Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜିର ନବମଚନ୍ଦ୍ର ଧାର୍ମିକ ବାତାବରଣ ମଧ୍ୟରେ ବନ୍ଧୁଙ୍କ ସହ ବିତାଇପାରନ୍ତି । ଅଟକିଥିବା ନିର୍ମାଣାଧୀନ କାମରେ ପ୍ରତିବନ୍ଧକ ଦୂରୀଭୂତ ହୋଇଯିବ। ପରିଜନଙ୍କ ସହିତ ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ । ସାମୟିକ ଶାରୀରିକ ଅସୁସ୍ଥତା ଆନୁଷ୍ଠାନିକ କାମ ପାଇଁ ପ୍ରତିବନ୍ଧକର କାରଣ ହୋଇପାରେ ।
ବୃଷ
ବୃଷ
ମଙ୍ଗଳ ରାଶିରେ ରହି ନିଜ ଲୋକଙ୍କ ଚକ୍ଷୁଶୂଳର କାରଣ ହୋଇପାରନ୍ତି । ଆର୍ଥିକ ସମସ୍ୟା ଦୂର ପାଇଁ ଆପଣଙ୍କ ଚେଷ୍ଟା ନିଷ୍ଫଳ ହେବନାହିଁ । ସରକାରୀ କ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି ହେବନି । ପାରିବାରିକ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ରହିଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ ।
ମିଥୁନ
ମିଥୁନ
ଆଜି ଚାରୋଟି ଗ୍ରହ ରାଶିକୁ ଦେଖୁଥିବାରୁ ଏକାଧିକ ଚିନ୍ତାରେ ଆନମନା ହୋଇପାରନ୍ତି । ବାଧ୍ୟବାଧକତାରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ । ନିଜର ବ୍ୟକ୍ତିଗତ ଆଲୋଚନାରେ ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇ ସମସ୍ୟା ସୃଷ୍ଟି କରିପାରନ୍ତି । ପ୍ରଶାସନିକ ସ୍ତରରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ପଞ୍ଚମସ୍ଥ ବୃହସ୍ପତି କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ସାହାଯ୍ୟର ମାର୍ଗ ପ୍ରଦର୍ଶନ କରିବେ । କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ସାଙ୍ଗକୁ ବିଭିନ୍ନ ବିଳମ୍ବିତ କର୍ମ ସକାଶେ ଚିନ୍ତିତ ରହିବେ । ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଦୂରଯାତ୍ରା କରିବାକୁ ପଡ଼ିପାରେ । ଆଜି ଦିନଟିରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।
ସି˚ହ
ସି˚ହ
ଯେଉଁ ବନ୍ଧୁଟି ଅଭିମାନ କରି ଆପଣଙ୍କ ସହ କଥା ହେଉ ନ ଥିଲା ସେ ଆଜି ମିଶିବାର ପ୍ରଯିତ୍ନ କରିବ। ଆଜି କାର୍ଯ୍ୟବ୍ୟସ୍ତତା ବୃଦ୍ଧି ଯୋଗୁ ଘର କାମ କରିବାକୁ ଅବସର ପାଇବେ ନାହିଁ । ଅଟକି ରହିଥିବା କାମ ସକାଶେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶାରୀରିକ ଅବସ୍ଥାରେ ଉନ୍ନତି କାରଣରୁ ଆଶ୍ୱସ୍ତିି ଲାଭ କରିବେ ।
କନ୍ୟା
ଆଜି ଅନୁକୂଳ ଗ୍ରହସ୍ଥିତି କାରଣରୁ କର୍ମକ୍ଷେତ୍ର, ପାରିବାରିକ ସ୍ଥିତି, ବ୍ୟବସାୟ ଓ ଯାତ୍ରାରୁ ସଫଳତା ମିଳିବ । ବନ୍ଧୁଙ୍କ ବ୍ୟକ୍ତିଗତ ମାମଲାରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବେ। ଉପର ଅଧିକାରୀଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଯାତ୍ରା କାଳରେ ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ ।
ତୁଳା
ତୁଳା
ଗ୍ରହମାନଙ୍କ ସାମ୍ୟତା ଅର୍ଥ ଲାଭ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବେ । ପରିବାରରେ ମାଙ୍ଗଳିକ କାମ ସକାଶେ ବନ୍ଧୁଙ୍କୁ ଦେବାନେବାକୁ କେନ୍ଦ୍ରକରି ମତାନ୍ତର ଉପୁଜିବ । ଆଜି ସୁଦ୍ଧା ଶେଷ କରିବାକୁ ଭାବୁଥିବା ଦାୟିତ୍ୱପୂର୍ଣ୍ଣ କାମଟିକୁ ଶେଷ କରିପାରିବେନି । ଅପ୍ରିୟ ସତ୍ୟ ଭାଷଣ ଯୋଗୁ ଆତ୍ମୀୟଙ୍କ ସହିତ ଯୁକ୍ତିତର୍କ ହୋଇପାରେ ।
ବିଛା
ବିଛା
ଆଜି ଚତୁଃଗ୍ରହ ନିଜ ରାଶିରେ ଅବସ୍ଥାନ କରିବା ହେତୁ ଏକାଧିକ ଚିନ୍ତାରେ ମନ ବିବ୍ରତ ରହିବ । ତଥାପି ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ । ଅବଶ୍ୟ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବାରୁ ଆପଣ ବହୁତ ଖୁସି ହେବେ ।
ଧନୁ
ଧନୁ
ନିଜ ରାଶିରେ ଚନ୍ଦ୍ର ହେତୁ ମନ ଅସ୍ଥିରତା ଓ ପରିବାର ମଧ୍ୟରେ ଝଗଡ଼ା ଲାଗିପାରେ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । ଅନ୍ୟମାନଙ୍କ ଅସୁବିଧା ଦୂରେଇବା ପାଇଁ କିଛି କରିବା ଦ୍ୱାରା ନିଜେ ହଇରାଣରେ ପଡ଼ିପାରନ୍ତି । ନୂତନ କର୍ମସସ୍ଥାନ ପାଇଁ ମନ ବଳିବ କିନ୍ତୁ ବିଭିନ୍ନ ପ୍ରତିବନ୍ଧକ ଲାଗି ରହିବା ହେତୁ ମନସ୍ତାପ କରିପାରନ୍ତି ।
ମକର
ମକର
ଦ୍ୱାଦଶସ୍ଥ ଚନ୍ଦ୍ରଙ୍କ ଯୋଗୁ ଦେହ ଭଲ ରହିଲେ ମଧ୍ୟ ନିଜ ଲୋକଙ୍କ ଅନାଦର ଭାବରୁ ଦୁଃଖିତ ହେବେ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସମସ୍ତ ପ୍ରକାର ସୁବିଧା ପାଇ ମଧ୍ୟ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ । ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ।
କୁମ୍ଭ
କୁମ୍ଭ
ତୃତୀୟଭାବ ଗ୍ରହ ଦୃଷ୍ଟିରେ ଥିବାରୁ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ କେତେକାଂଶରେ ଉପକୃତ ହେବେ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ପୂର୍ଣ୍ଣ ସଚେତନ ରହିବା କାରଣରୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ମୀନମୀନ
ଗ୍ରହବୈଗୁଣ୍ୟରୁ ସତ୍ୟ ପ୍ରକାଶ କରିବାକୁ ଯାଇ ସୁସମ୍ପର୍କ ବ୍ୟାହତ ହୋଇପାରେ । ବନ୍ଧୁ ସହଯୋଗର ପ୍ରତିଶ୍ରୁତି ଦେବେ, ଯଦ୍ଦ୍ବାରାକି ଆପଣଙ୍କ କାମଗୁଡ଼ିକ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ଦୀର୍ଘ ପଥ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ପ୍ରଶାସନିକ ସ୍ତରରେ କିମ୍ବା ସରକାରୀ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri