Posted inRasifala

ରାଶିଫଳ: ରବିବାର, ଏପ୍ରିଲ୍‍ ୨୭ ତାରିଖ – Daily Horoscope

ମେଷ
ଆଜି ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେବାରେ ଅସୁବିଧା ହେବ ନାହିଁ। ଦ୍ୱାଦଶସ୍ଥ ଗ୍ରହ ପ୍ରଭାବରେ ଦୀର୍ଘପଥ ଭ୍ରମଣଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଟକି ରହିଯାଇଥିବା କାର୍ଯ୍ୟ ତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟ କରିବେ। କୃଷି, ବାଣିଜ୍ୟ, ପ୍ରଶାସନ ଓ ଆଇନ ଅଦାଲତ ପ୍ରଭୃତି କ୍ଷେତ୍ରରେ ଚେଷ୍ଟା ସଫଳ ହେବ।
ବୃଷ
ବୃଷ
ପାରିବାରିକ ଜୀବନରେ ରହିଥିବା ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯନତ୍ କରିବେ। ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଗୃହ ନିର୍ମାଣ କାର୍ଯ୍ୟ ଯୋଗୁ ଟେନସନ୍‌ ଲାଗି ରହିବ। ଖଳପ୍ରକୃତିର ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି, କିନ୍ତୁ କିଛି ଅସୁବିଧା ହେବ ନାହିଁ।
ମିଥୁନ
ମିଥୁନ
ଏକାଦଶସ୍ଥ ରବିଙ୍କ ଯୋଗୁ ବନ୍ଧୁଙ୍କ ସହାନୁଭୂତିର ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେକରିବେ। ଯେଉଁ କାମଟିକୁ ଆଜିଯାଏ ଆପଣ କରି ପାରୁନଥିଲେ, ଆଜି ତାହା ସୁବିଧାରେ ସମ୍ପନ୍ନ ହୋଇପାରିବ। ବନ୍ଧୁଙ୍କ ଜରିଆରେ ପାରିବାରିିକ ସମସ୍ୟାର ସମାଧାନ ଘଟିପାରେ। ଦର୍ଶନୀୟ ସ୍ଥାନ ପରିଭ୍ରମଣର ସୁଯୋଗ ଜୁଟିବ।
କର୍କଟ
କର୍କଟ
ଗତକାଲିଠାରୁ ଯାହା କରିବାକୁ ଚିନ୍ତା କରିଥିଲେ, ସେଥିରେ ଅସୁବିଧା ହେବନାହିଁ। କେତେକ କ୍ଷେତ୍ରରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ କିମ୍ବା ଘରର କଥା ବୁଝିବାକୁ ସମୟ ପାଇବେ ନାହିଁ। ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ସାଙ୍ଗକୁ ବ୍ୟବସାୟିକ କ୍ଷେତ୍ର ଉନ୍ନତ ରହିବ।
ସି˚ହ
ସି˚ହ
ଆଜି ପରିବାରର ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହେବ। ବନ୍ଧୁଙ୍କ ସହିତ ବକେୟା ଟଙ୍କାକୁ କେନ୍ଦ୍ର କରି ଟଣାଓଟରା ଲାଗିପାରେ। ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ସ୍ଥଗିତ ରହିଥିବା କାମ ସମୂହକୁ ସମ୍ପନ୍ନ କରିବାରେ ପର ଉପରେ ନିର୍ଭର କରି ଦୁଶ୍ଚିନ୍ତାଗ୍ରସ୍ତ ହୋଇପାରନ୍ତି।
କନ୍ୟା
ବୁଧଙ୍କ ବଳହୀନତା ଯୋଗୁ ଶାରୀରିକ ସ୍ବାସ୍ଥ୍ୟ ହାନି କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ବିଷମ ପରିସ୍ଥିତିରେ ବନ୍ଧୁଙ୍କଠାରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହେବାରୁ ବ୍ୟସ୍ତତା ବଢ଼ିଯିବ। ଦୀର୍ଘଦିନ ହେଲା ଯେଉଁ କାମଟିକୁ କରିବାକୁ ମନ ବଳାଇଥିଲେ ଆଜି ତାହା କରିବାରୁ ମନ ଉଚ୍ଚାଟ ରହିବ। ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ।
ତୁଳା
ତୁଳା
ଆଜି ବିଭିନ୍ନ ଦିଗରୁ ରୋଜଗାର କରିବାରେ ସମର୍ଥ ହେବେ। ଚତୁର୍ଥାଧିପ ଶନିଙ୍କ ଦୁର୍ବଳତାଜନିତ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ସାଂସ୍କୃତିକ କାର୍ଯ୍ୟକ୍ରମ କିମ୍ବା ଆନୁଷ୍ଠାନିକ କ୍ଷେତ୍ର ତଥା ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କଲେ ସମସ୍ୟାକୁ ସୁଧାରି ନେଇପାରିବେ।
ବିଛା
ବିଛା
ମଙ୍ଗଳ ଏବଂ ଶନିଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ମନକୁ ନିରୁତ୍ସାହିତ କରିବ। ଯାହାଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ, ତାହା ନ ପାଇବା ହେତୁ ମନ ଭଲ ରହିବ ନାହିଁ। ପରିବହନ ପାଇଁ ଅସୁବିଧା ହେବ ନାହିଁ ଏବଂ ଆଜିର ବ୍ୟବସାୟ ଭଲ ହେବ। ନିକଟତର ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ ।
ଧନୁ
ଧନୁ
କେନ୍ଦ୍ରସ୍ଥ ଗ୍ରହଯୋଗ ପ୍ରଭାବରୁ ସହକର୍ମୀ କିମ୍ବା ଆତ୍ମୀୟଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଯେ କୌଣସି କ୍ଷେତ୍ରରେ ଭାବି ଚିନ୍ତି କାମ କରିବା ଭଲ। ଅଫିସରଙ୍କ ସମ୍ମୁଖରେ ମନକଥା କହିବାରେ ପଛାଇଯିବେ। ରୋଗପୀଡ଼ା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବାରୁ ଆଶ୍ୱସ୍ତି ଅନୁଭବ କରିବେ।
ମକର
ମକର
ସକାଳୁ ବନ୍ଧୁଙ୍କ ଜରିଆରେ ଶୁଭ ଖବର ପାଇ ମନ ଖୁସି ହୋଇଯିବ। ଧନିଷ୍ଠା ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା, ଧାର କରଜ, ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଯେତେ ଭଲ କାମ କରନ୍ତୁ ଆଦୌ ପଡୁନଥିବା ଲୋକମାନେ ନିନ୍ଦା କରିବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ।
କୁମ୍ଭ
କୁମ୍ଭ
ସବୁ ଦିଗରୁ ଭଲ ଥିଲେ ମଧ୍ୟ ମାନ୍ଦା ବେପାର, ବନ୍ଧୁଙ୍କ ଶତ୍ରୁତା, ପୁଅ ଝିଅଙ୍କ ବାହାଘର ନେଇ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ଅଭାବନୀୟ ସ୍ଥିତିରୁ ସହସା ମୁକ୍ତି ମିଳିବା ଯୋଗୁ ଆନନ୍ଦିତ ହେବେ। ବହୁତ ଦିନର ଯୋଜନାଟିକୁ କାଯ୍ୟକାରୀ କରିବାକୁ ଗୁରୁତ୍ୱ ଦେବେ। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ , ଅନ୍ୟଥା ସମାଲୋଚିତ ହେବାକୁ ପଡ଼ିପାରେ ।
ମୀନମୀନ

ଗୋଟିଏ ସମସ୍ୟା ଶେଷ ହେଉ ହେଉ ଅନ୍ୟ ଏକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ। କର୍ମକ୍ଷେତ୍ର ମନ୍ଥର ରହିବ, କିନ୍ତୁ କୌଣସି କାମ ଅଟକିବ ନାହିଁ। ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ସମସ୍ୟା ଲାଗି ରହିବାଜନିତ ଟେନ୍ସନ ଲାଗି ରହିବ। ପାରିବାରିକ ଜୀବନରେ ସନ୍ତାନଙ୍କ ବୈବାହିକ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri