Posted inRasifala

ରାଶିଫଳ: ଶନିବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ
ସକାଳୁ ଜଣେ ବନ୍ଧୁ ଆସିବେ ଓ ବହୁତ କିଛି କହିବେ ମାତ୍ର ଫେରିବା ସମୟକୁ ମନଦୁଃଖ କରି ବିଦାୟ ନେଇପାରନ୍ତି। ବିଶେଷ ଭ୍ରମଣ କାରଣରୁ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଆନୁଷ୍ଠାନିକ କାମ ସକାଶେ ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିପାରନ୍ତି। ଆବଶ୍ୟକତା ପୂରଣ ପାଇଁ ଧାର କରଜ କରି କାମ ଚଳାଇନେବେ।
ବୃଷ
ବୃଷ
ବ୍ୟସ୍ତତାର ଗୁରୁତ୍ୱ ହୃଦୟଙ୍ଗମ ପୂର୍ବକ ବନ୍ଧୁଙ୍କ କୌଣସି ନିର୍ଭରଯାଗ୍ୟ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବ। କଳା, ସାହିତ୍ୟ, ସଙ୍ଗୀତ ଜଗତରୁ ସୁନାମ ପାଇବେ। ଆଜି ଦିନ ଭିତରେ କୌଣସି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ମିଥୁନ
ମିଥୁନ
ବିଚାର ବୁଦ୍ଧି ପ୍ରୟୋଗକରି ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ମନର ଗୋପନକଥାକୁ କହିବାକୁ ଇଚ୍ଛା ଥିଲେ ମଧ୍ୟ ସଂକୋଚବଶତଃ ବନ୍ଧୁଙ୍କ ନିକଟରେ କହିପାରିବେ ନାହିଁ। ଜମିଜମା କାରବାର, ଚୁକ୍ତିପତ୍ର, ପ୍ରଶାସନ କ୍ଷେତ୍ରରେ ସମସ୍ୟାର ସମାଧାନ କରିପାରିବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ସାମୟିକ ଅଶାନ୍ତ ରହିପାରନ୍ତି।
କର୍କଟ
କର୍କଟ
ଯୁକ୍ତିତର୍କଜନିତ ମତଭେଦ ହେତୁ ପରିବାରର କୌଣସି ବ୍ୟକ୍ତିଙ୍କ ମନରେ ସରସତା ରହିବ ନାହିଁ। ଅବଶ୍ୟ କୌଣସି ହିତୈଷୀ ବ୍ୟକ୍ତିଙ୍କ ଦ୍ୱାରା ସାୟାହ୍ନେ ମାନସିକ ଅବସାଦ ଦୂର ହେବ। ବ୍ୟବସାୟ ଓ ପରିବହନରେ କିଛି ସମସ୍ୟା ଦେଖାଦେବାର ସୂଚନା ରହିଛି। ଆର୍ଥିକ ସଂକଟ ଲାଗିରହିଥିବାରୁ ସାମୟିକ ବ୍ୟସ୍ତତା ଅନୁଭଭ କରିବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ମୁକାବିଲା କରି ଲକ୍ଷ୍ୟ ହାସଲ କରିପାରିବେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ଯୋଗାଡ଼ ପାଇଁ ବିଭିନ୍ନ ଫନ୍ଦି ଫିକର କରିପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ବ୍ୟବସାୟିକସ୍ଥିତି ଭଲ ରହିବା ସହ ଆତ୍ମୀୟଙ୍କ ସହ ସୁସମ୍ପର୍କ ରହି ନ ପାରେ।
କନ୍ୟା
ବ୍ୟସ୍ତତା ମଧ୍ୟରେ ଆଜିର ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ସ୍ବାର୍ଥସାଧନର ନୈରାଶ୍ୟଜନକ ସ୍ଥିତି ଅବଲୋକନ କରି ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାର ସମ୍ଭାବନା ରହିଛି। ସହକର୍ମୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ତୁଳା
ତୁଳା
ବିଭିନ୍ନ ଅସୁବିଧା ଭିତରେ ଗତି କରୁଥିବାରୁ ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିବ। କଳାତ୍ମକ ଦିଗଟି ଭଲ ରହିବ। ରାଜନୀତି, ସଂଗଠନ, ପ୍ରଶାସନିକ ସ୍ଥିତି ମନ୍ଦ ହେବନି। ମୂଲ୍ୟବାନ ଦ୍ରବ୍ୟ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅତୀତ ଘଟଣା ମନକୁ ଆଲୋଡ଼ିତ କରିବା ଫଳରେ ମନ ଭଲ ଲାଗିବ ନାହିଁ। ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ଆଶଙ୍କା ରହିଛି। ପରିବାର ଭିତରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ।
ଧନୁ
ଧନୁ
ମାନସିକ ସ୍ଥିତି ଭଲ ରହିଥିଲେ ମଧ୍ୟ ଶାରୀରିକ ଅସୁସ୍ଥତା ଦେଖାଦେବ। ଅବହେଳିତ ହୋଇ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ। ଅଯଥା ଆଶଙ୍କା କରି ଏଣୁତେଣୁ ଚିନ୍ତାକରି ବିବ୍ରତ ହୁଅନ୍ତୁ ନାହିଁ। ସଙ୍ଗୀତ, ଚଳଚ୍ଚିତ୍ର, ସାହିତ୍ୟସଭା, ସାମ୍ବାଦିକତା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିପାରେ।
ମକର
ମକର
ଅନ୍ୟମାନଙ୍କ ସାହାଯ୍ୟ ଲାଭକରି ମନୋବଳ ବୃଦ୍ଧି ପାଇବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହେବ। ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଥବା କଳା, ସାହିତ୍ୟରେ ସୁନାମ ଅର୍ଜନ କରିବେ।
କୁମ୍ଭ
କୁମ୍ଭ
ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ହଠାତ୍‌ ନିଜର ପ୍ରିୟ ବନ୍ଧୁଟିର କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଜମିଜମା, ଯାନବାହନ, ବାଣିଜ୍ୟ, ବ୍ୟବସାୟ ସମସ୍ୟା କ୍ରମଶଃ ଜଟିଳ ହେବାର ଆଶଙ୍କା ଦେଖାଦେବ। ଧନିଷ୍ଠା ନକ୍ଷତ୍ର ସଭାସମିତିକୁ ଆହୂତ ହୋଇପାରନ୍ତି।
ମୀନମୀନ

ଆଜିର କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ମନକୁ ଭାରାକ୍ରାନ୍ତ କରିବ। ବିବାଦୀୟ ସ୍ଥିତିରେ ପରିବାରରେ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି। କଠିନ ଶ୍ରମ ଓ ଅନିଦ୍ରା ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri