
ଆଜି ପରିବାର ଓ କର୍ମକ୍ଷେତ୍ର ପାଇଁ ପାପଗ୍ରହ ସନ୍ନିବେଶିତ ଚନ୍ଦ୍ରଙ୍କ ସ୍ଥିତି ଆଦୌ ଅନୁକୂଳ ନୁହେଁ। ପ୍ରତ୍ୟେକ କାମରେ ସମସ୍ୟା ଲାଗି ରହିବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ କୌଣସି ଅସୁବିଧା ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହୋଇପାରେ।
ବୃଷ
ବୃଷ
ବନ୍ଧୁଙ୍କ ସହଯୋଗ ଲାଭକରି ନୂଆ କାମରେ ମନ ଦେବେ। ପରିବାର ମଧ୍ୟରେ ଛୋଟବଡ଼ ସମସ୍ୟା ପୂର୍ବରୁ ରହିଥିଲେ ମଧ୍ୟ ତାହା ଶିଥିଳତାରେ ରହିଯିବ। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁ ଠିକ୍‌ ସମୟରେ ଆସି ଆପଣଙ୍କୁ ସାହାଯ୍ୟ କରିବେ। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
ଅନୁଚିତ ବିଚାରଧାରାକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ସହ କଳହ ଲାଗିପାରେ। ଆଶା କରୁଥିବା ଦିଗରୁ ଅର୍ଥ ଓ ସମ୍ମାନ ପାଇବାର ଆଶା ରହିଛି। ଭାଗ୍ୟାଧିପ ଶନି କର୍ମଭାବସ୍ଥ ଯୋଗୁ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ହେତୁ କର୍ମକ୍ଷେତ୍ରରେ ଖୁସି ରହିବେ। ବୁଧାଦିତ୍ୟ ଯୋଗ ଫଳ ସ୍ବରୂପ ସରକାରୀସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କର୍କଟ
କର୍କଟ
ପାପଯୁକ୍ତ ରାଶ୍ୟାଧିପ ଯୋଗୁ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମାନସିକ ଓ ଶାରୀରିକ ସୁସ୍ଥତା ରହିବ ନାହିଁ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେବ। କୌଣସି ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍‌ ବୁଝାମଣାଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟିହେବ। ସପ୍ତମାଧିପତିଙ୍କ ଦୁର୍ବଳତାଜନିତ ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ସି˚ହ
ସି˚ହ
ରବି ଦ୍ୱାଦଶରେ ରହିଥିବାରୁ ବ୍ୟୟବୃଦ୍ଧି ସାଙ୍ଗକୁ ଦୂରଯାତ୍ରା କିମ୍ବା ସ୍ଥାନାନ୍ତରଜନିତ ବ୍ୟସ୍ତତା ଅନୁଭବ କରିବେ। କର୍ମକ୍ଷେତ୍ରରେ ଜଗି ରଖି ଚଳିବା ଭଲ ହେବ। ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ହିତୈଷୀଙ୍କ ସାହାଯ୍ୟ ଓ ସହଯୋଗରୁ ସମସ୍ୟା ସମାଧାନ ହେବ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
କନ୍ୟା
ସ୍ବଗୃହକୁ ମଙ୍ଗଳଙ୍କ ଦୃଷ୍ଟିଥିବାରୁ କୌଣସି ଜିନିଷ ପ୍ରାପ୍ତି ଆଶାରେ ଆତ୍ମୀୟଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିପାରନ୍ତି। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଆବିର୍ଭାବ ପରିସ୍ଥିତିକୁ ଏପଟସେପଟ କରିଦେବ। ବହୁ ସଂଘର୍ଷ ପରେ ସଫଳତା ପାଇବେ। ଭଲ ସମ୍ପର୍କ ରହିଥିବା ଜଣେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିପାରନ୍ତି।
ତୁଳା
ତୁଳା
ରାହୁଙ୍କ ଦୃଷ୍ଟି ବୃହସ୍ପତିଙ୍କ ଉପରେ ଥିବାରୁ ଅନ୍ୟମାନଙ୍କ ଭୁଲ୍‌ ଧାରଣା କାମରେ ଅନର୍ଥ ସୃଷ୍ଟି କରିବ। କର୍ମକ୍ଷେତ୍ରର ଚାପ ଯୋଗୁ ଶାନ୍ତିରେ ରହି ପାରିବେ ନାହିଁ । ଘର ଲୋକଙ୍କ କାମରେ ଅସନ୍ତୁଷ୍ଟ ହେଲେ ସୁଦ୍ଧା ପାଟି ଫିଟାଇବାର ରାସ୍ତା ନଥିବ। ଆନୁଷ୍ଠାନିକ କାମ ସାଙ୍ଗକୁ ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ବିଛା
ବିଛା
ରାଶ୍ୟାଧିପ ରାଶିକୁ ଅବଲୋକନ କରୁଥିବାରୁ ପରିସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନେବା ବୁଦ୍ଧିମାନର କାମ ହେବ। ନିଜର ଭାବୁଥିବା ବନ୍ଧୁଟିର କାର୍ଯ୍ୟକଳାପ ସନ୍ଦେହ ସୃଷ୍ଟି କରିପାରେ। ବ୍ୟବସାୟ, ସଭାସମିତି, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ପାଇବେ। ଶାରୀରିକ ସୁସ୍ଥତା ଅନୁଭବ କରିପାରନ୍ତି।
ଧନୁ
ଧନୁ
ଗୁରୁକ୍ଷେତ୍ରସ୍ଥ ଶନିଙ୍କ ଯୋଗୁ ପଡ଼ୋଶୀଙ୍କ ମିତ୍ରତା ମାନସିକ ଅସୁସ୍ଥତାକୁ ଦୂରେଇବାରେ ସମର୍ଥ ହେବ। ଘରର ଅପ୍ରକାଶ୍ୟ ଘଟଣାସବୁ ଶୁଣିବେ ସିନା କାହାକୁ କିଛି କହିପାରିବେ ନାହିଁ। କାମରେ ପ୍ରତିବନ୍ଧକ ଲାଗି ରହିବା ଯୋଗୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ। ପରିବାରର ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ପଡ଼ିପାରେ।
ମକର
ମକର
ରାହୁଙ୍କ କୁପ୍ରଭାବରୁ କାର୍ଯ୍ୟବ୍ୟସ୍ତତା ସାଙ୍ଗକୁ ଅନ୍ୟମାନଙ୍କର ଅଭିଯୋଗ ମାନସିକ ଅସ୍ଥିରତାକୁ ବୃଦ୍ଧି କରିପାରେ। ଘରେ ହେଉ କିମ୍ବା କର୍ମକ୍ଷେତ୍ରରେ ବିନା କାରଣରେ ସନ୍ଦେହ ସୃଷ୍ଟିହେବ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବରେ ପରିବର୍ତ୍ତନ ମନକୁ ସାନ୍ତ୍ୱନା ଦେବାରେ ସହାୟକ ହେବ। ବନ୍ଧୁଙ୍କ ପ୍ରେରଣାରେ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସମୟୋଚିତ ପଦକ୍ଷେପ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବ। ବନ୍ଧୁଙ୍କ ପାରିବାରିକ ସମସ୍ୟା ସମାଧାନ ଚିନ୍ତା ଘାରିପାରେ। ଭୁଲ୍‌ କାର୍ଯ୍ୟପଦ୍ଧତି ଅନୁସରଣ କଲେ ଅଫିସ୍‌ରେ ଉତ୍ତରଦାୟୀ ହେବେ। ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଆପୋସ ସମାଧାନର ଆଶା କରାଯାଇପାରେ।
ମୀନମୀନ

ଷଷ୍ଠଭାବସ୍ଥ ଚନ୍ଦ୍ର ପାପଯୁକ୍ତ ଯୋଗୁ କର୍ମକ୍ଷେତ୍ରରେ ବାରମ୍ବାର ବିଫଳତା ଲାଗି ରହିପାରେ। ବୁଧ ଦୁଃସ୍ଥାନସ୍ଥ ଯୋଗୁ ବାଣିଜ୍ୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ସୂଚନା ରହିଛି। ସାମୟିକ ଭାବରେ ସ୍ନାୟବିକ ଦୁର୍ବଳତା ଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri